Delhi Air Pollution / ଦୀପାବଳି ପରେ ଦିଲ୍ଲୀରେ ସାଂଘାତିକ ବାୟୁ ପ୍ରଦୂଷଣ: ରେଡଜୋନରେ ୩୪ଟି ମନିଟରିଂ ଷ୍ଟେସନ
·8 months ago·2 min read

Key Points
ଦୀପାବଳିରେ ପ୍ରବଳ ଆତସବାଜି ଓ ଅନ୍ୟାନ୍ୟ ପାଗ କାରଣରୁ, ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ପ୍ରବେଶ କରିଛି। ସୋମବାର ସନ୍ଧ୍ୟାରେ ଦିଲ୍ଲୀର କିଛି ଅଞ୍ଚଳରେ AQI ୪୦୦ ଅତିକ୍ରମ କରିଛି।
ଦୀପାବଳିରେ ପ୍ରବଳ ଆତସବାଜି ଓ ଅନ୍ୟାନ୍ୟ ପାଗ କାରଣରୁ, ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ପ୍ରବେଶ କରିଛି। ସୋମବାର ସନ୍ଧ୍ୟାରେ ଦିଲ୍ଲୀର କିଛି ଅଞ୍ଚଳରେ AQI ୪୦୦ ଅତିକ୍ରମ କରିଛି। ପରିସ୍ଥିତି ଏପରି ହୋଇଛି ଯେ, ଦିଲ୍ଲୀର ୩୮ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୩୪ଟି 'ରେଡ୍ ଜୋନ୍'ରେ ଥିବା ରେକର୍ଡ କରାଯାଇଛି ଏବଂ ଏହି ୩୪ଟି ମନିଟରିଂ ଷ୍ଟେସନରେ, AQI ୩୦୧ ଉପରେ ଥିବା ରେକର୍ଡ କରାଯାଇଛି।
ଏହାସହ ପଢ଼ନ୍ତୁ: ଦୀପାବଳିରେ PM ମୋଦିଙ୍କ ବଡ଼ ସନ୍ଦେଶ, ସାରା ଦେଶରୁ ମୂଳପୋଛ ହୋଇଯିବେ ମାଓବାଦୀ
ଦିଲ୍ଲୀର ୨୪ ଘଣ୍ଟାର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୪୫ ପଏଣ୍ଟ ସହ 'ଅତି ଖରାପ' ବର୍ଗରେ ରେକର୍ଡ କରାଯାଇଛି। ରବିବାର ଏହା ୩୨୬ ପଏଣ୍ଟରେ ରେକର୍ଡ କରାଯାଇ ଥିବା ବେଳେ ୪ଟି ମନିଟରିଂ ଷ୍ଟେସନରେ AQI ୪୦୦ ଅତିକ୍ରମ କରିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଦ୍ୱାରା ବିକଶିତ SAMEER ଆପ୍ ଅନୁଯାୟୀ, ସନ୍ଧ୍ୟାରେ ଦିଲ୍ଲୀର ବାକି ଚାରୋଟି ମନିଟରିଂ ଷ୍ଟେସନରେ AQI ସ୍ତର ୪୦୦ ଉପରେ ରେକର୍ଡ କରାଯାଇଥିଲା। ଦିଲ୍ଲୀର ଦ୍ବାରକାରେ ଏହା ୪୧୭, ଅଶୋକ ବିହାରରେ ୪୦୪, ୱାଜିରପୁରରେ ୪୨୩ ଏବଂ ଆନନ୍ଦ ବିହାରରେ ୪୦୪ ପଏଣ୍ଟ ରେକର୍ଡ କରାଯାଇଛି।
ଦୀପାବଳି ସନ୍ଧ୍ୟାରେ ଦିଲ୍ଲୀର ୩୮ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୩୪ ଟି ରେଡ୍ ଜୋନ୍ ରେକର୍ଡ କରାଯାଇଛି। ୩୧ ଟି ମନିଟରିଂ ଷ୍ଟେସନରେ ବାୟୁ ଗୁଣବତ୍ତା ଖୁବ୍ ଖରାପ ଥିବା ରେକର୍ଡ କରାଯାଇ ଥିଲା, ଯେତେବେଳେ କି ତିନୋଟି କେନ୍ଦ୍ର ଗୁରୁତର ବର୍ଗରେ ରହିଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ସନ୍ଧ୍ୟା ୬ଟାରେ ଦିଲ୍ଲୀର ହାରାହାରି ଏକ୍ୟୁଆଇ ୩୪୫ ପଏଣ୍ଟ ରେକର୍ଡ କରାଯାଇଛି। ଆତସବାଜି ଏବଂ ଖରାପ ପାଗ ଯୋଗୁଁ ଆଗାମୀ କିଛି ଘଣ୍ଟାରେ ରେକର୍ଡ ପାଇବାର ଆଶଙ୍କା କରାଯାଉଛି। ପ୍ରଦୂଷଣ ସ୍ତର ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।
