Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Blast / ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ଆସିଲା ସାଂଘାତିକ ତଥ୍ୟ

Rashmita Mishra
Browse all articles by Rashmita Mishra
·8 months ago·2 min read
ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ଆସିଲା ସାଂଘାତିକ ତଥ୍ୟ

Key Points

ଦିଲ୍ଲୀ ବିସ୍ଫୋରଣ ପରେ ସାରା ଦେଶରେ ହାଇଆଲର୍ଟ । 
ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ଆସିଲା ସାଂଘାତିକ ତଥ୍ୟ । 
ଆତ୍ମଘାତୀ ନୁହେଁ, ଆକସ୍ମିକ ଥିଲା ବିସ୍ଫୋରଣ । 

ଦିଲ୍ଲୀ ବିସ୍ଫୋରଣ ପରେ ସାରା ଦେଶରେ ହାଇଆଲର୍ଟ । ମୁମ୍ବାଇ, ହରିୟାଣା ଉତ୍ତରପ୍ରଦେଶ ସମେତ ଓଡ଼ିଶାରେ ବଢିଲା ସୁରକ୍ଷା । ଓଡ଼ିଶାର ସମସ୍ତ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି । ଧାର୍ମିକ ସ୍ଥଳ ଓ ସମ୍ବେଦନଶୀଳ ଅଞ୍ଚଳରେ ଚେକିଂ କଡ଼ାକଡ଼ି କରାଯାଇଛି । ପୁରୀ ଶ୍ରୀମନ୍ଦିର ସମେତ ଭୁବନେଶ୍ବର,ରାଉକରକେଲା ସମ୍ବଲରପୁରରେ ବାଲେଶ୍ବରରେ ତନ୍ନ ତନ୍ନ ଯାଞ୍ଚ ଚାଲିଛି । ଠିକ୍ ଏହାରି ଭିତରେ ଦିଲ୍ଲୀ ବିସ୍ଫୋରଣକୁ ନେଇକୁ ଆସିଲା ସଂଘାତିକ ତଥ୍ୟ । ଏହି ବିସ୍ଫୋରଣ ଆତ୍ମଘାତୀ ନଥିଲା । ବିସ୍ଫୋରକ ନେଇ ଯାଉଥିବା ସମୟରେ ଭୁଲ୍ ବଶତଃ ବିସ୍ଫୋରଣ ଘଟିଥିଲା ବୋଲି ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି ।

ସୂଚନାନୁଯାୟୀ ସୋମବାର ଦିନ ଦେଶବ୍ୟାପୀ ଆତଙ୍କବାଦୀ ସନ୍ଦେହଜନକ ବ୍ୟକ୍ତିମାନଙ୍କ ଉପରେ ଚଢ଼ାଉ କରାଯାଇଥିଲା । ହରିୟାଣାର ଫରିଦାବାଦରେ ୨,୯୦୦ କିଲୋଗ୍ରାମ ବୋମା ତିଆରିରେ ବ୍ୟବହୃତ ରାସାୟନିକ ପଦାର୍ଥ ଜବତ ହୋଇଥିଲା। ଯାହା ଏଥିରେ ଜଡିତ ବ୍ୟକ୍ତିମାନଙ୍କୁ ଆତଙ୍କିତ କରିଥିଲା । ଫଳରେ ସେମାନେ ସ୍ଥାନ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ସମୟରେ ଆକସ୍ମିକ ବିସ୍ଫୋରଣ ଘଟିଥିବା ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି ।

ଅନ୍ୟପଟେ ବିସ୍ଫୋରଣ ମାମଲାରେ ପୋଲିସ ଏବଂ ଗୁଇନ୍ଦା ଏଜେନ୍ସୀ ଏହି ମାମଲାରେ ଅନେକ ଲୋକଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ନାମ ହେଉଛି ଡ. ସାଜିଦ ଅହମ୍ମଦ ଏବଂ ଉମର। ସାଜିଦ ଦୁଇଦିନ ତଳେ ବିବାହ କରିଥିଲେ । ଆଉ ଏହି ବିସ୍ଫୋରଣର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ସାଜିଦ । ସାଜିଦ ଫରିବାବାଦର ଅଲଫଲା ୟୁନିଭରସିଟିରେ ସିନିଅର ରେଜିଡେଣ୍ଟ ଭାବେ କାମ କରୁଥିଲେ । ସେହିପରି ଉମର କାର୍ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଡାକ୍ତର ଉମର ମଧ୍ୟ ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ ଥିଲା।

ସେପଟେ ଷଡଯନ୍ତ୍ରର ଡାକ୍ତର ଉମରର ମାଙ୍କ ଡିଏନଏ ନମୁନା ସଂଗ୍ରହ କରାଯାଇଛି । ଉମରଙ୍କ ମୃତଦେହକୁ ଚିହ୍ନିବା ପାଇଁ ଜମ୍ମୁ କଶ୍ମୀର ପୋଲିସ ଦିଲ୍ଲୀ ପୋଲିସକୁ ନମୁନା ହସ୍ତାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ଗୃହ ମନ୍ତ୍ରଣାଳୟ ବଡ଼ ବୈଠକ ଡାକିଥିଲା । ଗୃହ ମନ୍ତ୍ରୀ ଅମିତ ଶାହ ସମସ୍ତ ଯାଞ୍ଚ ଏଜେନ୍ସୀର ଅଧିକାରୀଙ୍କ ସହିତ ବୈଠକ କରିଥିଲେ। ଏହି ବୈଠକରେ ଗୃହ ସଚିବ, ଏଆଇଏ ଡିଜି ସମେତ ଯାଞ୍ଚ ଏଜେନ୍ସୀର ଅଧିକାରୀ ରହିଥିଲେ । ଗୃହ ମନ୍ତ୍ରଣାଳୟ ଯାଞ୍ଚ ଦାୟିତ୍ବ ଏନଆଇଏକୁ ହସ୍ତାନ୍ତର କରିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi Blast | Delhi Blast: Shocking Forensic Report Reveals Use of High-Grade Explosives | Argus News