Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀ ବିଧାନସଭା ନିର୍ବାଚନ:ଭୋଟ୍ ଦେଉଛନ୍ତି ରାଜଧାନୀ ବାସୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଦିଲ୍ଲୀ ବିଧାନସଭା ନିର୍ବାଚନ:ଭୋଟ୍ ଦେଉଛନ୍ତି ରାଜଧାନୀ ବାସୀ

ଅର୍ଗସ ବ୍ୟୁରୋ : ଭୋଟ୍ ଦେଉଛି ରାଜଧାନୀ । ୭୦ ଆସନ ବିଶିଷ୍ଟ ବିଧାନସଭାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ୭୦ ଆସନରେ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଦିଲ୍ଲୀବାସୀ । ଫେବ୍ରୁଆରୀ ୮ ତାରିଖରେ ମତଗଣତି ହେବ। ଶୃଙ୍ଖଳିତ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଦିଲ୍ଲୀରେ ପ୍ରାୟ ୧.୫୬ କୋଟି ପଞ୍ଜୀକୃତ ମତଦାତା କରିବେ ମତାଧିକାର ସାବ୍ୟସ୍ତ । ମୋଟ୍ ଭୋଟରଙ୍କ ମଧ୍ୟରୁ ୮୩.୭୬ ଲକ୍ଷ ହେଉଛନ୍ତି ପୁରୁଷ ରହିଥିବା ବେଳେ ୭୨.୩୬ ଲକ୍ଷ ହେଉଛନ୍ତି ମହିଳା।


୧ ହଜାର ୨୫୭ ଜଣ ତୃତୀୟ ଲିଙ୍ଗୀ ବି ସାମିଲ। ଦିବ୍ୟାଙ୍ଗମାନଙ୍କ ଲାଗି ୭୩୩ଟି ମତଦାନ କେନ୍ଦ୍ର ନିର୍ଦ୍ଧାରିତ କରାଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ । ନିର୍ବାଚନ ପାଇଁ ୧୩ ହଜାର ୭୬୬ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଭୋଟଦାନ ପାଇଁ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଗୋଟିଏ ଇଭିଏମ ବ୍ୟବହାର କରାଯିବ। ଏଥର ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi Assembly Elections: Citizens of the capital are voting | Argus News