ଏହାସହ ପଢ଼ନ୍ତୁ: ୨୬ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେଲା ରାମନଗରୀ
ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ, ମଙ୍ଗଳବାର ଓ ବୁଧବାର ଦିଲ୍ଲୀରେ ବାୟୁର ଗୁଣବତ୍ତା 'ଗମ୍ଭୀର' ଶ୍ରେଣୀରେ ପହଞ୍ଚି ଯିବ। CPCB ଅନୁସାରେ , ୦ରୁ୫୦ ମଧ୍ୟରେ AQIକୁ ଭଲ, ୫୧-୧୦୦ ମଧ୍ୟରେ ସନ୍ତୋଷଜନକ, ୧୦୧ ରୁ ୨୦୦ମଧ୍ୟରେ ମଧ୍ୟମ , ୨୦୧ ରୁ ୩୦୦ ଧ୍ୟରେ ଖରାପ, ୩୦୧-୪୦୦ମଧ୍ୟରେ ଅତ୍ୟନ୍ତ ଖରାପ ଏବଂ ୪୦୧-୫୦୦ମଧ୍ୟରେ ଗମ୍ଭୀର ଶ୍ରେଣୀରେ ରଖାଯାଏ।
ଗ୍ରାପ୍-୨ ଲାଗୁ :
ସୋମବାର ଦିଲ୍ଲୀର ପଲ୍ୟୁସନରେ ଯାନବାହାନରୁ ବାହାରୁ ଥିବା ନିର୍ଗମନର ଯୋଗଦାନ ୧୫.୬ ପ୍ରତିଶତ ରହିଥିବା ବେଳେ ଶିଳ୍ପ ସମେତ ଅନ୍ୟାନ୍ୟ କାରଣ ଗୁଡ଼ିକର ଯୋଗଦାନ ୨୩.୩ ପ୍ରତିଶତା ଥିଲା। କ୍ରମାଗତ ଭାବେ ଖରାପ ହେଉଥିବା ବାୟୁ ଗୁଣବତ୍ତାକୁ ଦେଖି, ବାୟୁ ଗୁଣବତ୍ତା ପରିଚାଳନା କମିଶନ (CAQM) ପକ୍ଷରୁ ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ-NCRରେ ଗ୍ରାପ୍ର ଦ୍ୱିତୀୟ ପର୍ଯ୍ୟାୟର ପ୍ରତିବନ୍ଧକକୁ ଲାଗୁ କର ଯାଇଛି। ଏହି ମଧ୍ୟକେ ପାଣିପାଗ ବିଭାଗ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଦିଲ୍ଲୀରେ ସକାଳେ ଦିଲ୍ଲୀର ଅନେକ ସ୍ଥାନରେ ଧୂଆଁ କିମ୍ୱା ଘନ କୁହୁଡ଼ି ହେବାର ସତର୍କତା ଜାରି କରିଛି।
ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀ ସହ ଏନସିଆରର ବିଭିନ୍ନ ଅଞ୍ଚଳରେ ଦ୍ୱିପ୍ରହରରୁ ଆଂଶିକ ଭାବେ ମେଘୁଆ ଛାଇ ଯିବାସହ ଧୂଆଁ ଭଳି ପାଗ ହୋଇଯିବ। ବୁଧବାର ମଧ୍ୟ ସକାଳ ସମୟରେ ସ୍ମଗ୍ କିମ୍ବା ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ିର ସତର୍କତା ଜାରି କରାଯାଇଛି। ଏହି ଦିନ ମଧ୍ୟ ଅପରାହ୍ନରୁ ମେଘୁଆ ଆକାଶ ଏବଂ କୁହୁଡ଼ି ପାଗ ରହିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories