Videos
|
National

ପୁଣି ଇଡିକୁ ଭୂଆଁ ବୁଲାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ପୁଣି ଇଡିକୁ ଭୂଆଁ ବୁଲାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ପୁଣି ଇଡିକୁ ଭୂଆଁ ବୁଲାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଲଗାତାର ଷଷ୍ଠ ଥର ପାଇଁ ସମନ ସତ୍ତ୍ୱେ ଇଡିରେ ହାଜର ହେଲେନି କେଜ୍ରିୱାଲ ।  ବିଭିନ୍ନ ଆଳ ଦେଖାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଭୁଆଁ ବୁଲାଇ ଚାଲିଛନ୍ତି ଆପ୍ ମୁଖ୍ୟ । ବାରମ୍ବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଖାରଜ କରୁଥିବାବେଳେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ନେଇ କୋର୍ଟରେ ଆବେଦନ କରିଥିଲା ଇଡି । 

କେଜ୍ରିୱାଲଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡି

ସେପଟେ ଇଡ଼ିର ସମନକୁ ବେଆଇନ ବୋଲି କହିଛି ଆପ୍ ।  ବଜେଟ୍ ଅଧିବେଶନ ଚାଲିଥିବାରୁ କେଜରିଓ୍ବାଲ ହାଜର ନହୋଇଥିବା କାରଣ ଦର୍ଶାଇଛି। ଦୁର୍ନୀତି ବିରୋଧରେ ସ୍ୱର ଉଠାଇ କ୍ଷମତାକୁ ଆସିଥିବା ଆପ୍ ଏବେ ଦୁର୍ନିତୀରେ ବୁଡ଼ି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେଜ୍ରିୱାଲଙ୍କୁ 2023 ନଭେମ୍ବର ୨ ଏବଂ ଡିସେମ୍ବର ୨୧ ପରେ 2024ରେ ଜାନୁୟାରୀ ୩, ଜାନୁଆରୀ ୧୮, ଏବଂ ଫେବୃଆରୀ ୨ରେ ଇଡି ସମନ ଜାରି କରିଥିଲେ ବି ଏହାକୁ ଏଡାଇ ଯାଇଛନ୍ତି କେଜ୍ରିୱାଲ୍ । ଗତବର୍ଷ ମଦ ଦୁର୍ନୀତି  ମାମଲାରେ ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ଏମପି ସଞ୍ଜୟ ସିଂଙ୍କୁ ଜେରା କରିବା ପରେ ଇଡି ଗିରଫ କରିଥିଲା ।
 

ଆହୁରି ପଢନ୍ତୁ ଭାରତ ଖବର...

Sponsored