Delhi Blast / ଦିଲ୍ଲୀ ବିସ୍ଫୋରଣର ପାକିସ୍ତାନ-ତୁର୍କୀ ଲିଙ୍କର ଖୁଲାସା

Key Points
ଜାରି ରହିଛି ମାରାଥନ ବୈଠକ ।
ସାମ୍ନାକୁ ଆସୁଛି ଦିଲ୍ଲୀ ବ୍ଲାଷ୍ଟ ପଛରେ ବିଦେଶୀ କନେକସନ ।
ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାରି ରହିଛି ଚଢ଼ାଉ । ଫରିଦାବାଦ, ଲକ୍ଷ୍ନୌ, କାନପୁର, ଶ୍ରୀନଗରରେ NIA, ATSର ଘନ ଘନ ରେଡ୍ । ଆତଙ୍କୀଙ୍କ ସହଯୋଗୀକୁ ଗିରଫ କରାଯିବା ସହ ଶ୍ରୀନଗରରୁ ବିପୁଳ ବିସ୍ଫୋରକ ଜବତ ହୋଇଛି । ସେପଟେ ଗିରଫ ୫ ଡାକ୍ତରଙ୍କୁ ଜେରାରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ । ଦିଲ୍ଲୀ ବିସ୍ଫୋରଣ ସହ ପାକିସ୍ତାନ-ତୁର୍କୀ ଲିଙ୍କର ବଡ଼ ଖୁଲାସା । ବଡ଼ କଥା ହେଲା ଟେଲିଗ୍ରାମ ଗ୍ରୁପ୍ ମାଧ୍ୟମରେ ଅପରେଟ୍ ହେଉଥିଲା ଆତଙ୍କୀ ନେଟୱର୍କ । ଏଯାଏଁ ମୋଟ ୨୬ ଜଣଙ୍କୁ ଗିରଫ କରାଯାଇଛି । ଦିଲ୍ଲୀରୁ ୧୨, ଆସାମରୁ ୫, କାନପୁରରୁ ୯ ଜଣଙ୍କୁ ବାନ୍ଧିଛି ପୋଲିସ ।
i20 କାର୍, ବିସ୍ଫୋରକ, ସିସିଟିଭି ଫୁଟେଜର ତନ୍ନତନ୍ନ ଯାଞ୍ଚ୍ । ଜାରି ରହିଛି ମାରାଥନ ବୈଠକ । ସାମ୍ନାକୁ ଆସୁଛି ଦିଲ୍ଲୀ ବ୍ଲାଷ୍ଟ ପଛରେ ବିଦେଶୀ କନେକସନ । ଦିଲ୍ଲୀ, ଫରିଦାବାଦ, ଲକ୍ଷ୍ନୌ, କାନପୁର, ଶ୍ରୀନଗର ସବୁଠି ଚଢ଼ାଉ ହୋଇଛି ଜୋରଦାର । ବର୍ତ୍ତମାନ ସୁଦ୍ଧା ୫ ଡାକ୍ତରଙ୍କୁ ସୁରକ୍ଷା ଏଜେନ୍ସି ପକ୍ଷରୁ ପଚରାଉଚରା କରାଯାଉଥିବା ବେଳେ ଦେଶର ବିଭିନ୍ନ ସ୍ଥାନରୁ ଆତଙ୍କୀ ସହଯୋଗୀଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ବିସ୍ଫୋରଣ ପୂର୍ବରୁ ଦୀର୍ଘଦିନ ଧରି ସଂଗ୍ରହ କରାଯାଇଥିଲା ବିସ୍ଫୋରକ । ଶ୍ରୀନଗରର ଏକାଧିକ ସ୍ଥାନରେ NIA ଟିମ ଚଢାଉ କରି ବିପୁଳ ପରିମାଣରେ ବିସ୍ଫୋରକ ଜବତ କରିଥିବା ବେଳେ ଜମାତ-ଇ-ଇସଲାମୀ ଆକ୍ଟିଭିଷ୍ଟଙ୍କ ଘରେ ଜାମ୍ମୁ କାଶ୍ମୀର ପୋଲିସର ଚଢ଼ାଉ କରିଛି ।
NIA ସହ ୟୁପି ଏଟିଏସକୁ ମିଳିଛି ବିଦେଶୀ କନେକସନର ବଡ଼ ସୁରାଗ । ବ୍ଲାଷ୍ଟ ପଛରେ ସନ୍ଦିଗ୍ଧଙ୍କ ତୁର୍କୀ ଓ ପାକିସ୍ତାନ କନେକ୍ସନର ଖୁଲାସା କରିଛି ଏଟିଏସ । ନଭେମ୍ବର ୭ରେ ତୁର୍କୀରୁ ଡାକ୍ତର ଉମର ମହମ୍ମଦ ଇସ୍ତଫା ଦେଇ ଭାରତ ଫେରିଥିବାବେଳେ ଡାକ୍ତର ପରଭେଜ ସଇଦ ତୁର୍କୀରେ ଜୈଶ ହ୍ୟାଣ୍ଡଲରଙ୍କୁ ଭେଟିଥିଲେ । ତଦନ୍ତକାରୀ ଅଧିକାରୀ ସେମାନଙ୍କ ପାସପୋର୍ଟରେ ତୁର୍କୀ ଇମିଗ୍ରେସନ ଷ୍ଟାମ୍ପ ମଧ୍ୟ ପାଇଛନ୍ତି । ଯାହା ଅନ୍ତର୍ଜାତୀୟ ଆତଙ୍କବାଦୀ ନେଟୱର୍କର ପର୍ଦ୍ଦାଫାସ କରିଛି । ବିସ୍ଫୋରଣ ପୂର୍ବରୁ ସିସିଟିଭିରେ କଏଦ ଫୁଟେଜର ତନ୍ନତନ୍ନ ପରୀକ୍ଷଣ ଜାରି ରଖିଛି NIA । UAPAର ଧାରା ଅନୁଯାୟୀ ଜିହାଦୀ ନେଟୱର୍କ, ଟେଲିଗ୍ରାମ ଗ୍ରୁପ, ଦେଶର ବିଭିନ୍ନ ସ୍ଥାନରୁ ଗିରଫ ସନ୍ଦିଗ୍ଧଙ୍କ ବୟାନକୁ ନେଇ ଡଟ୍ କନେକସନ କରୁଛି ଜାତୀୟ ତତନ୍ତକାରୀ ଏଜେନ୍ସି ।
ଏପଟେ ଅପରାହ୍ନରେ ୨ ଦିନିଆ ଭୁଟାନ ଗସ୍ତରୁ ଫେରୁଫେରୁ LNJP ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
📱 Get Argus News App
✨Related Topics
Explore more stories