Videos
|
National

ସେନାକୁ ଶକ୍ତିଶାଳୀ କରିବାକୁ ଆହୁରି ୫୦ହଜାର କୋଟି ଟଙ୍କାର ଅନୁଦାନ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ସେନାକୁ ଶକ୍ତିଶାଳୀ କରିବାକୁ ଆହୁରି ୫୦ହଜାର କୋଟି ଟଙ୍କାର ଅନୁଦାନ

Key Points

ବଢିବ ପ୍ରତିରକ୍ଷା ବଜେଟ୍
ଆହୁରି ମଜବୁତ ହେବ ଭାରତର ସାମରିକ ଶକ୍ତି
ସେନାକୁ ଶକ୍ତିଶାଳୀ କରିବାକୁ ଆହୁରି ୫୦ ହଜାର କୋଟି ଅନୁଦାନ ମିଳିବ

ବଢିବ ପ୍ରତିରକ୍ଷା ବଜେଟ୍ । ଆହୁରି ମଜବୁତ ହେବ ଭାରତର ସାମରିକ ଶକ୍ତି । ସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆହୁରି ୫୦ହଜାର କୋଟି ଟଙ୍କା ଅନୁଦାନ ଦିଆଯିବ ବୋଲି ସୂଚନା ମିଳିଛି । ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣାଯିବା ସହ ସେନାକୁ ଆଧୁନିକୀକରଣ କରାଯିବ । ଅପରେସନ ସିନ୍ଦୂର ପରେ ଏହାର ଅନେକ ଗୁରୁତ୍ବ ରହିଛି ।


ଏହି ଅନୁଦାନ ମିଳିବା ପରେ ପ୍ରତିରକ୍ଷା ବଜେଟ୍ ସାତ ଲକ୍ଷ କୋଟି ପାର ହେବ ବୋଲି ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ଚଳିତ ବଜେଟ୍ ପ୍ରତିରକ୍ଷା ବିଭାଗ ପାଇଁ ୬ଲକ୍ଷ ୮୧ ହଜାର କୋଟି ଅନୁଦାନ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପୂର୍ବ ବଷ ତୁଳନାରେ ଏହା ୯.୨ ପ୍ରତିଶତ ଅଧିକ ରହିଥିଲା । ସେନାକୁ ମଜବୁତ କରିବା ପାଇଁ ନରେନ୍ଦ୍ର ମୋଦି ସରକାର ଗୁରୁତ୍ବ ଦେଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: