Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

Swoyang prajna Mishra
Browse all articles by Swoyang prajna Mishra
·1 year ago
ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କାଉଣ୍ଟର ଆଟାକ୍ ପାଇଁ ପ୍ରସ୍ତୁତ ଭାରତୀୟ ସେନା। ପାକିସ୍ତାନର ହଡକମ୍ପ । ଗତକାଲି ସିଡିଏସ୍ ଜେନେରାଲ ଅନୀଲ ଚୌଧୁରୀଙ୍କ ସହ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଆତଙ୍କୀ ଆକ୍ରମଣ ପରେ ଜମ୍ମୁ ଓ କାଶ୍ମୀର ପୋଲିସ, ସିଆରପିଏଫ୍, ଆର୍ମି ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଏନଆଇଏ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି ।


ଆତଙ୍କୀ ଆକ୍ରମଣ ବେଳେ ଉପସ୍ଥିତ ଥିବା ପର୍ଯ୍ୟଟକମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଉଛି । ଗତ ୨୩ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକ ହୋଇଥିଲା । ଏଥିରେ ପାକିସ୍ତାନର ଆତଙ୍କୀମାନଙ୍କୁ ପାନେ ଦେବାକୁ ପ୍ରସ୍ତୁତ ହୋଇଥିଲା ରଣନୀତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Defence Minister Rajnath Singh to meet Prime Minister | Argus News