Delhi Air Pollution / ଅଣନିଶ୍ଵାସୀ ରାଜଧାନୀ: ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବାୟୁ ପ୍ରଦୂଷଣ

Key Points
ପ୍ରଦୂଷଣରେ ଆକ୍ତାମାକ୍ତା ରାଜଧାନୀବାସୀ । ଚାରିଆଡ଼େ ଧୂଆଁଧୂଆଁ ହୋଇଛି ରାଜଧାନୀ ଦିଲ୍ଲୀ । ଘରୁ ବାହାରିବା ମୁସ୍କିଲ । ନିଶ୍ୱାସ ନେବା କଷ୍ଟକର ହୋଇପଡ଼ୁଛି । ବିଷାକ୍ତ ବାୟୁ ବଳୟରେ ଛଟପଟ ରାଜଧାନୀବାସୀ । ସାଂଘାତିକ ରୂପ ନେଇଛି ବାୟୁ ପ୍ରଦୂଷଣ । କିଛି କିଛି ସ୍ଥାନରେ ୪୦୦ ଟପିଛି ଏକ୍ୟୁଆଇ । ଦିଲ୍ଲୀ ରେଡ୍ ଜୋନ୍ରେ ରହିଛି ।
ତେବେ ଶୁକ୍ରବାର ଦିନ ଦିଲ୍ଲୀର ବାୟୁ ଗୁଣବତ୍ତା ଆହୁରି ଖରାପ ହୋଇଛି ଏବଂ ଅନେକ ଅଞ୍ଚଳରେ ଗୁରୁତର ସ୍ତରରେ ପହଞ୍ଚିଛି ବାୟୁ ପ୍ରଦୂଷଣ । ଏକ ସର୍ଭେ ଅନୁଯାୟୀ ଗତ ମାସରେ ଦିଲ୍ଲୀ-ଏନସିଆରରେ ପ୍ରାୟ ୮୦ ପ୍ରତିଶତ ପରିବାରରେ ବିଷାକ୍ତ ବାୟୁ ଯୋଗୁଁ ଅତି କମରେ ଜଣେ ସଦସ୍ୟ ଅସୁସ୍ଥ ହୋଇଛନ୍ତି ।
ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରଦୂଷଣ ଜୀବନକୁ ପ୍ରଭାବିତ କରୁଥିବାର ଯଥେଷ୍ଟ ପ୍ରମାଣ ଅଛି ଯାହା ଦ୍ଵାରା ଦିନକୁ ଦିନ ଲୋକମାନେ ଅସୁସ୍ଥ ହୋଇପଡ଼ୁଛନ୍ତି । ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ ମାସ୍କ ଏବଂ ବାୟୁ ପ୍ୟୁରିଫାୟର୍ କିଛି ମାତ୍ରାରେ ସୁରକ୍ଷା ଦେଇଥାଏ, କିନ୍ତୁ ଏହି ସମସ୍ୟାର ମୁକାବିଲା ପାଇଁ ଏହା ଯଥେଷ୍ଟ ନୁହେଁ ।
ଦିଲ୍ଲୀର ବାୟୁ ଗୁଣବତ୍ତାର ୧୦ଟି ମୁଖ୍ୟ ପଏଣ୍ଟ
1 ଦିଲ୍ଲୀବାସୀଙ୍କ ପାଇଁ କୌଣସି ଆଶ୍ୱସ୍ତି ନାହିଁ: ସରକାରଙ୍କ ସମୀର ଆପ୍ ଅନୁଯାୟୀ, ଶୁକ୍ରବାର ସକାଳ ୯ଟାରେ ଦିଲ୍ଲୀରେ ୨୪ ଘଣ୍ଟାର ହାରାହାରି AQI ୩୭୦ ରେକର୍ଡ କରାଯାଇଛି । ଏହା ଲଗାତାର ଆଠ ଦିନ ହେଲା ଯେ ଦିଲ୍ଲୀ AQI ଅତି ଖରାପ ବର୍ଗରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛନ୍ତି ଯେ ବୁଧବାର AQI ସ୍ତର ୩୯୨, ମଙ୍ଗଳବାର ୩୭୪ ଏବଂ ସୋମବାର ୩୫୧ ଥିଲା ।
