Videos
|
National

India-Pakistan War, ୩ ସେନା ମୁଖ୍ୟଙ୍କ ସହ ଆଲୋଚନା କଲେ ରାଜନାଥ ସିଂ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
India-Pakistan War, ୩ ସେନା ମୁଖ୍ୟଙ୍କ ସହ ଆଲୋଚନା କଲେ ରାଜନାଥ ସିଂ

ଜମ୍ମୁକାଶ୍ମୀର କୋପଓ୍ବାଡା LOC ରେ ଭାରତ ଓ ପାକସ୍ତାନ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଅନ୍ୟପଟେ ୩ ସେନାର ମୁଖ୍ୟଙ୍କ ସହିତ ଆଲୋଚନା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ବୈଠକରେ ସିଡିଏସଙ୍କ ସମେତ ୩ ସେନାର ମୁଖ୍ୟଙ୍କ ସହିତ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ସେପଟେ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି ଜୟଶଙ୍କର। ତୁରନ୍ତ ପଛକୁ ହଟିବାକୁ ପାକିସ୍ତାନକୁ ପରାମର୍ଶ ଦେଲା ଆମେରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିଛନ୍ତି NSA ଅଜିତ୍ ଡୋଭାଲ।


ପାକିସ୍ତାନ ଭାରତ ଉପରେ ଡ୍ରୋନ ଆକ୍ରମଣ କରିବା ପରେ ଭାରତ ପକ୍ଷରୁ ମଧ୍ୟ ପ୍ରତି ଆକ୍ରମଣ କରାଯାଇଛି। ଲାହୋର ଉପରେ ଡ୍ରୋନ ଆକ୍ରମଣ କରିଛି ଭାରତ। ବାଜଓ୍ବାତରେ ବି ଭାରତ ଆକ୍ରମଣ କରିଛି। ପାକିସ୍ତାନ ଉପରେ ପ୍ରଚଣ୍ଡ ଆକ୍ରମଣ କରୁଛି ଭାରତ। ପାକିସ୍ତାନ ଭିତରେ ପଶି ଭାରତୀୟ ସେନା ଆକ୍ରମଣ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତର ଯୁଦ୍ଧ ବିମାନ ପାକିସ୍ତାନର ଯୁଦ୍ଧ ବିମାନକୁ ଖସାଇ ଦେଇଛି। ପାକିସ୍ତାନର ଦୁଇଟି ବିମାନକୁ ଖସାଇ ଦେଇଛି ଭାରତ। ଯାହା ସୂଚନା ଆସୁଛି ଭାରତର ୫୬ ଟି ଡ୍ରୋନକୁ ଭାରତ ଖସାଇ ଦେଇଥିବା ଜଣା ପଡିଛି। ଭାରତର କାଉଣ୍ଟର ଆଟାକରେ ଥରହର ହୋଇଛି ପାକିସ୍ତାନର ବଡ଼ବଡ଼ ସହର।

Defense Minister meets with 3 Army Chiefs | Argus News