Videos
|
National

ଡେରାଡୁନର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ସହସ୍ରଧାରାରେ ବାଦଲଫଟା ବର୍ଷାରେ ଭାସିଗଲା ଘରଦ୍ବାର

Ritu Das
Browse all articles by Ritu Das
·1 year ago·2 min read
ଡେରାଡୁନର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ସହସ୍ରଧାରାରେ ବାଦଲଫଟା ବର୍ଷାରେ ଭାସିଗଲା ଘରଦ୍ବାର

Key Points

ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନର ପ୍ରସିଦ୍ଧ ସହସ୍ରଧାରାରେ ପ୍ରକୃତିର ତାଣ୍ଡବ । ବିଳମ୍ୱିତ ରାତିରେ ବାଦଲ ଫାଟି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।

ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନର ପ୍ରସିଦ୍ଧ ସହସ୍ରଧାରାରେ ପ୍ରକୃତିର ତାଣ୍ଡବ । ବିଳମ୍ୱିତ ରାତିରେ ବାଦଲ ଫାଟି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ତେବେ ପାଣିର ପ୍ରଖର ସ୍ରୋତରେ ଭାସିଯାଇଛି କିଛି ଦୋକାନ । ଜିଲ୍ଲା ପ୍ରଶାସନ ରାତିରେ ହିଁ ନିକଟରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲା । ଦୁଇଜଣ ନିଖୋଜ ଥିବା ଜଣାପଡ଼ିଛି, ଯାହାଙ୍କ ସନ୍ଧାନ ଜାରି ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ, ଜିଲ୍ଲା ମାଜିଷ୍ଟ୍ରେଟ୍ ସଭିନ୍ ବଂଶଲ୍ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ବିଭିନ୍ନ ବିଭାଗ ସହିତ ସମନ୍ୱୟ ସ୍ଥାପନ କରି ରାତିରେ ହିଁ ଘଟଣାସ୍ଥଳକୁ ଉଦ୍ଧାର ଦଳ ପଠାଇଥିଲେ।



Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

SDRF, NDRF ଏବଂ ପବ୍ଲିକ ୱାର୍କସ ବିଭାଗ ଦ୍ୱାରା JCB ଏବଂ ଅନ୍ୟାନ୍ୟ ଉପକରଣ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କ ସ୍ଥିତିରେ ଅଛି । ଡେରାଡୁନରେ ମେଘ ଫାଟିବା ପରେ, ସକାଳଠାରୁ ଋଷିକୂଶେର ଚନ୍ଦ୍ରଭାଗା ନଦୀ ଉଛୁଳି ପଡ଼ିଛି।



ନଦୀ ପାଣି ରାଜପଥରେ ପହଞ୍ଚିଛି । ଚନ୍ଦ୍ରଭାଗା ନଦୀରେ ଫସି ରହିଥିବା ତିନି ଜଣଙ୍କୁ SDRF ଦଳ ଉଦ୍ଧାର କରିଛି। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ, ଏସଡିଏମ କୁମକୁମ ଜୋଶୀ ରାତିରେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି, ଜିଲ୍ଲା ମାଜିଷ୍ଟ୍ରେଟ ଡେରାଡୁନର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ ଛୁଟି ଘୋଷଣା କରିଛନ୍ତି। ଆଇଟି ପାର୍କ ଡେରାଡୁନରେ ବିଳମ୍ବିତ ରାତିରୁ ପ୍ରବଳ ବର୍ଷା ଯୋଗୁଁ ପାଣି ଆସିବା ଯୋଗୁଁ ଅନେକ ଯାନବାହନ ରାସ୍ତାରେ ଖେଳନା ପରି ଭାସୁଥିବା ଦେଖାଯାଇଥିଲା।