ବଜେଟ୍ ଉପସ୍ଥାପନ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ଦିଲ୍ଲୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ବଜେଟ୍ ଉପସ୍ଥାପନ କରିବେ। ୨୭ ବର୍ଷ ପରେ ଦିଲ୍ଲୀରେ ଶାସନକୁ ଫେରିଥିବା ବିଜେପି ସରକାରର ବଜେଟ୍ ଉପରେ ଦେଶବାସୀଙ୍କ ନଜର ରହିଛି। ଦିଲ୍ଲୀ ସରକାର ବିକଶିତ ଦିଲ୍ଲୀ ପାଇଁ ପ୍ରସ୍ତୁତ କରିବେ ରୋଡ୍ ମ୍ୟାପ୍।
ଯମୁନା, ମହିଳା ସୁରକ୍ଷା, ପାଣି, ଶିକ୍ଷା , ସ୍ବାସ୍ଥ୍ୟ, ଶିବର ଲାଇନ୍, ବସ ସେବା ପରି ଲୋକଙ୍କ ମୌଳିକ ସମସ୍ୟାକୁ ଗୁରୁତ୍ଵ ରହିବ ବଜେଟର ରୁପ ରେଖ। ବଜେଟକୁ ଲୋକାଭିମୁଖୀ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ପୂର୍ବ ସରକାର ୭୬ ହଜାର କୋଟିର ୨୦୨୪/୨୫ ବଜେଟ୍ କରିଥିଲେ। ଚଳିତ ବର୍ଷ ଏହା ୮୦ ହଜାର କୋଟି ହୋଇପାରେ।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ଆମ ସରକାର ଏପରି ଏକ ବଜେଟ ଆଣିଛନ୍ତି ଯାହା ଦିଲ୍ଲୀର ଗୌରବମୟ ଇତିହାସ ଏବଂ ଉଜ୍ଜ୍ୱଳ ଭବିଷ୍ୟତର ସଙ୍ଗମ ହେବ । ଦିଲ୍ଲୀର ବଜେଟ୍ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ପ୍ରୟାସ ନୀତି ଉପରେ ଆଧାରିତ । କିନ୍ତୁ ଦୁଃଖଦ କଥା, ଗତ ୧୦ ବର୍ଷ ମଧ୍ୟରେ, ଦିଲ୍ଲୀ ବିକାଶର ଅନେକ ପଛକୁ ପଳାଇଛି। ଭଙ୍ଗା ରାସ୍ତା, ପ୍ରଦୂଷିତ ଯମୁନା, ବାୟୁ ପ୍ରଦୂଷଣ ଏବଂ ଖରାପ ସ୍ୱାସ୍ଥ୍ୟ ସେବା ଯୋଗୁଁ ଦିଲ୍ଲୀର ଅବସ୍ଥା ଖରାପ।
ପୂର୍ବ ସରକାରଙ୍କ ନୀତି ଯୋଗୁଁ ଦିଲ୍ଲୀର ଲୋକମାନେ ଅସୁବିଧାରେ ପଡ଼ିଥିଲେ । ପୂର୍ବ ସରକାର ଏଠାକାର ଅର୍ଥନୀତିକୁ ଉଈ ହୁଙ୍କା ପରି ପୋଲା କରିଦେଇଛନ୍ତି । କିନ୍ତୁ ସମୟ ଆସିଛି ସବୁକିଛି ପରିବର୍ତ୍ତନ ହେବାର । ଏଥରର ବଜେଟ୍ ଐତିହାସିକ ବଜେଟ୍ ହେବ । ୧ ଲକ୍ଷ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ହୋଇଛି । ଏହି ବଜେଟ୍ କେବଳ ଦିଲ୍ଲୀର ସାମଗ୍ରିକ ବିକାଶ ପାଇଁ ନୂତନ ରାସ୍ତା ଖୋଲିବ ନାହିଁ ବରଂ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତିର ସମ୍ଭାବନାକୁ ମଧ୍ୟ ସୁଦୃଢ଼ କରିବ। ଏହି ବଜେଟ୍ ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ ଏବଂ ଭିତ୍ତିଭୂମିକୁ ଏକ ନୂତନ ପରିମାଣ ଦେବ । ସମସ୍ତ ଦିଲ୍ଲୀବାସୀ ଏହାର ଲାଭ ପାଇବେ ବୋଲି ବଜେଟ୍ ଭାଷଣରେ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା।