Videos
|
National

Delhi Building Collapse / ଦିଲ୍ଲୀରେ ପୁଣି ବଡ଼ ଅଘଟଣ….ରାଜଧାନୀର ଚାୱରି ବଜାର ଅଞ୍ଚଳରେ ଭୁଶୁଡ଼ିଲା ତିନି ମହଲା କୋଠା

Ritu Das
Browse all articles by Ritu Das
·52 mins ago·2 min read
ଦିଲ୍ଲୀରେ ପୁଣି ବଡ଼ ଅଘଟଣ….ରାଜଧାନୀର ଚାୱରି ବଜାର ଅଞ୍ଚଳରେ ଭୁଶୁଡ଼ିଲା ତିନି ମହଲା କୋଠା
India

Key Points

ଦିଲ୍ଲୀରେ ପୁଣି ବଡ଼ ଅଘଟଣ
ପୁରୁଣା ଦିଲ୍ଲୀ ସ୍ଥିତ ଚାୱରି ବଜାର ଅଞ୍ଚଳରେ ଭୁଶୁଡ଼ି ପଡ଼ିଲା ତିନି ମହଲା କୋଠା
ପୁଣି ରାଜଧାନୀ ଦିଲ୍ଲୀରେ ଭୁଶୁଡ଼ିଲା କୋଠା। ଆଜି ସକାଳେ ପୁରୁଣା ଦିଲ୍ଲୀର ଚାୱରୀ ବଜାର ମେଟ୍ରୋ ଷ୍ଟେସନ୍ ନିକଟରେ ଏକ ବଡ଼ ଧରଣର ଘଟଣା ଘଟିଛି। ଏଠାରେ ନିର୍ମାଣାଧୀନ ଥିବା ଏକ ତିନି ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି। କୋଠାଟି ଭୁଶୁଡ଼ିବା ସମୟରେ ଏକ ପ୍ରଚଣ୍ଡ ବିସ୍ଫୋରଣ ଭଳି ଶବ୍ଦ ହୋଇଥିଲା ଏବଂ ଚାରିଆଡ଼େ ଧୂଳିର ଏକ ଘନ ଆସ୍ତରଣ ଘୋଟି ଯାଇଥିଲା। ମାଟି ତଳେ ଚାପି ହୋଇ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭଙ୍ଗା କୋଠାର ଅବଶେଷ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଏହି ଘଟଣାଟି ଚାୱରୀ ବଜାର ମେଟ୍ରୋ ଷ୍ଟେସନ୍ ନିକଟରେ ଥିବା ‘ଗଳି ସିତାରା’ରେ ଘଟିଛି।

ଏହାସହ ପଢ଼ନ୍ତୁ: ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଏନଏଚରେ ଭୟଙ୍କର ଦୁର୍ଘଟଣା: ନଦୀକୁ କାର ଖସିବାରୁ ୪ମୃ*ତ

ଅଧିକାରୀମାନେ ଜଣାଇଛନ୍ତି ଯେ ସକାଳ ପ୍ରାୟ ୯:୫୦ ସମୟରେ ସେମାନଙ୍କୁ ଏହି ଘଟଣା ବିଷୟରେ ସୂଚନା ମିଳିଥିଲା। ଏହି ଅଞ୍ଚଳରେ ଅତ୍ୟନ୍ତ ସରୁ ଗଳି ରହିଥିବା ଏବଂ ଏହା ଏକ ଅତ୍ୟନ୍ତ ବ୍ୟସ୍ତବହୁଳ ବଜାର ହୋଇଥିବାରୁ, କୋଠାଟି ଭୁଶୁଡ଼ିବା ପରେ ସେଠାରେ ସାଙ୍ଗେ ସାଙ୍ଗେ ଆତଙ୍କ ଖେଳିଯାଇଥିଲା। ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଏ ବିଷୟରେ ଜଣାଇଥିଲେ।


 
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଅଗ୍ନିଶମ ବିଭାଗର ଛଅଟି ଗାଡ଼ି ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଛି। ବରିଷ୍ଠ ଅଧିକାରୀ ଏବଂ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସମଗ୍ର ଉଦ୍ଧାର କାର୍ଯ୍ୟର ବ୍ୟକ୍ତିଗତ ଭାବେ ତଦାରଖ କରୁଛନ୍ତି। ଭିତରେ ଫସି ରହିଥିବା ଲୋକଙ୍କୁ ଯଥାଶୀଘ୍ର ଏବଂ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳଗୁଡ଼ିକ ସତର୍କତାର ସହ ଭଙ୍ଗା ଅଂଶ ହଟାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କୋଠାଟି କାହିଁକି ଭୁଶୁଡ଼ି ପଡ଼ିଲା ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ NDRF, ଦମକଳ ବାହିନୀ ଓ ପୋଲିସ ପକ୍ଷରୁ ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ରହିଛି

ସୂଚନା ଥାଉ କି, ଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ସେପ୍ଟେମ୍ବର ୬ ତାରିଖରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। ଏହି କୋଠାରେ ଛାତ୍ରଛାତ୍ରୀଙ୍କ ପାଇଁ PG ହଷ୍ଟେଲ ଚାଲୁଥିଲା। ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ କେତେକ ଆହତ ହୋଇଥିଲେ। ଉଦ୍ଧାରକାରୀ ଦଳ ଦୀର୍ଘ ସମୟ ଧରି ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଖୋଜିଥିଲେ। ପ୍ରାଥମିକ ତଦନ୍ତରେ କୋଠାରେ ମରାମତି ଓ ବେସମେଣ୍ଟରେ ଖନନ କାର୍ଯ୍ୟ ଚାଲିଥିବା ବେଳେ ଏହାର ଭିତ୍ତି ଦୁର୍ବଳ ହୋଇଥିବା ଆଶଙ୍କା କରାଯାଇଥିଲା। ଘଟଣାରେ ତଦନ୍ତ ଆରମ୍ଭ ହେବା ସହ କୋଠା ମାଲିକଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: