Delhi Blast / ଆକାଶରୁ ଭାରତ ଉପରେ କରିଥାନ୍ତେ କି ବୋମା ବର୍ଷା ?

Key Points
ଭାରତରେ ହମାସ ଭଳି ଆକ୍ରମଣ ଷଡ଼ଯନ୍ତ୍ର । ଦିଲ୍ଲୀ ବିସ୍ଫୋରଣ ମାଷ୍ଟରମାଇଣ୍ଡ ଉମରର ସହଯୋଗୀ ଜାସିର ଗିରଫ ପରେ ବଡ଼ ଖୁଲାସା । ଉମରକୁ ଜାସିର କରୁଥିଲା ଟେକ୍ନିକାଲ୍ ହେଲ୍ପ । ସେପଟେ ସାମ୍ନାକୁ ଆସିଲା ଉମରର ଜିହାଦୀ ଭିଡିଓ । ଆତ୍ମଘାତୀ ବିସ୍ଫୋରଣ ସପକ୍ଷରେ କରୁଛି ମାଇଣ୍ଡୱାସ୍ । ଆତଙ୍କୀ ଫଣ୍ଡିଂର ପର୍ଦ୍ଦାଫାସ୍ ପାଇଁ ୨୫ଟି ସ୍ଥାନରେ ED କରିଥିଲେ ରେଡ୍ ।
ଦୀଲ୍ଲୀ ବ୍ଲାଷ୍ଟ ପୂର୍ବରୁ ଭାରତରେ ହମାସ ଭଳି ଆକ୍ରମଣର ଯୋଜନା କରିଥିଲେ ଆତଙ୍କୀ । ଶ୍ରୀନଗରରୁ ଆତଙ୍କୀ ଉମରର ଆଉ ଜଣେ ସହଯୋଗୀ ଜାସିର ବିଲାଲ ଓ୍ବାନୀ ଗିରଫ ହେବା ପରେ ସାମ୍ନାକୁ ଆସିଛି ଏପରି ଖୁଲାସା । ହମାସ ଆତଙ୍କୀଙ୍କ ପନ୍ଥାକୁ ଭାରତରେ ବି ଏକଜିକ୍ୟୁଟ୍ କରିବାର ଯୋଜନାରେ ଥିଲେ ଆତଙ୍କବାଦୀ । କିନ୍ତୁ ହ୍ୱାଇଟ କଲର ଟେରର୍ ମଡ୍ୟୁଲ୍ର ଆତଙ୍କୀଙ୍କ ଏହି ବଡ଼ ଆକ୍ରମଣ ଯୋଜନା ପଣ୍ଡ ହୋଇଛି।
NIA ଅନୁସାରେ ଜାସିର, ଉମରକୁ ଦିଲ୍ଲୀ ବିସ୍ଫୋରଣ ମାମଲାରେ ଟେକ୍ନିକାଲ ସହାୟତା ଦେଉଥିଲା । ୨୦୨୩ରେ ଇସ୍ରାଏଲ ବିରୋଧରେ ହମାସର ଆତଙ୍କୀ ଡ୍ରୋନ୍ ଆଟାକର ଉପାୟ ଆପଣାଇଥିଲା । ତେବେ ଦିଲ୍ଲୀ ପଟିଆଲା କୋର୍ଟରେ ଜାସିରକୁ ହାଜର କରାଇବା ପରେ ୧୦ ଦିନିଆ ରିମାଣ୍ଡରେ ନେଇଛି NIA ।
ସେପଟେ ସୁଇସାଇଡ୍ ବମ୍ବିଂ ପୂର୍ବରୁ ସାମ୍ନାକୁ ଆସିଛି ମହମ୍ମଦ ଉମର ନବୀର ଭିଡିଓ । ଯେଉଁଥିରେ ସେ ଇଂରାଜୀରେ ଭାଷଣ ଝାଡ଼ୁଛି, ସୁଇସାଇଡକୁ ଠିକ୍ ବୋଲି ଜ୍ଞାନ ବାଣ୍ଟୁଛି । ଭଡିଓରେ କହୁଛି, ଲୋକମାନେ ଗୋଟେ ବଡ଼ ଭୁଲ କରନ୍ତି । ବୋମା ବିସ୍ଫୋରଣ ବା ଆତ୍ମଘାତୀ ଆକ୍ରମଣ ପଛର ଅସଲ ଉଦ୍ଦେଶ୍ୟ ବା ଅର୍ଥ ବୁଝନ୍ତି ନାହିଁ । ଯେତେବେଳେ ଜଣେ ବ୍ୟକ୍ତି ଭାବିନିଏ ଯେ ନିଶ୍ଚିତ ସମୟରେ ନିଶ୍ଚିତ ଦିନରେ ତାର ମୃତ୍ୟୁ ହେବ। ସେତେବେଳେ ତାର ମାନସିକ ସ୍ଥିତି ଏକ ଭିନ୍ନ ସ୍ଥିତିକୁ ଚାଲିଯାଏ । ସେତେବେଳେ ତାକୁ ଲାଗେ ମୃତ୍ୟୁ ହିଁ ତାର ଏକମାତ୍ର ଲକ୍ଷ୍ୟ ।
ତେବେ ସେହି ଭିଡିଓ ଦେଖିଲା ପରେ ଲାଗୁଛି ଯେ ସେ ପାଠ ପଢ଼ିଛି, ଆଉ ଯାହା ବି କରୁଛି ତାକୁ ଠିକ୍ ପ୍ରମାଣିତ କରିବାକୁ ପୂରା ଟ୍ରେନିଂ ନେଇଛି । ମାଇଣ୍ଡ ଓ୍ବାସ କରାଯାଇଛି । ଭିଡିଓରେ କଥା ହେବା ବେଳେ ତାର ବଡି ଲାଙ୍ଗୁଏଜ୍ ପୂରା ସ୍ଥିର ରହିଛି । ତେବେ ଆଗକୁ ଏଭଳି ଭିଡିଓ ଆତଙ୍କୀ ଓ ସୁଇସାଇଡ୍ ବିସ୍ଫୋରଣକୁ ଉସକାଇବାକୁ ବ୍ୟବହାର କରିପାରନ୍ତି ଆତଙ୍କୀର ଆକ୍କା ମାନେ ।
ଆତଙ୍କୀଙ୍କ ଆଡ୍ଡା ପାଲଟିଥିବା ଅଲଫଲାହ ୟୁନିଭର୍ସିଟି ପରିସରରେ ଇଡି କରିଛି ଚଢ଼ାଉ । ଦିଲ୍ଲୀ ସ୍ଥିତ ଅଫିସ୍ ସହ ୨୫ଟି ଜାଗାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ୍ କରିଛି । ଟେରର ମଡ୍ୟୁଲ୍ ଅପରେଟ ପାଇଁ ଇଣ୍ଟରନ୍ୟାସନାଲ ଫଣ୍ଡିଂର ବି ଯାଞ୍ଚ କରିବ ED । ତେବେ ଦିଲ୍ଲୀ ବିସ୍ଫୋରଣରେ ଏଯାଏଁ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଏବେ ବି ଏକାଧିକ ଆହତଙ୍କ ଚିକିତ୍ସା ଜାରି ରହିଛି ।
📱 Get Argus News App
✨Related Topics
Explore more stories