Argus News - Home page: Odisha Latest News, Breaking News, Trending News, Live TV and more

English | ଓଡ଼ିଆ
Loading...
logoLive
Loading...

Argus News - ଗମ୍ଭୀର ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ; ଆସନ୍ତା 10 ଯାଏ ସବୁ ସ୍କୁଲ୍ ବନ୍ଦ

ଗମ୍ଭୀର ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ; ଆସନ୍ତା 10 ଯାଏ ସବୁ ସ୍କୁଲ୍ ବନ୍ଦ

By: Smruti Parija

National| Sun, Nov 5 | 10:21 am

ଗମ୍ଭୀର ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ; ଆସନ୍ତା 10 ଯାଏ ସବୁ ସ୍କୁଲ୍ ବନ୍ଦ

ଅର୍ଗସ ବ୍ୟୁରୋ:  ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ପହଞ୍ଚିଛି ଦିଲ୍ଲୀ ବାୟୁ ପ୍ରଦୂଷଣ । ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ଘୋଷଣା କରାଯାଇଛି । ଏହାସହ ଦିଲ୍ଲୀରେ ଗ୍ରାପ୍ ଫୋର ଲାଗୁ ହୋଇଛି । ରାଜଧାନୀରେ ଅନେକ ସ୍ଥାନରେ ଏକ୍ୟୁଆଇ 600 ଅତିକ୍ରମ କରିଛି । ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନ ରାଜଧାନୀରେ ଜିଆରଏପି-୪ ଲାଗୁ କରିବା ପରେ ଦିଲ୍ଲୀରେ ଡିଜେଲ ଚାଲିତ ବସ ଓ ଟ୍ରକ ନିଷେଧ ହୋଇଛି । 

ଅସମ୍ଭାଳ ଦିଲ୍ଲୀର ବାୟୁ ପ୍ରଦୂଷଣ, ଅଧିକ ବିଷାକ୍ତ ହେଉଛି ପବନ


କେବଳ ଇଲେକ୍ଟ୍ରିକ୍ ଟ୍ରକ୍ ବ୍ୟତୀତ ଅନ୍ୟ ଟ୍ରକର ପ୍ରବେଶ ଉପରେ କଟକଣା ଲାଗିଛି । ଦିଲ୍ଲୀରେ ପୂର୍ବରୁ ହିଁ ପେଟ୍ରୋଲ, ଡିଜେଲ କାର୍ ଓ ଘରୋଇ ନିର୍ମାଣ କାମ ବନ୍ଦ କରାଯାଇଛି । ଧୂଳି ଉଡ଼ାଉଥିବା ସମସ୍ତ କାର୍ଯ୍ୟ ନିଷିଦ୍ଧ କରାଯାଇଛି । ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି ସର୍ବସାଧାରଣ ପ୍ରକଳ୍ପ ସହ ଜଡ଼ିତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି।


 

Sponsored By!

Related Articles :