Delhi Pollution / ଦୀପାବଳୀ ପରେ ବାୟୁ ପ୍ରଦୂଷଣ: ଦିଲ୍ଲୀରେ ଏୟାର ପ୍ୟୁରିଫାୟର ବିକ୍ରିରେ ରେକର୍ଡ ବୃଦ୍ଧି
·10 months ago·2 min read

Key Points
ଦୀପାବଳୀ ପରେ ଦିଲ୍ଲୀରେ ଛାଇଗଲା ଧୂଆଁ ଓ ବିଷାକ୍ତ ବାୟୁ, AQI ପହଞ୍ଚିଲା ୩୫୪ରେ
ଏୟାର ପ୍ୟୁରିଫାୟର ଓ ମାସ୍କ ବିକ୍ରି ୭୦ ପ୍ରତିଶତ ବଢ଼ିଛି
ପ୍ରଦୂଷଣରେ ଶିଶୁ ଓ ବୟସ୍କମାନେ ସର୍ବାଧିକ ପ୍ରଭାବିତ, ଶ୍ୱାସ ଓ ଚର୍ମ ସମସ୍ୟା ବଢ଼ିଛି

ଦୀପାବଳୀର ଆଲୋକ ଓ ଆତଶବାଜି ପରେ ଏବେ ଦିଲ୍ଲୀରେ ଛାଇଯାଇଛି ଧୂଆଁ ଓ ପ୍ରଦୂଷଣ। ଆକାଶ ଆଉ ନୀଳ ନୁହେଁ, ଚାରିଆଡ଼େ ଧୂସର ଧୂଆଁ ଓ ଧୁଳି ଦେଖାଯାଉଛି। ବିଶୁଦ୍ଧ ନୁହେଁ, ଏବେ ଲୋକେ ନିଶ୍ୱାସ ନେଉଛନ୍ତି ବିଷାକ୍ତ ବାୟୁରେ। ରାଜଧାନୀ ଦିନକୁ ଦିନ ହେଉଛି ଏକ “ଗ୍ୟାସ ଚ୍ୟାମ୍ବର”, ଯେଉଁଠି ଜୀବନ ଜଟିଳ ହେବାର ଲାଗିଛି।
ବୁଧବାର ଦିନ ଦିଲ୍ଲୀରେ AQI (Air Quality Index) ୩୫୪ରେ ପହଞ୍ଚିଲା, ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ “ଅତ୍ୟନ୍ତ ଖରାପ” ବାୟୁ ଗୁଣବତ୍ତା ବୋଲି ଘୋଷଣା କରିଛି। WHO ଅନୁସାରେ, ୩୦୧ ରୁ ୪୦୦ ସୂଚକାଙ୍କର ବାୟୁ, ମାନବ ସ୍ୱାସ୍ଥ୍ୟ ପାଇଁ ବିପଦଜନକ। ଏହାର ଅର୍ଥ ହେଉଛି, ପ୍ରତିଦିନ ଏହି ବାୟୁ ଶ୍ୱାସ ନେବାର ଅର୍ଥ, ଶରୀରରେ ଧିରେ ଧିରେ ବିଷ ନେବା ସହ ସମାନ।
ପ୍ରଦୂଷଣର ମୂଳ କାରଣ ହେଉଛି, ଦୀପାବଳୀରେ ବାଣ ଫୁଟାଇବା, ଯାନବାହନର ଧୂଆଁ, ଶିଳ୍ପ କାରଖାନାର ଉତ୍ସର୍ଗ ଓ ନିକଟସ୍ଥ ରାଜ୍ୟରେ ନଡ଼ା ଜଳାଇବା। ଏହି ସବୁ ମିଶି ଦିଲ୍ଲୀର ଆକାଶକୁ ଧୂସର କରିଦେଇଛି।
ଏହି ବିଷାକ୍ତ ବାୟୁ ମଧ୍ୟରେ ଲୋକେ ଏବେ ବଂଚିବା ପାଇଁ ଧାଉଁଛନ୍ତି ଏୟାର ପ୍ୟୁରିଫାୟର ଓ ମାସ୍କ କିଣିବାକୁ। ଦିଲ୍ଲୀରେ ଏୟାର ପ୍ୟୁରିଫାୟର ବିକ୍ରି ୬୦-୭୦ ପ୍ରତିଶତ ବଢ଼ିଛି। କନ୍ନଟ ପ୍ଲେସ ଅଞ୍ଚଳର ଇଲେକ୍ଟ୍ରୋନିକ୍ ଷ୍ଟୋର “କ୍ରୋମା” ମାଲିକ କହିଛନ୍ତି, ଅକ୍ଟୋବର ପୂର୍ବରୁ ଦିନକୁ ୧୦ଟି ପ୍ୟୁରିଫାୟର ବିକ୍ରି ହୁଏଥିଲା, ଏବେ ଏହା ବଢ଼ି ୨୦-୨୨ ଯନ୍ତ ପହଞ୍ଚିଛି। ଅନେକ ଗ୍ରାହକ ସିଧାସଳଖ ଅନଲାଇନ ମାଧ୍ୟମରେ ଅର୍ଡର୍ କରୁଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାସ୍କ ବିକ୍ରି ମଧ୍ୟ ଅଭୂତପୂର୍ବ ଭାବରେ ବଢ଼ିଛି। ଦିଲ୍ଲୀର ରାସ୍ତାରେ ଏବେ ମାସ୍କ ବିନା ଲୋକ ଦେଖିବା ଦୁର୍ଲଭ। ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଏବେ ଜୀବନର ଅଂଗ ହୋଇପଡ଼ିଛି।
ଡାକ୍ତର ଓ ପରିବେଶବିତ୍ ସତର୍କ କରିଛନ୍ତି, ଶିଶୁ, ବୟସ୍କ ଓ ଶ୍ୱାସ ଜନିତ ସମସ୍ୟା ଥିବା ଲୋକେ ସର୍ବାଧିକ ବିପଦରେ ରହିବେ। ଶ୍ୱାସକଷ୍ଟ, ଚକ୍ଷୁ, ଚର୍ମ ଜ୍ୱାଳା ଭଳି ସମସ୍ୟା ଆହୁରି ବଢ଼ିଛି।
ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ପରିସ୍ଥିତି ଏଭଳି ରୁହେ ତେବେ ଆଗାମୀ ସପ୍ତାହରେ ଦିଲ୍ଲୀର AQI ୪୦୦ ଉପରେ ଯାଇପାରେ। ସରକାର ଓ ପରିବେଶ ବିଭାଗ କିଛି ପଦକ୍ଷେପ ନେଉଛନ୍ତି, ତେବେ ସାଧାରଣ ଲୋକଙ୍କ ମନରେ ଏକମାତ୍ର ପ୍ରଶ୍ନ, “ଶୁଦ୍ଧ ବାୟୁ ନେବା ଅଧିକାର ଆମେ କେବେ ପାଇବୁ?”
ପ୍ରଦୂଷଣ ଯୋଗୁ ଦିଲ୍ଲୀର ଅନେକ ଅଞ୍ଚଳରେ ଦୃଶ୍ୟତା ମଧ୍ୟ କମିଯାଇଛି। NCR ଅଞ୍ଚଳରେ କଠୋର ନିୟମ ଚାଲୁ କରାଯାଇଛି, ନିର୍ମାଣ କାମ ବନ୍ଦ, ଟ୍ରକ୍ ପ୍ରବେଶ ନିଷିଦ୍ଧ ଓ ବିଶେଷ ଦଳ ତିଆରି ହେଉଛି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ। ବିଶେଷଜ୍ଞମାନେ କହିଛନ୍ତି, ଯଦି ଏଭଳି ଚାଲେ, ଦିଲ୍ଲୀର ଶୀତ ଋତୁ ଏକ "ସ୍ମଗ ସିଜନ" ରେ ପରିଣତ ହେବ।

Related Topics
Explore more stories