Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଇଡିର ଚତୁର୍ଥ ସମନକୁ ଏଡାଇ ଗଲେ କେଜ୍‌ରିୱାଲ 

National

ଇଡିର ଚତୁର୍ଥ ସମନକୁ ଏଡାଇ ଗଲେ କେଜ୍‌ରିୱାଲ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଇଡିର ଚତୁର୍ଥ ସମନକୁ ଏଡାଇ ଗଲେ କେଜ୍‌ରିୱାଲ 

ନୂଆଦିଲ୍ଲୀ:  ଅବକାରୀ ନୀତି ସହ ଜଡିତ ମନିଲଣ୍ଡ୍ରିଂ ମାମଲାରେ ଇଡିର ଚତୁର୍ଥ ସମନକୁ ଏଡାଇ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍‌ରିୱାଲ ଏହି ସମନକୁ ବେଆଇନ ଆଖ୍ୟା ଦେଇଛନ୍ତି। ଦୁଇ ବର୍ଷ ଧରି ଏହି ମାମଲାରେ ଅନୁସନ୍ଧାନ ଚାଲିଛି କିନ୍ତୁ ସେମାନେ ତଦନ୍ତରେ କିଛି ହାସଲ କରିନାହାଁନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ  ମୋତେ ଗିରଫ କରି ନିର୍ବାଚନ ପ୍ରଚାରରୁ ହଟାଇବାକୁ ଚାହୁଁଛନ୍ତି ବୋଲି କେଜ୍‌ରିୱାଲ ଅଭିଯୋଗ କରିଛନ୍ତି। 

ଇଡି ମୋତେ ଚତୁର୍ଥ ନୋଟିସ ପଠାଇଛି। ଏଥିରେ ସେମାନେ ୧୮ କିମ୍ବା ୧୯ ଜାନୁଆରୀ ମଧ୍ୟରେ ଯେକୌଣସି ତାରିଖରେ ଆସିବା ଉଚିତ୍‌ ବୋଲି କହିଛନ୍ତି। ଏହି ନୋଟିସ ଆଇନ ଦୃଷ୍ଟିରୁ ବେଆଇନ। ଯେତେବେଳେ ଇଡି ଦ୍ୱାରା ଏହିପରି ଅଣ-ନିର୍ଦ୍ଦିଷ୍ଟ ବିଜ୍ଞପ୍ତି ପଠାଯାଏ, କୋର୍ଟ ତାହା ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନଙ୍କୁ ଅବୈଧ ଏବଂ ବେଆଇନ ଘୋଷଣା କରାଯାଇଛି। ମୁଁ ଇଡିକୁ ଲେଖିଛି କିନ୍ତୁ ଇଡି କୌଣସି ଉତ୍ତର ଦେଇନାହିଁ ବୋଲି କହିଛନ୍ତି ଦିଲ୍ଲୀ ସିଏମ। ସେପଟେ ଗିରଫଦାରୀ ଭୟରେ କେଜ୍ରିୱାଲ ହାଜର ହେଉନଥିବା କୁହାଯାଉଛି। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Delhi Chief Minister Arvind Kejriwal avoided the ED's fourth summons in the money laundering case related to the unemployment policy. | Argus News