2 ୧୮ଟି ଷ୍ଟେସନ 'ସଙ୍କଟପୂର୍ଣ୍ଣ' ବର୍ଗରେ ପହଞ୍ଚିଛି : ୧୮ ରୁ ଅଧିକ ମନିଟରିଂ ଷ୍ଟେସନରେ AQI ୪୦୦ ରୁ ଅଧିକ ରେକର୍ଡ କରାଯାଇଥିଲା । ଏଥିରେ ଚାନ୍ଦନୀ ଚୌକ, ଆନନ୍ଦ ବିହାର, ମୁଣ୍ଡକା, ବାୱାନା, ନରେଲା, DTU ଏବଂ ୱାଜିପୁର ଅନ୍ତର୍ଭୁକ୍ତ - ଯାହା ମଧ୍ୟରୁ ଅନେକ କ୍ରମାଗତ ଭାବରେ ୪୦୦-୪୫୦ ସୀମା ଅତିକ୍ରମ କରିଥିଲେ ।
3 ଆଗକୁ ଆହୁରି ବଢ଼ିପାରେ ପ୍ରଦୂଷଣ : ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର କହିବାନୁଯାୟୀ ଆଗାମୀ ଛଅ ଦିନ ଯାଏଁ ଆହୁରି ଗୁରୁତର ବାୟୁ ପ୍ରଦୂଷଣ ହେବାର ସମ୍ଭାବନା ରହିଛି । ଆହୁରି ମଧ୍ୟ କହିଛନ୍ତି ଏହାର ମୁଖ୍ୟ କାରଣ ସ୍ଥିର ପବନ ଏବଂ ଅଚାନକ ଶୀତ ପଡ଼ିବା ଯୋଗୁଁ ହୋଇଥାଏ ।
4 ପ୍ରଦୂଷଣର କାରଣ କ’ଣ:- IITM-ଡିସିସନ୍ ସପୋର୍ଟ ସିଷ୍ଟମର ଆକଳନ ଅନୁଯାୟୀ ଗୁରୁବାର ଦିନ ଅଧିକ ଯାନବାହାନ ଯାତାୟତ ପାଇଁ PM୨.୫ ପ୍ରଦୂଷଣର ୧୭.୩ ପ୍ରତିଶତ ହୋଇଥିଲା, ଶୁକ୍ରବାର ଦିନ, ଏହା ଯଥାକ୍ରମେ ୧୬.୨ପ୍ରତିଶତ ଏବଂ ୧.୮ପ୍ରତିଶତକୁ ସାମାନ୍ୟ ହ୍ରାସ ପାଇବାର ଆଶା କରାଯାଉଛି ।
5 ବିଭିନ୍ନ ରାଜ୍ୟରେ ଘଟୁଛି ଅଗ୍ନିକାଣ୍ଡ: ସାଟେଲାଇଟ୍ ତଥ୍ୟ ଅନୁଯାୟୀ ବୁଧବାର ଦିନ, ପଞ୍ଜାବରେ ୧୬ଟି, ହରିୟାଣାରେ ୧୧ଟି ଏବଂ ଉତ୍ତର ପ୍ରଦେଶରେ ୧୧୫ଟି ଅଗ୍ନିକାଣ୍ଡ ଘଟିଥିଲା - ଏହା ଏକ ଛୋଟ ସଂଖ୍ୟା, କିନ୍ତୁ ଶୀତକାଳୀନ ସମୟରେ ପ୍ରଦୂଷଣ ବଢ଼ାଇବ ପାଇଁ ଏହା ଯଥେଷ୍ଟ ।
6 ଡାକ୍ତରମାନେ ଚେତାବନୀ ଦେଇଛନ୍ତି: AIIMS ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ ବାୟୁ ପ୍ରଦୂଷଣ ଜରୁରୀକାଳୀନ ଚିକିତ୍ସା ପରିସ୍ଥିତିରେ ପରିଣତ ହୋଇଛି, ଏବଂ ହସ୍ପିଟାଲଗୁଡ଼ିକରେ ଶ୍ୱାସକ୍ରିୟା ଏବଂ ପ୍ରଦୂଷଣ ସମ୍ବନ୍ଧୀୟ ମାମଲାରେ ୧୦-୧୫ପ୍ରତିଶତ ବୃଦ୍ଧି ପାଇଛି ।
7 ମାସ୍କ ସାହାଯ୍ୟ କରେ କି?: ଡାକ୍ତରମାନେ କହିଛନ୍ତି ଯେ ମାସ୍କ ଏବଂ ପ୍ୟୁରିଫାୟର୍ ସୀମିତ ମାତ୍ରାରେ ସୁରକ୍ଷା ଦେଇଥାଏ । କିନ୍ତୁ ଖାଲି ଏହା ଉରରେ ର୍ନିଭର କରିବା ଠିକ୍ ନୁହେଁ ।
8 ଦିଲ୍ଲୀରେ ୮୦% ପରିବାର ପ୍ରଭାବିତ: ଏକ ସର୍ଭେରୁ ଜଣାପଡିଛି ଯେ ଗତ ମାସରେ ଦିଲ୍ଲୀ-NCRରେ ୧୦ ଟି ପରିବାରରୁ ୮ ଟି ପରିବାରର ଅତି କମରେ ଜଣେ ସଦସ୍ୟ ବିଷାକ୍ତ ବାୟୁ ଯୋଗୁଁ ଅସୁସ୍ଥ ହୋଇପଡ଼ିଛନ୍ତି ।
10 ସୁପ୍ରିମକୋର୍ଟ କହିଛନ୍ତି: ଏହି ସପ୍ତାହର ଆରମ୍ଭରେ, ସୁପ୍ରିମକୋର୍ଟ ନଭେମ୍ବର-ଡିସେମ୍ବର ପାଇଁ ଯୋଜନା କରାଯାଇଥିବା ସ୍କୁଲର ଖେଳ ଇଭେଣ୍ଟଗୁଡ଼ିକୁ ସ୍ଥଗିତ ରଖିବାକୁ CAQMକୁ ଅନୁରୋଧ କରିଥିଲେ, କହିଛନ୍ତି ଯେ ବର୍ତ୍ତମାନ ବାହାରେ କାର୍ଯ୍ୟକଳାପ କରିବା ପିଲାମାନଙ୍କୁ "ଗ୍ୟାସ୍ ଚାମ୍ବରରେ ତାଲିମ ଦେବା" ଭଳି ହେବ । କୋର୍ଟ ବାୟୁ ପ୍ରଦୂଷଣ କମାଇବା ପାଇଁ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।
ଲୋକମାନଙ୍କର କ୍ରୋଧ ବଢ଼ୁଛି: ଛୋଟ ପିଲା ଏବଂ ଅଭିଭାବକଙ୍କ ସମେତ ରହୁଥିବା ବାସିନ୍ଦାମାନେ ମଧ୍ୟ ତୁରନ୍ତ ସରକାରୀ କାର୍ଯ୍ୟାନୁଷ୍ଠାନ ଦାବି କରି ଇଣ୍ଡିଆ ଗେଟ୍ ଏବଂ ଜନ୍ତର ମନ୍ତରରେ ପ୍ରତିବାଦ କରୁଛନ୍ତି । ଅନେକ କହିଛନ୍ତି ଯେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ରାସ୍ତାକୁ ଓହ୍ଲାଇବା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ପ୍ରତିବାଦକାରୀମାନେ ଅଭିଯୋଗ କରିଛନ୍ତି ଯେ GRAP ଅନୁଯାୟୀ ଶ୍ରମିକମାନଙ୍କୁ ଗୁରୁତର ଭାବରେ ପ୍ରଭାବିତ କରୁଛି ।
📱 Get Argus News App
✨Related Topics
Explore more stories