Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କେଜ୍ରିଓ୍ୱାଲଙ୍କୁ ମିଳିଲା ବେଲ୍, ହେଲେ କଠୋର ସର୍ତ୍ତରେ

Manini Pattanayak
Browse all articles by Manini Pattanayak
·1 year ago·1 min read
କେଜ୍ରିଓ୍ୱାଲଙ୍କୁ  ମିଳିଲା ବେଲ୍, ହେଲେ କଠୋର ସର୍ତ୍ତରେ

ନୂଆଦିଲ୍ଲୀ:  ଦୀର୍ଘ ୬ ମାସ ଜେଲରେ ରହିବା ପରେ ଆଜି ମୁକୁଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ସେ ତିହାର ଜେଲରୁ ବାହାରିଛନ୍ତି। ବେଲ୍ ମିଳିଛି ହେଲେ କେଜ୍ରିୱାଲଙ୍କ ଲାଗି କଠୋର ସର୍ତ୍ତ ରଖିଛନ୍ତି କୋର୍ଟ। ମୁଖ୍ୟମନ୍ତ୍ରୀ ପଦରେ ଥାଇ ମଧ୍ୟ କେଜ୍ରିୱାଲଙ୍କୁ ସିଏମ୍ଓ ଏବଂ ସଚିବାଳୟ ଯିବା ମନା ହୋଇଛି। ଏପରି ସ୍ଥିତିରେ ଆପ୍ ନେତାମାନଙ୍କ ଆବଶ୍ୟକତା ଠାରୁ ଅଧିକ ଖୁସି ହେବା କାରଣ ହୀନ । ଜେଲ୍ ମୁଖ୍ୟମନ୍ତ୍ରୀ ଏବେ ବେଲ୍ ମୁଖ୍ୟମନ୍ତ୍ରୀ। ଏବେ ବି ମଦ ଦୁର୍ନିତୀର କଳଙ୍କ । ନୈତିକତା ହିସାବରେ କେଜେରିୱାଲ ଇସ୍ତଫା ଦେବା କଥା ବୋଲି ବିଜେପି ଦାବି କରିଛି।  

156 ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତିହାର ଜେଲରୁ ମୁକୁଳିଛନ୍ତି। କେଜରିୱାଲଙ୍କୁ ଜାମିନ ଦେଇଥିଲେ ବି ସୁପ୍ରିମକୋର୍ଟ ତାଙ୍କ ପାଇଁ କଡା ସର୍ତ୍ତ ରଖିଛନ୍ତି। ନୁଖ୍ୟମନ୍ତ୍ରୀ ପଦରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଯାଇ ପାରିବେ ନାହିଁ । କୌଣସି ସରକାରୀ ଫାଇଲ୍ ବା କାଗଜପତ୍ରରେ ଦସ୍ତଖତ କରିପାରିବେ ନାହିଁ। ଏ ସମସ୍ତ ମାମଲାକୁ ନେଇ କୌଣସି ଟିପ୍ପଣୀ ଦେଇ ପାରିବେନାହିଁ କେଜ୍ରିