ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ବାର୍ତ୍ତା

Key Points
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ବାର୍ତ୍ତା
ଯଦି ଭାରତ ସହ ଆଲୋଚନା କରିବାକୁ ଗମ୍ଭୀରତାର ସହ ନେଉଛି ପାକିସ୍ତାନ
ତେବେ ମାସୁଦ ଆଝାର, ହାଫିଜ ସୟିଦକୁ ଭାରତକୁ ଦିଅ
ଶେଷ ହୋଇନାହିଁ ଅପରେସନ ସିନ୍ଦୂର
ଯଦି ସମାନ ଭୂଲ କରେ ପାକିସ୍ତାନ , କଠୋର ଜବାବ ଦେବ ଭାରତ
ଅମିତ ଶାହ କହିଲେ, ଅପରେସନ ସିନ୍ଦୂର ପରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଥିଲା ପାକିସ୍ତାନ
ସୀମାରେ ୯ହଜାରରୁ ଅଧିକ ବଙ୍କରରେ ଆଶ୍ରୟ ନେଇଥିଲେ ସ୍ଥାନୀୟ ଲୋକ
ସୀମାରେ ଲୋକଙ୍କୁ ସୁରକ୍ଷା ଯୋଗାଇଦେବାକୁ ନିର୍ମାଣ ହେବ ଅଧିକ ବଙ୍କର
ଏତେ ସବୁ ପରେ ବି ବୁଦ୍ଧି ଶିଖିଲାନି ପାକିସ୍ତାନ। ଗୋଟିଏ ପଟେ ଶାନ୍ତି ଆଲୋଚନା ପାଇଁ ପାକିସ୍ତାନ ନିବେଦନ କରୁଥିବା ବେଳେ ଆଉ ଗୋଟେ ପଟେ ଆତଙ୍କବାଦୀଙ୍କୁ ସମର୍ଥନ। ଲାହୋରରେ ଆୟୋଜିତ ପବ୍ଲିକ ରାଲି ଯେଉଁ ରାଲିରେ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ହାଫିଜ ସୟିଦର ପୁଅ ତଲହା ସଇଦ ଜନସାଧାରଣଙ୍କୁ ଉଦବୋଧନ ଦେଉଛି। ପାକିସ୍ତାନର ଆଣବିକ ପରିକ୍ଷାକୁ ନେଇ ଉତ୍ସବ ମନାଉଛନ୍ତି ଆତଙ୍କବାଦୀ। ଲସ୍କର-ଏ -ତୋଏବାର ଉପସ୍ଥିତିକୁ ଜାହିର କରୁଛି ପାକିସ୍ତାନ। ଗୁରୁତ୍ବପୂର୍ଣ୍ଣ କଥା ହେଲା ପାକିସ୍ତାନର ମନ୍ତ୍ରୀ ବି ଏଠି ଉପସ୍ଥିତ ଅଛନ୍ତି।
ଆଉ ଏହାରି ଭିତରେ ଆସିଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତବନୀ। ଯଦି ଭାରତ ସହ ଶାନ୍ତି ଆଲୋଚନା କରିବାକୁ ଗମ୍ଭୀରତାର ସହ ନେଉଛି ପାକିସ୍ତାନ ତେବେ ତେବେ ମାସୁଦ ଆଝାର, ହାଫିଜ ସୟିଦକୁ ଭାରତକୁ ହସ୍ତାନ୍ତର କରୁ। ତେବେ ଯାଇ ଆଲୋଚନା ହେବ କିନ୍ତୁ ଆତଙ୍କବାଦ ଉପରେ, ପିଓକେ ଉପରେ
ଅପରେସନ ସିନ୍ଦୂର ପରେ INS ବିକ୍ରାନ୍ତରେ ପହଞ୍ଚିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେନାର ମନୋବଳ ବୃଦ୍ଧି କରିଥିଲେ । କହିଛନ୍ତି, ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହା କେବଳ ଏକ ବିରାମ ଓ ଚେତାବନୀ । ଯଦି ପାକିସ୍ତାନ ପୁଣି ଥରେ ସମାନ ଭୁଲ କରେ, ଭାରତ ଆହୁରି କଠୋର ଜବାବ ଦେବ । ଏଥର ଏହାକୁ ପୁନର୍ବାର ସୁଧାରିବାର ସୁଯୋଗ ମଧ୍ୟ ମିଳିବ ନାହିଁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଅପରେସନ ସିନ୍ଦୂର ପରେ ପାକିସ୍ତାନ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଥିଲା । କିନ୍ତୁ ସୀମାରେ ଥିବା ୯ହଜାରରୁ ଅଧିକ ବଙ୍କରରେ ସ୍ଥାନୀୟ ଲୋକମାନେ ଆଶ୍ରୟ ନେଇଥିଲେ । ଏଥିଯୋଗୁଁ ଅନେକ ଜୀବନ ରକ୍ଷା ପାଇଥିଲା । ଆଗାମୀ ଦିନରେ ସୀମାରେ ଲୋକଙ୍କୁ ସୁରକ୍ଷା ଯୋଗାଇଦେବାକୁ ଅଧିକ ବଙ୍କର ନିର୍ମାଣ କରାଯିବ।
ଅପରେସନ ସିନ୍ଦୂରରେ ପାକିସ୍ତାନର ବ୍ୟାପକ କ୍ଷତି ହୋଇଥିବା ପୁଣି ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ । ଭାରତର ଆକ୍ରମଣ ଯୋଗୁଁ ପାକିସ୍ତାନ ଓ ପିଓକେର ଆତଙ୍କୀ ଆଡ୍ଡା ଧ୍ବଂସ ହୋଇଥିଲା । ଏହା ଜବାବ ଦେବାକୁ ପ୍ରସ୍ତୁତ ହେଉଥିଲା ପାକିସ୍ତାନ । କିନ୍ତୁ ଭାରତର ବ୍ରହ୍ମୋସ ଏହି ଯୋଜନାକୁ ପଣ୍ଡ କରିଦେଲା ବୋଲି ମାନିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ।