Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Pollution / ଦିଲ୍ଲୀରେ ଏକ୍ୟୁ‌ଆଇ ୪୦୦ ଟପିଲା; ବିଭିନ୍ନ ସ୍ଥାନରେ ରେଡ୍‌ ଜୋନ୍‌

Rashmita Mishra
Browse all articles by Rashmita Mishra
·8 months ago·2 min read
ଦିଲ୍ଲୀରେ ଏକ୍ୟୁ‌ଆଇ ୪୦୦ ଟପିଲା; ବିଭିନ୍ନ ସ୍ଥାନରେ ରେଡ୍‌ ଜୋନ୍‌

Key Points

ରାଜଧାନୀରେ ବିଷାକ୍ତ ବାୟୁ
ନୂଆଦିଲ୍ଲୀ ଏମ୍ସ ଓ ଅକ୍ଷରଧାମ ନିକଟରେ ୪୦୦ ଟପିଲା ଏୟାର କ୍ବାଲିଟି ଇଣ୍ଡେକ୍ସ
ଲୋକଙ୍କୁ ସତର୍କ କରାଇଲା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଦିଲ୍ଲୀ ପୁଣିଥ‌ରେ ବିଷାକ୍ତ ବାୟୁ ବଳୟରେ ଛଟପଟ ହେଉଛି। ବାୟୁର ମାନ ଶନିବାର ସାଂଘାତିକ ରୂପ ନେବାପରେ ଅଧିକ କଟକଣା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ସହରର ବିଭିନ୍ନ ଅଂଶରେ ଆଜି ଏକ୍ୟୁଆଇ ୪୦୦ ଟପିଛି। ଦିଲ୍ଲୀ ଆଜି ‘ରେଡ୍‌ ଜୋନ୍‌’ରେ ପ୍ରବେଶ କରି ଦେଶରେ ସର୍ବା‌ଧିକ ପ୍ରଦୂଷିତ ସହର ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି। ସିପିସିବି (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ)ର ତଥ୍ୟ ଦର୍ଶାଉଛି ଯେ ଦିଲ୍ଲୀର ୨୪ ଘଣ୍ଟାର ହାରାହାରି ଏକ୍ୟୁଆଇ ଅପରାହ୍ନ ୪ଟାରେ ୩୬୧ ରହିଛି। ଶୁକ୍ରବାର ଦିଲ୍ଲୀର ଏକ୍ୟୁଆଇ ୩୨୨ ଥିଲା ଏବଂ ଏହି ସମୟରେ ଏହା ଦେଶରେ ସର୍ବାଧିକ ଥିଲା।

ସହରର ୩୮ ଯାଞ୍ଚ କେନ୍ଦ୍ରରୁ କେତେକ ଅଞ୍ଚଳରେ ପ୍ରଦୂଷଣ ସ୍ତର ଅତି ଉଦ୍‌ବେଗଜନକ ରହୁଛି। ୱଜିରପୁରରେ ଏକ୍ୟୁଆଇ ୪୨୦ ଥିବାବେଳେ ବୁରାଡ଼ିରେ ୪୧୮, ବିବେକ ବିହାରରେ ୪୧୧, ନେହରୁ ନାର୍‌ରେ ୪୦୬, ଅଲିପୁରରେ ୪୦୪ ଏବଂ ଆଇଟିଓରେ ଏକ୍ୟୁଆଇ ୪୦୨ ରହିଛି। ଏନସିଆର୍‌ରେ ମଧ୍ୟ ବାୟୁର ମାନ ଲଗାତାର ଖରାପ ରହୁଛି। ନଏଡ଼ାରେ ଏକ୍ୟୁଆଇ ୩୫୪, ଗ୍ରେଟର ନଏଡ଼ାରେ ୩୩୬ ଏବଂ ଗାଜିଆବାଦରେ ଏକ୍ୟୁଆଇ ୩୩୯ ରହିଛି। ସୂଚନାଯୋଗ୍ୟ, ଦିଲ୍ଲୀରେ କୃତ୍ରିମ ବର୍ଷା ପାଇଁ ସରକାରଙ୍କ ଯୋଜନା ସଂପୂର୍ଣ୍ଣ ବିଫଳ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ, ଆଜି ଦିଲ୍ଲୀ-ଏନ୍‌ସିଆର୍‌ ଓ ନିକଟବର୍ତ୍ତୀ ଅଞ୍ଚଳ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଘନ ଧୂଆଁକୁହୁଡ଼ି ରହିଥିଲା ଏବଂ ଅନେକ ସ୍ଥାନରେ ‘ଖରାପ’ରୁ ‘ଅତ୍ୟନ୍ତ ଖରାପ’ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରିପୋର୍ଟ କରାଯାଇଥିଲା।

