Videos
|
National

ଭୁଜ୍ ଏୟାରବେସ୍ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଭୁଜ୍ ଏୟାରବେସ୍ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ

Key Points

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ଭୁଜ୍ ଏୟାରବେସ୍ ଯିବେ। ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀନଗରରେ ଯବାନମାନଙ୍କୁ ଭେଟିବା ସହ ସେମାନଙ୍କ ମନୋବଳ ବଢାଇଥିଲେ । ଭୁଜ ଗସ୍ତରେ ଯାଇ ସେନାର ପ୍ରସ୍ତୁତିର ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ଭୁଜ୍ ଏୟାରବେସ୍ ଯିବେ। ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀନଗରରେ ଯବାନମାନଙ୍କୁ ଭେଟିବା ସହ ସେମାନଙ୍କ ମନୋବଳ ବଢାଇଥିଲେ । ଭୁଜ ଗସ୍ତରେ ଯାଇ ସେନାର ପ୍ରସ୍ତୁତିର ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଅପରେସନ୍ ସିନ୍ଦୂର ଜରିଆରେ ଭାରତ ଏହାର କଡା ଜବାବ ଦେଇଛି ।


ତା ପରଠାରୁ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଥିଲେ ମଧ୍ୟ ଏବେ ବି ପରିସ୍ଥିତି ଉତ୍ତେଜନା ମୂଳକ ରହିଛି । ଗୁଜରାଟ ସହ ୫୦୮ କିମି ସୀମା ପାକିସ୍ତାନ ସହ ଲାଗିଛି । ଅପରେସନ୍ ସିନ୍ଦୂର ପରେ ଭୂଜ ଏୟାରବେସକୁ ପାକିସ୍ତାନ ପକ୍ଷରୁ ଟାର୍ଗେଟ କରିବାକୁ ଉଦ୍ୟମ ହୋଇଥିଲା । ଭାରତୀୟ ସେନା ଏହାର କଡା ଜବାବ ଦେଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Defence Minister to visit Bhuj Airbase | Argus News