Delhi Air Pollution / ଦୀପାବଳି ପୂର୍ବରୁ ଦିଲ୍ଲୀରେ ବିଷାକ୍ତ ବାୟୁ…GRAP-3 ଲାଗୁ, ଗାଡ଼ି ଚଳାଚଳଠୁ ନିର୍ମାଣ କାମ ଯାଏଁ କଟକଣା
·1 hour ago·2 min read

Key Points
ଦିଲ୍ଲୀ-ଏନସିଆର (Delhi-NCR) ରେ ଦୀପାବଳି ପୂର୍ବରୁ ବାୟୁ ଗୁଣବତ୍ତା 'ଅତ୍ୟନ୍ତ ଖରାପ' (very poor)ସ୍ତରରେ ପହଞ୍ଚିଛି
ଦିଲ୍ଲୀ-ଏନସିଆର (Delhi-NCR) ରେ ଦୀପାବଳି ପୂର୍ବରୁ ବାୟୁ ଗୁଣବତ୍ତା 'ଅତ୍ୟନ୍ତ ଖରାପ' (very poor)ସ୍ତରରେ ପହଞ୍ଚିଛି। ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି, 'କମିଶନ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ' (CAQM) ର ଏକ ଉପ-କମିଟି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ 'ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ୍ ପ୍ଲାନ୍' (GRAP) ର ତୃତୀୟ ପର୍ଯ୍ୟାୟ (GRAP-3) ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏହା ଅଧୀନରେ ଅନେକ କଟକଣା ଲାଗୁ କରାଯିବ।
ଏନଡିଟିଭିର ରିପୋର୍ଟ ଅନୁଯାୟୀ, GRAP-3 ଅଧୀନରେ ଅଣ-ଜରୁରୀ ନିର୍ମାଣ କାର୍ଯ୍ୟ ଏବଂ ଭଙ୍ଗା-ରୁଜା କାମ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି ; ଯେପରିକି ମାଟି ଖୋଳିବା, ପାଇଲିଂ କରିବା, ଟ୍ରେଞ୍ଚିଂ ଏବଂ ଖାଲା ସ୍ଥାନରେ ରେଡି-ମିକ୍ସ କଂକ୍ରିଟ୍ ପ୍ଲାଣ୍ଟ ପରିଚାଳନା କରିବା ଆଦି ବନ୍ଦ ରହିବ।
ଦିଲ୍ଲୀ-ଏନସିଆରରେ ବିଏସ୍-୩ (BS-3) ପେଟ୍ରୋଲ ଏବଂ ବିଏସ୍-୪ (BS-4) ଡିଜେଲ ଚାରିଚକିଆ ଯାନଗୁଡ଼ିକର ରାସ୍ତାରେ ଚଳାଚଳ ଉପରେ ପ୍ରତିବନ୍ଧକ ରହିବ। ଏହାବ୍ୟତୀତ ଅନ୍ତଃରାଜ୍ୟ (Inter-state) ଡିଜେଲ ବସ୍ ଗୁଡ଼ିକର ରାଜଧାନୀ ଭିତରକୁ ପ୍ରବେଶ କିମ୍ବା ଚଳାଚଳ ଉପରେ ରୋକ୍ ଲଗାଯାଇଛି । ବାଲି ଓ ସିମେଣ୍ଟ ଭଳି ସାମଗ୍ରୀ ପରିବହନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଜରୁରୀକାଳୀନ ଏବଂ ଜରୁରୀ ସେବାକୁ ବାଦ୍ ଦେଲେ ଜେନେରେଟର ସେଟର ବ୍ୟବହାରକୁ ମଧ୍ୟ ନିଷିଦ୍ଧ କରାଯାଇଛି ।
ଗାଡ଼ିମୋଟର ଯୋଗୁଁ ହେଉଥିବା ପ୍ରଦୂଷଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ବେସରକାରୀ କମ୍ପାନିଗୁଡ଼ିକୁ 'ୱାର୍କ ଫ୍ରମ୍ ହୋମ୍' କିମ୍ବା ହାଇବ୍ରିଡ୍ ମଡେଲରେ କାମ କରିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ, ଛୋଟ ପିଲାମାନଙ୍କୁ ବିଷାକ୍ତ ବାୟୁରୁ ସୁରକ୍ଷା ଦେବା ପାଇଁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ବନ୍ଦ ରଖିବା ଏବଂ ଅନଲାଇନ୍ କ୍ଲାସ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
- କେଉଁ ଜିନିଷଗୁଡ଼ିକ ଉପରେ ରହିବ ପ୍ରତିବନ୍ଧକ ?
ଏନଡିଟିଭିର ରିପୋର୍ଟ ଅନୁଯାୟୀ, GRAP-3 ଅଧୀନରେ ଅଣ-ଜରୁରୀ ନିର୍ମାଣ କାର୍ଯ୍ୟ ଏବଂ ଭଙ୍ଗା-ରୁଜା କାମ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି ; ଯେପରିକି ମାଟି ଖୋଳିବା, ପାଇଲିଂ କରିବା, ଟ୍ରେଞ୍ଚିଂ ଏବଂ ଖାଲା ସ୍ଥାନରେ ରେଡି-ମିକ୍ସ କଂକ୍ରିଟ୍ ପ୍ଲାଣ୍ଟ ପରିଚାଳନା କରିବା ଆଦି ବନ୍ଦ ରହିବ।
- ଏହିସବୁ ଯାନବାହାନ ଉପରେ ମଧ୍ୟ ଲାଗିଲା କଟକଣା
ଦିଲ୍ଲୀ-ଏନସିଆରରେ ବିଏସ୍-୩ (BS-3) ପେଟ୍ରୋଲ ଏବଂ ବିଏସ୍-୪ (BS-4) ଡିଜେଲ ଚାରିଚକିଆ ଯାନଗୁଡ଼ିକର ରାସ୍ତାରେ ଚଳାଚଳ ଉପରେ ପ୍ରତିବନ୍ଧକ ରହିବ। ଏହାବ୍ୟତୀତ ଅନ୍ତଃରାଜ୍ୟ (Inter-state) ଡିଜେଲ ବସ୍ ଗୁଡ଼ିକର ରାଜଧାନୀ ଭିତରକୁ ପ୍ରବେଶ କିମ୍ବା ଚଳାଚଳ ଉପରେ ରୋକ୍ ଲଗାଯାଇଛି । ବାଲି ଓ ସିମେଣ୍ଟ ଭଳି ସାମଗ୍ରୀ ପରିବହନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଜରୁରୀକାଳୀନ ଏବଂ ଜରୁରୀ ସେବାକୁ ବାଦ୍ ଦେଲେ ଜେନେରେଟର ସେଟର ବ୍ୟବହାରକୁ ମଧ୍ୟ ନିଷିଦ୍ଧ କରାଯାଇଛି ।
- ଅଫିସ୍ ଏବଂ ସ୍କୁଲଗୁଡ଼ିକ ପାଇଁ କ’ଣ ରହିଛି ନିର୍ଦ୍ଦେଶ ?
