Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପହଲଗାମ ଆକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କଡା ପ୍ରତିକ୍ରିୟା

National

ପହଲଗାମ ଆକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କଡା ପ୍ରତିକ୍ରିୟା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ପହଲଗାମ ଆକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କଡା ପ୍ରତିକ୍ରିୟା

ପହଲଗାମ ଆକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ଼ ବୟାନ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତି ଲାଗି ରହିଥିବା ବେଳେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଭାରତକୁ ଆଘାତ ଦେବାକୁ ସାହସ କରୁଥିବା ଲୋକଙ୍କୁ ଉଚିତ ଜବାବ ଦେବା ତାଙ୍କର ଦାୟିତ୍ୱ ବୋଲି କହିଛନ୍ତି ରାଜନାଥ। ଆପଣମାନେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଢ଼ତା ଓ କାର୍ଯ୍ୟଶୈଳୀ ଜାଣନ୍ତି।" ମିଡିଆ ରିପୋର୍ଟ ଅନୁସାରେ, ଏହି ସପ୍ତାହର ଆରମ୍ଭରେ, ପ୍ରଧାନମନ୍ତ୍ରୀ ଭାରତୀୟ ସଶସ୍ତ୍ର ବାହିନୀକୁ ଆତଙ୍କବାଦୀ ଆକ୍ରମଣର ଜବାବ ଦେବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି।


ତେଣୁ ଖବୁଶୀଘ୍ର ଭାରତ ଆକ୍ସନ ନେଇପାରେ ବୋଲି କୁହାଯାଉଛି ।ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ବାୟୁସେନା ମୁଖ୍ୟ ମାର୍ଶଲ ଅମର ପ୍ରୀତ ସିଂହ। କେବଳ ବାୟୁସେନା ନୁହେଁ, ପିଏମ ମୋଦୀ ତିନି ସେନା ବାହିନୀର ମୁଖ୍ୟଙ୍କ ସହ ସାକ୍ଷାତ କରିଛନ୍ତି। ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଲୋଚନା କରାଯାଇଛି ବୋଲି ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Defence Minister Rajnath Singh's big statement on Pahalgam attack | Argus News