Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଜି ସରିବ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି 

National

ଆଜି ସରିବ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି 

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଜି ସରିବ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି 

ନୂଆଦିଲ୍ଲୀ:  ଆଜି ସରିବ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି । 6 ଦିନିଆ ରିମାଣ୍ଡ ଶେଷ ପରେ ବି ଇଡି ହେପାଜତରେ ରହିବେ ଆପ ସୁପ୍ରିମୋ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଆବେଦନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟରେ ହେବ ଶୁଣାଣି।

ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିନାହିଁ। ସେ ଇଡିର ଗିରଫଦାରୀ ଓ ରିମାଣ୍ଡକୁ ବେଆଇନ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ବୁଧବାର କୋର୍ଟ କେଜ୍ରିୱାଲଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିନଥିବାବେଳେ ଆଜି ପୁଣି ଶୁଣାଣି ହେବାକୁ ଯାଉଛି ।  

ଇଡି ବିରୋଧରେ କେଜ୍ରିୱାଲଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୩ରେ ହେବ। ସେ ଯାଏ କେଜ୍ରିୱାଲ ଇଡି ହେପାଜତରେ ରହିବେ। ଅବକାରୀ ନୀତି ଦୁର୍ନୀତିରେ କେଜ୍ରିୱାଲଙ୍କୁ ଇଡି ମାର୍ଚ୍ଚ ୨୧ରେ ଗିରଫ କରି ୨୮ ଯାଏ ରିମାଣ୍ଡରେ ନେଇଥିଲା । ଏହାକୁ କେଜ୍ରିୱାଲଙ୍କ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର 

Painting
Sponsored
Delhi CM Arvind Kejriwal was arrested by the central agency on March 21, and his custody was extended till March 28. | Argus News