ଗାଡ଼ିମୋଟର ଯୋଗୁଁ ହେଉଥିବା ପ୍ରଦୂଷଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ବେସରକାରୀ କମ୍ପାନିଗୁଡ଼ିକୁ 'ୱାର୍କ ଫ୍ରମ୍ ହୋମ୍' କିମ୍ବା ହାଇବ୍ରିଡ୍ ମଡେଲରେ କାମ କରିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ, ଛୋଟ ପିଲାମାନଙ୍କୁ ବିଷାକ୍ତ ବାୟୁରୁ ସୁରକ୍ଷା ଦେବା ପାଇଁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ବନ୍ଦ ରଖିବା ଏବଂ ଅନଲାଇନ୍ କ୍ଲାସ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ରାଜଧାନୀରେ ଘନ କୁହୁଡ଼ିର ଚାଦର
ଜାତୀୟ ରାଜଧାନୀରେ ଶୁକ୍ରବାର ଦିନ ଘନ କୁହୁଡ଼ିର ଚାଦର ଛାଇ ରହିଥିଲା, ଯାହାଫଳରେ ବାୟୁର ଗୁଣବତ୍ତାରେ ଅତ୍ୟନ୍ତ ଦ୍ରୁତ ଅବନତି ଘଟି ଥିଲା । ଦିଲ୍ଲୀର ୫୯ଟି ନଜର ରଖିବା କେନ୍ଦ୍ର ମଧ୍ୟରୁ ୩୦ଟିରେ ସକାଳ ନଅଟା ସମୟରେ ବାୟୁ ଗୁଣବତ୍ତା 'ଗମ୍ଭୀର' ବର୍ଗରେ ରେକର୍ଡ କରାଯାଇଥିଲା , ଯେତେବେଳେ କି ଅନ୍ୟ କେନ୍ଦ୍ରଗୁଡ଼ିକରେ ଏହା 'ଅତ୍ୟନ୍ତ ଖରାପ' ଶ୍ରେଣୀରେ ଥିଲା । ରୋହିଣୀରେ ସର୍ବାଧିକ ୪୭୫ ଏକେୱାଇ (AQI) ରେକର୍ଡ ହୋଇଥିବା ବେଳେ ଭାରତୀୟ ପ୍ରାକ୍ଟିକେକନୋଲୋଜି ଇନଷ୍ଟିଚ୍ୟୁଟ୍ (IIT) ଦିଲ୍ଲୀରେ ଏହା ୪୭୨ ଥିଲା ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ, ଶୂନ୍ୟରୁ ୫୦ ମଧ୍ୟରେ ଥିବା AQI କୁ 'ଭଲ', ୫୧ ରୁ ୧୦୦ କୁ 'ସନ୍ତୋଷଜନକ', ୧୦୧ ରୁ ୨୦୦ କୁ 'ମଧ୍ୟମ', ୨୦୧ ରୁ ୩୦୦ କୁ 'ଖରାପ', ୩୦୧ ରୁ ୪୦୦ କୁ 'ଅତ୍ୟନ୍ତ ଖରାପ' ଏବଂ ୪୦୧ ରୁ ୫୦୦ କୁ 'ଗମ୍ଭୀର' ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇ ଥାଏ ।
- GRAP କଟକଣା କାହିଁକି ଲାଗୁ କରାଯାଏ?
GRAP ବା 'ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ୍ ପ୍ଲାନ୍' (Graded Response Action Plan) ହେଉଛି ଏକ ଜରୁରୀକାଳୀନ କାର୍ଯ୍ୟ ଯୋଜନା, ଯାହା ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (NCR) ରେ ବାୟୁ ପ୍ରଦୂଷଣର ମୁକାବିଲା କରିବା ପାଇଁ ପ୍ରସ୍ତୁତ କରାଯାଇଛି। ସରଳ ଭାଷାରେ କହିଲେ, ଏହା କିଛି କଠୋର ନିୟମାବଳୀର ଏକ ସମାହାର, ଯାହା ପ୍ରଦୂଷଣ ସ୍ତର ଉପରେ ଆଧାରିତ ହୋଇ ଲାଗୁ କରାଯାଇଥାଏ। ବାୟୁର ଗୁଣବତ୍ତା ଯେତେ ଖରାପ ହୁଏ, କଟକଣା ସେତେ ଅଧିକ କଠୋର ହୋଇଥାଏ। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ୨୦୧୭ ମସିହାରେ ଏହା ପ୍ରଥମେ ବିଜ୍ଞାପିତ କରାଯାଇଥିଲା।
Related Topics
Explore more stories