Delhi Blast / ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହୋଇଥିଲା, ବିସ୍ଫୋରଣ ପ୍ଲାନ୍ !

Key Points
ଡକ୍ଟର ନବି ହିଁ ବିସ୍ଫୋରଣ ହୋଇଥିବା କାର ଚଲାଉଥିଲା ।
Delhi Red fort Blast: ଦିଲ୍ଲୀ ବୋମା ବିସ୍ଫୋରଣ ମାମଲାରେ ପୋଲିସ ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଜଣେ ମୌଲବୀକୁ ଗିରଫ କରିଛି। ଏହି ମୌଲବୀଙ୍କ ବାସଭବନରୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ପଚରାଉଚରା ପାଇଁ ମୌଲବୀକୁ ଶ୍ରୀନଗର ନିଆଯାଇଛି।
ଦିଲ୍ଲୀ ବିସ୍ଫୋରଣ ମାମଲାରେ ପୋଲିସ ଆଉ ଜଣକୁ ଗିରଫ କରିଛି। ପୋଲିସ ହରିୟାଣାର ମେୱାତରୁ ଜଣେ ମୌଲବୀକୁ ଗିରଫ କରିଛି। ପିଟିଆଇ ନ୍ୟୁଜ୍ ଏଜେନ୍ସି ଏନେଇ ରିପୋର୍ଟ ପ୍ରକାଶ କରିଛି। ଏଜେନ୍ସି ରିପୋର୍ଟ କରିଛି ଯେ ପୋଲିସ ଅଧିକାରୀମାନେ ମୌଲବୀ ଇସ୍ତିଆକର ଗିରଫ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ମୌଲବୀକୁ ଗିରଫ କରି ଶ୍ରୀନଗର ନିଆଯାଇଛି।
ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଗିରଫ ମୌଲବୀ ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏକ ଭଡା ଘରେ ରହୁଥିଲା। ଅଧିକାରୀମାନେ କହିଛନ୍ତି ଯେ ପୋଲିସ ତା'ଘରୁ ୨୫୦୦ କିଲୋଗ୍ରାମରୁ ଅଧିକ ଆମୋନିୟମ୍ ନାଇଟ୍ରେଟ୍, ପୋଟାସିୟମ୍ କ୍ଲୋରେଟ୍ ଏବଂ ସଲଫର୍ ଜବତ କରିଛି। ଦିଲ୍ଲୀ ବିସ୍ଫୋରଣ ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରିଛି।
ମୌଲବୀ ଇସ୍ତିଆକଙ୍କ ବାସଭବନରେ ବିସ୍ଫୋରକ ସାମଗ୍ରୀ ରଖିଥିଲେ, ଡକ୍ଟର ମୁଜାମ୍ମିଲ୍ ଗଣାଇ ଓରଫ ମୁସାଇବ୍ ଏବଂ ଡକ୍ଟର ଉମର ନବି । ଡକ୍ଟର ନବି ହିଁ ବିସ୍ଫୋରଣ ହୋଇଥିବା କାର ଚଲାଉଥିଲା । ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀ ମଡ୍ୟୁଲର ଡାକ୍ତରମାନେ ମୌଲବୀର ବାସଭବନରେ ବୈଠକ କରୁଥିଲେ । ଉମର ନବି ହିଁ ସବୁବେଳେ ଦେଶବ୍ୟାପୀ ବିସ୍ଫୋରଣ ଯୋଜନା ବିଷୟରେ ଆଲୋଚନା କରୁଥିଲା।
ଦିଲ୍ଲୀର ଲାଲକିଲ୍ଲା ଅଞ୍ଚଳରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣ ପରେ, ଦିଲ୍ଲୀ ପୋଲିସ ହାଇଆଲର୍ଟରେ ରହିଛି। ଏହାସହ ଏକ ବିଡ଼ ଛାନଭିନ୍ ଅଭିଯାନ ଚଳାଇଛି, ଯାହାଫଳରେ ଯଦି କୌଣସି ବ୍ୟକ୍ତି ଉପରେ ସନ୍ଦେହ ହୁଏ ତାକୁ ତୁରନ୍ତ ଅଟକ ରଖି ପଚରା ଉଚରା କରାଯାଇପାରିବ । ଆଉ ତାପରେ ସତ ସାମ୍ନାକୁ ଆସିବ ।
ପୋଲିସ ଅନ୍ୟ କୌଣସି ଆତଙ୍କବାଦୀ ଘଟଣା ଯେପରି ନଘଟେ, ସେନେଇ ମଧ୍ୟ ନଜିର ରଖିଛି । ଅଧିକାରୀମାନେ କହିଛନ୍ତି ଯେ ଦିଲ୍ଲୀର ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ରାସ୍ତାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ପ୍ରତ୍ୟେକ ଯାନବାହାନ ଯାଞ୍ଚ କରାଯାଉଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ ସମସ୍ତ ଜିଲ୍ଲା ୟୁନିଟ୍ ଏବଂ ସ୍ୱତନ୍ତ୍ର ଶାଖାକୁ ସତର୍କ ରହିବା ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ, ବିଶେଷକରି ପର୍ଯ୍ୟଟନ ସ୍ଥଳ, ମଲ୍ ଏବଂ ଧାର୍ମିକ ସ୍ଥାନ ନିକଟରେ ପାଟ୍ରୋଲିଂ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
📱 Get Argus News App
✨Related Topics
Explore more stories