ଗୁରୁବାରଠୁ 4 ଦିନିଆ ଆମେରିକା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଅର୍ଗସ ବ୍ୟୁରୋ: ଗୁରୁବାରଠୁ 4 ଦିନିଆ ଆମେରିକା ଗସ୍ତରେ ରହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଆମେରିକା ଏବଂ ଭାରତ ମଧ୍ୟରେ ବୈଶ୍ବିକ ରଣନୈତିକ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ଲାଗି ଆମେରିକା ଗସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ସେଠାରେ ସେ ଆମେରିକୀୟ ଡିଫେନ୍ସ ସେକ୍ରେଟାରୀ ଏବଂ ଲଏଡ୍ ଜେ ଅଷ୍ଟିନ୍ ତୃତୀୟ ଏବଂ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଜେକ୍ ସୁଲିଭାନଙ୍କୁ ଭେଟିଛନ୍ତି । ସେ ଆମେରିକାର ଅଗ୍ରଣୀ ପ୍ରତିରକ୍ଷା କଂପାନି ଗୁଡ଼ିକ ସହ ମଧ୍ୟ ଆଲୋଚନା କରିଛନ୍ତି । ଭାରତ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଭାରତୀୟ ଅଂଶୀଦାରମାନଙ୍କ ସହ କାମ କରିବାକୁ କମ୍ପାନୀଗୁଡିକୁ ଆମନ୍ତ୍ରଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ୟୁଏସ୍ ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ ଦ୍ବାରା ଆୟୋଜିତ ଏକ ବୈଠକରେ ଦେଶକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ବନାଇବା ଲାଗି ଭାରତୀୟ ସହଯୋଗୀଙ୍କ ସହ ମିଶି କାମ କରିବାକୁ ଆମେରିକୀୟ ପ୍ରତିରକ୍ଷା କମ୍ପାନୀଗୁଡିକୁ ଆମନ୍ତ୍ରଣ କରିଛନ୍ତି ରାଜନାଥ । ଅନ୍ୟପଟେ ଏହି ସମୟରେ ଭାରତ ସହ ଆନେକ ଚୁକ୍ତି ମଧ୍ୟ ସ୍ବାକ୍ଷରିତ କରିଛି ଆମେରିକା । ସବୁଠୁ ବଡ଼ କଥା ହେଉଛି ଭାରତ ସହ 52.8 ମିଲିୟନ ଡଲାରର ଏକ ଡିଲ୍ ଲକ୍ କରିଛି ଆମେରିକା । ଯାହାକୁ ସ୍ବୀକୃତି ଦେଇଛନ୍ତି ଆମେରିକା ସରକାର । ଭାରତକୁ ଆଣ୍ଟି ସବମେରାଇନ ୱାରଫେୟାର ସୋନୋବାୟୋସ୍ ଯୋଗାଇଦେବ ଆମେରିକା। ଯାହା ଭାରତ ମହାସାଗରରେ ଦେଶର ଶକ୍ତି ବୃଦ୍ଧି କରିବ ।