|
logo
Live

Argus News - ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଡୁଆ

National

ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଡୁଆ

Ritu Das
Browse all articles by Ritu Das
·2 years ago·2 min read
ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଡୁଆ

ଅର୍ଗସ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଆଶ୍ବସ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ଡ ଅବଧିକୁ ଏପ୍ରିଲ ଏକ ଯାଏଁ ବୃଦ୍ଧି କରିଛନ୍ତି ଦିଲ୍ଲୀର ରାଉସ ଆଭିନିଉ କୋର୍ଟ। 7ଦିନର ପ୍ରଥମ ପର୍ଯ୍ୟାୟ ଇଡି ରିମାଣ୍ଡ ଶେଷ ହେବା ପରେ ଆଜି କେଜରିୱାଲଙ୍କୁ ଅଦାଲତରେ ହାଜର କରାଯାଇଥିଲା। କେଜ୍ରିଓ୍ବାଲ ନିଜ ପାଇଁ ନିଜେ ଓକିଲାତି କରିଥିଲେ। କଣ ପାଇଁ ଓ କାହିଁକି ତାଙ୍କୁ ଗିରଫ କରାଯାଇଛି, ସେ ନେଇ ପ୍ରଶ୍ନ କରିଥିଲେ। ମଦ ମାମଲାକୁ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କୋର୍ଟରେ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। କିନ୍ତୁ କିଛି ଲାଭ ହେଲାନି। ସେପଟେ କୋର୍ଟରେ ଇଡି କହିଛି, ରିମାଣ୍ଡ ସମୟରେ କେଜ୍ରିୱାଲଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା। କିନ୍ତୁ ସେ ସହଯୋଗ କରୁନାହାନ୍ତି, କୌଣସି ସଠିକ୍ ଉତ୍ତର ଦେଇନାହାନ୍ତି।

କେଜରିୱାଲଙ୍କ ମୋବାଇଲରୁ ତଥ୍ୟ ବାହାର କରାଯାଇଛି ଓ ଏହାର ବିଶ୍ଳେଷଣ କରାଯାଉଛି ବୋଲି କହିଛି ଇଡି। ଆଉ କେଜରିୱାଲ ଆଉ 4 ଦିନ ଇଡି ରିମାଣ୍ଡରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦରୁ କେଜ୍ରିଓ୍ବାଲଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। ହାଇକୋର୍ଟ ଏ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ୟା ଭିତରେ ଦିଲ୍ଲୀ ଉପ-ରାଜ୍ୟପାଳ ବି କେ. ସକସେନା କହିଛନ୍ତି ଜେଲ ଭିତରୁ ଚାଲିବ ନାହିଁ ଦିଲ୍ଲୀ ସରକାର। କିନ୍ତୁ ଆପ୍ ପୁଣି ଦୋହରାଇଛି, କେଜ୍ରିଓ୍ବାଲ ହିଁ ରହିବେ ମୁଖ୍ୟମନ୍ତ୍ରୀ। 

ଅନ୍ୟପଟେ ନୈତକତା ଦୃଷ୍ଟିରୁ କେଜରିୱାଲଙ୍କ ଇସ୍ତଫା ଦାବି କରିଛି ବିଜେପି। ମାର୍ଚ୍ଚ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ୨୨ ତାରିଖରୁ ୭ ଦିନ ଯାଏଁ ଥିଲା ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି। ଅନ୍ୟପଟେ  ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟରେ କେଜରିୱାଲ କରିଥିବା ଆବେଦନ ଉପରେ ହୋଇନାହିଁ ଶୁଣାଣି। ଇଡିର ଗିରଫଦାରୀ ଓ ରିମାଣ୍ଡକୁ ବେଆଇନ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ମାମଲା ଉପରେ ଏପ୍ରିଲ ୩ ତାରିଖରେ ହେବ ଶୁଣାଣି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଡୁଆ | Argus News