|
logo
Live
Argus News App
GET APP

Argus News - ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆଉ ଜଣେ ଇଲେକ୍ଟ୍ରିସିଆନ ଗିରଫ

National

Delhi Blast / ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆଉ ଜଣେ ଇଲେକ୍ଟ୍ରିସିଆନ ଗିରଫ

Satyendu Sekhar Mishra
Browse all articles by Satyendu Sekhar Mishra
·4 months ago·2 min read
ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆଉ ଜଣେ ଇଲେକ୍ଟ୍ରିସିଆନ ଗିରଫ

Key Points

ଦୁଇ ବର୍ଷ ମଧ୍ୟରେ ସେ ବିସ୍ଫୋରକ, ରିମୋଟ୍ ଓ ଅନ୍ୟାନ୍ୟ ବୋମା ତିଆରି ସାମଗ୍ରୀ ସଂଗ୍ରହ କରିଥିଲା।

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ପୁଣି ଜଣେ ଗିରଫ । ଏଥର କାଶ୍ମୀରରୁ ଜଣେ ଇଲେକ୍ଟ୍ରିସିଆନକୁ ଗିରଫ କରିଛି NIA । ପୁଲୱାମାରୁ ଧରାପଡ଼ିଛି ତୁଫୈଲ ଅହମ୍ମଦ । ଯିଏ କି ଜଣେ ଇଲେକ୍ଟ୍ରିସିଆନ ଭାବେ କାମ କରେ । ତୁଫୈଲକୁ ଜେରା କରୁଛନ୍ତି ତଦନ୍ତକାରୀ ଏଜେନ୍ସି । ବିସ୍ଫୋରଣ ଷଡ଼ଯନ୍ତ୍ର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଥିବା ସୂଚନା ।

ଅନ୍ୟପଟେ ମାମଲାର ତଦନ୍ତରୁ ଜଣାପଡ଼ିଛି ଯେ ଭାରତର ଅନେକ ସହରରେ ବିସ୍ଫୋରଣ ଘଟାଇବା ପାଇଁ ଜୈସ ସହ ଜଡ଼ିତ ହ୍ୱାଇଟ୍ କଲର୍ ଆତଙ୍କବାଦୀ ମଡ୍ୟୁଲ୍ ଏକ ଘୃଣ୍ୟ ଷଡ୍‌ଯନ୍ତ୍ର କରିଥିଲା। ଜଣେ ଆତଙ୍କବାଦୀ ଅଭିଯୁକ୍ତ ସ୍ୱୀକାର କରିଛି ଯେ ୨୦୨୩ରେ ଏହି ଷଡ୍‌ଯନ୍ତ୍ର କରାଯାଇଥିଲା। ଆତ୍ମଘାତୀ ବିସ୍ଫୋରଣକାରୀ ଉମର ମହମ୍ମଦର ସହଯୋଗୀ ଡାକ୍ତର ମୁଜାମିଲ ଶକିଲ ଜାତୀୟ ତଦନ୍ତକାରୀ ଏଜେନ୍ସି ଦ୍ୱାରା ପଚରାଉଚରା ସମୟରେ କହିଛି ଯେ ସେ ଦୁଇବର୍ଷ ଧରି ବିସ୍ଫୋରଣ ପାଇଁ ପ୍ରସ୍ତୁତ ହେଉଥିଲା। ଏହି ଦୁଇ ବର୍ଷ ମଧ୍ୟରେ ସେ ବିସ୍ଫୋରକ, ରିମୋଟ୍ ଓ ଅନ୍ୟାନ୍ୟ ବୋମା ତିଆରି ସାମଗ୍ରୀ ସଂଗ୍ରହ କରିଥିଲା।

ମୁଜାମିଲକୁ ୟୁରିଆ ଓ ଆମୋନିୟମ୍ ନାଇଟ୍ରେଟ୍ କିଣିବା ପାଇଁ ଦାୟିତ୍ବ ଦିଆଯାଇଥିଲା। ସେ ହରିୟାଣାର ଗୁରୁଗ୍ରାମ ଓ ନୁହରୁ ୩ ଲକ୍ଷ ଟଙ୍କାରେ ୨୬ କ୍ୱିଣ୍ଟାଲ ଏନ୍‌ପିକେ ସାର କିଣିଥିଲା। ଫରିଦାବାଦର ଦୁଇଟି ଭିନ୍ନ ବଜାରରୁ ଇଲେକ୍ଟ୍ରୋନିକ୍ ଉପାଦାନ କିଣାଯାଇଥିବା ବେଳେ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ନୁହରୁ କିଣାଯାଇଥିଲା। ରାସାୟନିକ ପଦାର୍ଥ ସଂରକ୍ଷଣ କରିବା ପାଇଁ ଡାକ୍ତର ଏକ ବଡ଼ ଫ୍ରିଜର ମଧ୍ୟ କିଣିଥିଲା। ରାସାୟନିକ ପଦାର୍ଥ ପ୍ରସ୍ତୁତ କରିବା ପାଇଁ ୟୁରିଆ ଗ୍ରାଇଣ୍ଡ କରିବା ଲାଗି ମୁଜାମିଲ ଦ୍ୱାରା ବ୍ୟବହୃତ ଏକ ଅଟା ମିଲ୍ ମଧ୍ୟ ଉଦ୍ଧାର କରାଯାଇଛି।

ଅନ୍ୟପଟେ ବିସ୍ଫୋରଣ ହେବାର ୧୦ ଦିନ ପରେ ଏକ ବନ୍ଧୁକ ଏବଂ ବେଆଇନ ଅସ୍ତ୍ର‌ ଚୋରାଚାଲାଣ ଷଡ୍‌ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ, ପାକିସ୍ତାନ, ଚୀନ୍‌ ଏବଂ ତୁର୍କୀ ସହ ଜଡ଼ିତ ଥିବା ଏକ ବଡ଼ ଧରଣର ଅସ୍ତ୍ର ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ କରିଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ଏହି ସମଗ୍ର ନେଟୱର୍କ ପଛରେ ହାତ ଥିବା ଜଣାପଡ଼ିଛି। ଦିଲ୍ଲୀ ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ମନଦୀପ, ଦଲବିନ୍ଦର, ରୋହନ ଏବଂ ଅଜୟ।

‌ସେମାନଙ୍କ ନିକଟରୁ ଚୀନ୍‌ ନିର୍ମିତ ୧୦ଟି ଅତ୍ୟାଧୁନିକ ବନ୍ଧୁକ ସହ ୯୨ ଲାଇଭ କାଟ୍ରିଜ ଜବତ କରାଯାଇଛି। ଜବତ ହୋଇଥିବା ପିସ୍ତଲ ମଧ୍ୟ‌ରେ ରହିଛି ତୁର୍କୀ ନିର୍ମିତ ପିଏକ୍ସ-୫.୭ ଏବଂ ଚୀନ୍‌ ନିର୍ମିତ ପିଏକ୍ସ-୩। ଜବତ ପିସ୍ତଲ ମଧ୍ୟରୁ ୩ଟି ପିସ୍ତଲ ଅତ୍ୟନ୍ତ ବିପଜ୍ଜନକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Delhi Blast: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆଉ ଜଣେ ଇଲେକ୍ଟ୍ରିସିଆନ ଗିରଫ | Argus News