ସିପିସିବି ଅନୁଯାୟୀ, ଏକ୍ୟୁଆଇ ୦-୫୦ ମଧ୍ୟରେ ଥିବାବେଳେ ‘ଭଲ’ ଏବଂ ଏହା ୪୦୦ ଅତିକ୍ରମ କଲେ ତାକୁ ‘ଗମ୍ଭୀର’ କୁହାଯାଏ। ଦିଲ୍ଲୀ, ହରିୟାଣା ଓ ଉତ୍ତରପ୍ରଦେଶରେ ୧୦ଟି ସ୍ଥାନରେ ଏକ୍ୟୁଆଇ ନିରାପଦ ସୀମାଠାରୁ ଯଥେଷ୍ଟ ବାହାରେ ରହିଥିଲା। ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିଶେଷକରି ଶିଶୁ, ବୃଦ୍ଧ ଓ ଶ୍ୱାସକ୍ରିୟା ସମସ୍ୟା ଥିବା ଲୋକଙ୍କୁ ବାହାରକୁ ନ ଯିବା ଓ ସତକଁ ରହିବା ପାଇଁ ଅନୁରୋଧ କରିଛନ୍ତି। ଜାତୀୟ ରାଜଧାନୀରେ ପ୍ରଦୂଷଣ ସ୍ତର ଖରାପ ହୋଇଥିବାରୁ ଦିଲ୍ଲୀ ସରକାର ଓ ଦିଲ୍ଲୀ ପୌର ନିଗମ କାର୍ଯ୍ୟାଳୟ ସମୟରେ ପରିବର୍ତ୍ତନ କରିଛନ୍ତି।

ଦିଲ୍ଲୀ ପ୍ରଦୂଷଣ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି- ସକାଳ ୮ଟା ସୁଦ୍ଧା ଆଇଟିଓ ୩୭୩ର ଏକ୍ୟୁଆଇ ରିପୋର୍ଟ କରିଛି ଏବଂ ମୁଣ୍ଡକା ୩୬୩ ଏକ୍ୟୁଆଇ ସହ ତା’ ପଛରେ ରହିଛି। ଉଭୟ ‘ଅତ୍ୟନ୍ତ ଖରାପ’ ବର୍ଗରେ ଆସୁଛନ୍ତି। ସିପିସିବି ଅନୁଯାୟୀ, ଦିଲ୍ଲୀର ଅନ୍ୟ ଏକ ହଟସ୍ପଟ୍ ଆନନ୍ଦ ବିହାର ମଧ୍ୟ ୩୫୨ ଏକ୍ୟୁଆଇ ସହିତ ‘ଅତ୍ୟନ୍ତ ଖରାପ’ ବର୍ଗରେ ରହିଛି। ଗାଜିଆବାଦର ବସୁନ୍ଧରା ଅଞ୍ଚଳରେ ୩୫୩ ଏକ୍ୟୁଆଇ ରେକର୍ଡ କରାଯାଇଛି, ଯାହା ଦିନର ସବୁଠାରୁ ପ୍ରଦୂଷିତ ସ୍ଥାନ ମଧ୍ୟରେ ସ୍ଥାନ ପାଇଛି। ଏହା ପଛକୁ ନୋଏଡାର ସେକ୍ଟର ୬୨ରେ ଏକ୍ୟୁଆଇ ୩୦୯ ରହିଛି। ଉତ୍ତରପ୍ରଦେଶ ହାପୁରର ହୁଡା ସେକ୍ଟର ୨୮୦ରେ ପହଞ୍ଚିଛି।

ବାଗପତ, ସର୍ଦ୍ଦାର ପଟେଲ ଇଣ୍ଟର କଲେଜ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରେ ଅଛନ୍ତି, ଯାହା ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ କ୍ରମାଗତ ପ୍ରଦୂଷଣକୁ ସୂଚାଉଛି। ଏନ୍‌ସିଆର୍ ଓ ଉତ୍ତରପ୍ରଦେଶ ବ୍ୟତୀତ ହରିୟାଣାର ପାନିପଥରେ ଅତ୍ୟଧିକ ଅବନତି ସୂଚନା ମିଳିଛି- ସେକ୍ଟର ୧୮ରେ ଏକ୍ୟୁଆଇ ୩୧୦ ରହିଛି। ଜିନ୍ଦସ୍ ପୁଲିସ ଲାଇନ ଅଞ୍ଚଳରେ ୨୯୪ ଏକ୍ୟୁଆଇ ରିପୋର୍ଟ କରାଯାଇଥିଲା। ଫତେହାବାଦର ହୁଡା ସେକ୍ଟରରେ ୨୯୨ ରେକର୍ଡ କରାଯାଇଛି, ଯାହା ହରିୟାଣାର ଖରାପ ଅବସ୍ଥାକୁ ପ୍ରତିଫଳିତ କରୁଛି। ପଞ୍ଚକୁଳାରେ ସେକ୍ଟର ୬ରେ ୨୬୮ ଏକ୍ୟୁଆଇ ଚିହ୍ନଟ ହୋଇଥିଲା।

ଏଥିସହ ପଢ଼ନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi Pollution | Delhi Air Quality Deteriorates: AQI Crosses 400 in Several Areas | Argus News | Argus News