Videos
|
National

ସରୁନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ

Smruti Parija
Browse all articles by Smruti Parija
·1 year ago·1 min read
ସରୁନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ

ଅର୍ଗସ ବ୍ୟୁରୋ: ସରୁନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ । ଆଜି ପୁଣି  କେଜ୍‌ରିଓ୍ବାଲଙ୍କ ନ୍ୟାୟିକ ହେପାଜତ  ବୃଦ୍ଧି କରାଯାଇଛି। ସିବିଆଇ ମାମଲାରେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ବର୍ତ୍ତମାନ କେଜ୍‌ରିଓ୍ବାଲଙ୍କୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିବ। ଦିଲ୍ଲୀ ମଦ ନୀତି ସହ ଜଡିତ ସିବିଆଇ ମାମଲାରେ ସିଏମ କେଜ୍‌ରିଓ୍ବାଲଙ୍କ ହେପାଜତ ଅଗଷ୍ଟ ୨୭ରେ ଶେଷ ହେବାକୁ ଥିଲା।

ଏହା ପରେ ଶୁଣାଣି ସମୟରେ କୋର୍ଟ ତାଙ୍କ ହେପାଜତକୁ ବୃଦ୍ଧି କରିଥିଲେ। କେଜ୍‌ରିଓ୍ବାଲଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା।ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି  କେଜ୍‌ରିଓ୍ବାଲଙ୍କୁ ୨୧ ମାର୍ଚ୍ଚ ୨୦୨୪ ରେ ଗିରଫ କରିଥିଲା। ଏହା ପରେ ଜୁନ ୨୬ରେ ସିବିଆଇ ଗିରଫ କରିଥିଲାଇଡି ଗିରଫ ମାମଲାରେ ସୁପ୍ରିମକୋର୍ଟ ଜୁଲାଇ ୧୨ ରେ ସିଏମ କେଜ୍‌ରିଓ୍ବାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଏବେ ତାଙ୍କୁ ସିବିଆଇ ଗିରଫ ମାମଲାରେ ଜେଲରେ ରହିବାକୁ ପଡ଼ିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: