Videos
|
National

ଯବାନଙ୍କ ସହ ବିଜୟାଦଶମୀ ପାଳିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

Rashmita Mishra
Browse all articles by Rashmita Mishra
·1 year ago·1 min read
ଯବାନଙ୍କ ସହ ବିଜୟାଦଶମୀ ପାଳିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଅର୍ଗସ ବ୍ୟୁରୋ: ଯବାନଙ୍କ ସହ ବିଜୟାଦଶମୀ ପାଳିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପଶ୍ଚିମବଙ୍ଗର ଦାର୍ଜିଲିଂ ଠାରେ ଯବାନଙ୍କ ଗହଣରେ ସେ ଶସ୍ତ୍ର ପୂଜା କରିଛନ୍ତି। ଏହି ଅବସରରେ ଯବାନଙ୍କ ମଥାରେ ତିଳକ ଲଗାଇଥିଲେ ରାଜନାଥ । ଦେଶସେବାରେ ନିୟୋଜିତ ସେନା ବାହିନୀଙ୍କ ସହ କଥା ହୋଇ ମନୋବଳ ବଢାଇଥିଲେ । ରାଜନାଥ କହିଛନ୍ତି, ଶସ୍ତ୍ର ପୂଜା ଏକ ଅନନ୍ୟ ପରମ୍ପରା । ଆଜିର ଦିନରେ ରାବଣଙ୍କୁ ବଧ କରିଥିଲେ ରାମ । ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଥିଲା । ଭଗବାନ ରାମଙ୍କ ସେଇ ପ୍ରେରଣା ଆମ ସେନା ମଧ୍ୟରେ ମୁଁ ଦେଖୁଛି । ଘୃଣା କି ହିଂସା ଭାବରୁ ପ୍ରେରିତ ହୋଇ ଆମେ କୌଣସି ଦେଶ ସହ ଆଜି ଯାଏଁ ଯୁଦ୍ଧ କରିନୁ । ଇଏ ଆମ ଭାରତବାସୀଙ୍କ ସଂସ୍କାର । ଏହାକୁ ଆଗକୁ ବି ଆମେ ବଜାୟ ରଖିବୁ, ବିଜୟା ଦଶମୀରେ ଏଇ ସଂକଳ୍ପ ନେବା । ଭାରତର ସୈନ୍ୟବଳର ସାମର୍ଥ୍ୟ ବିଶ୍ବର ପ୍ରତି କୋଣ ଅନୁକୋଣରେ ମୁଖରିତ ହେବ ।  

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Defense Minister Rajnath Singh celebrated Vijayadashmi with Javan | Argus News