୨୪ ଘଣ୍ଟା ନପୁରୁଣୁ ପୁଣି ଭୁଶୁଡ଼ିଲା ଆଉ ଏକ ବିରାଟ କୋଠା !

Key Points
ଦମକଳ ବାହିନୀ ଏବଂ ବିଭିନ୍ନ ଉଦ୍ଧାରକାରୀ ସଂସ୍ଥା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି ।
ସକାଳୁ ସକାଳୁ ପ୍ରାୟ ୭ଟାରେ କୋଠା ଭୁଶୁଡ଼ିବା ଖବର ପାଇଥିଲେ ଦମକାଳ ଅଧିକାରୀ ।
୨୪ ଘଣ୍ଟା ନପୁରୁଣୁ ପୁଣି ଭୁଶୁଡ଼ିଗଲା ବିରାଟ କୋଠା । ଦିଲ୍ଲୀରେ ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯାହାକି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କୋଠା ଭୁଶୁଡ଼ିବା ଫଳରେ ଅନେକ ଲୋକ ଏହା ତଳେ ଦବି ଯାଇଛନ୍ତି । କିଏ ମରିଛି କିଏ ବଞ୍ଚିଛି ତାହା କହିବା ମୁସ୍କିଲ। କିନ୍ତୁ ପ୍ରାଥମିକ ତଦନ୍ତ ରିପୋଟର୍ଟ ଅନୁସାରେ ଅନେକ ଲୋକ ଏହା ତଳେ ଦବି ଯାଇଥିବା ଜଣାପଡ଼ିଛି । ଏମତିକି ଏକାଧିକ ଜୀବନ ଯାଇଥିବାର ସମ୍ଭାବନା ମଧ୍ୟ ରହିଛି ।
ଶନିବାର ସକାଳେ ଦିଲ୍ଲୀରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିବା ପରେ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଉତ୍ତର-ପୂର୍ବ ଦିଲ୍ଲୀରେ ସକାଳ ୭:୦୫ ସମୟରେ ଏହି ଘଟଣା ଘଟିଥିଲା । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ କାହିଁକି ଭୁଶୁଡ଼ିଲା, ଏଥିପାଇଁ ଦାୟୀ କିଏ ସେନେଇ କିଛି ସୂଚନା ନାହିଁ । ଖବର ପାଇ ତୁରନ୍ତ ଦମକଳ ବାହିନୀ ଏବଂ ବିଭିନ୍ନ ଉଦ୍ଧାରକାରୀ ସଂସ୍ଥା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି ।
ଜଣେ ଅଧିକାରୀଙ୍କ କହିବାନୁସାରେ, ସକାଳୁ ସକାଳୁ ପ୍ରାୟ ୭ଟାରେ କୋଠା ଭୁଶୁଡ଼ିବା ଖବର ପାଇଥିଲେ । ତାପରେ ସାତୋଟି ଦମକଳ ବାହିନୀ ସମେତ ଅନେକ ଉଦ୍ଧାରକରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାରକାର୍ଯ୍ୟରେ ସହଯୋଗ କରୁଛନ୍ତି । ଭଗ୍ନାବଶେଷ ମଧ୍ୟରୁ ସକାର ୯ଟା ସୁଦ୍ଧା ଚାରି ଜଣଙ୍କୁ ବାହାର କରାଯାଇଛି । ଯେତେବେଳେ ଅତି କମରେ ତିନି ଜଣ ଏବେ ବି ଫସି ରହିଥିବା କୁହାଯାଉଛି।
ଆନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ଦ୍ୱାରା ସେୟାର କରାଯାଇଥିବା ଭିଡିଓ ଅନୁଯାୟୀ, ସ୍ଥାନୀୟ ଲୋକମାନେ ଭଗ୍ନାବଶେଷ ସଫା କରିବା ଏବଂ ଲୋକଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରୁଥିବାର ଦେଖାଯାଉଛି।
📱 Get Argus News App
✨#WATCH | Delhi: Anees Ahmad Ansari, whose house was damaged due to building collapse, says, "Everyone was sleeping, when at around 7 am, the building collapsed on one side of my house and its debris crashed into my house. Suddenly, there was a blackout. 4-5 people are still… https://t.co/YC4dTKqtub pic.twitter.com/Z5BOSVqooE
— ANI (@ANI) July 12, 2025
#WATCH | Delhi: Search and rescue operations underway by the fire department with the help of locals, after a ground-plus-three building collapses in Delhi's Seelampur. 3-4 people have been taken to the hospital. More people are feared trapped. Further details awaited. pic.twitter.com/F44wJBtyG4
— ANI (@ANI) July 12, 2025
ତେବେ ଏଭଳି କୋଠା ଭୁଶୁଡ଼ିବା ଘଟଣା ଦିଲ୍ଲୀରେ ନୁଆ ନୁହେଁ । ପୂର୍ବରୁ ମଧ୍ୟ ଏମିତି ଘଟଣା ଦିଲ୍ଲୀରେ ଘଟିଥିବା ନଜିର ରହିଛି । ଗତକାଲି ସୀଲମପୁରରେ ଏଭଳି ଦୁର୍ଘଟଣା ଘଟିଥିଲା । ଉତ୍ତର ଦିଲ୍ଲୀ ଲୋହିଆ ଚୌକ ନିକଟ ପୁଲ ମିଠାଇ ପାଖରେ ଥିବା ଏକ ଦୁଇ ମହଲା କୋଠା ଭୁଶୁଡ଼ିଥିଲା । ଯେଉଁଥିରେ ଗ୍ରାଉଣ୍ଡ ଫ୍ଲୋରରେ ୩ଟି ଦୋକାନ ଥିଲା ଏବଂ ପ୍ରଥମ ଫ୍ଲୋରରେ ଗୋଦାମ ଥିଲା । ଏହି ବିଲ୍ଡିଂକୁ ପୂର୍ବରୁ ଅନ୍ସେଫ୍ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ସେଠାରେ ଦୋକାନ ଓ ବ୍ୟବସାୟ ଚାଲିଥିଲା । ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ DMRC ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇଛି ।
ଏହାର ୩ ମାସ ପୂର୍ବରୁ ଦିଲ୍ଲୀର ମୁସ୍ତାଫାବାଦରେ ଏକ ଚାରି ମହଲା କୋଠା ଭୁଶୁଡ଼ିବା ପରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୧୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଜଣେ ଅଧିକାରୀ ଏହାକୁ "ପ୍ୟାନକେକ୍ ଭୁଶୁଡ଼ିବା" ଭାବରେ ବର୍ଣ୍ଣନା କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ବଞ୍ଚିବାର ସମ୍ଭାବନା "ଖୁବ୍ କମ୍"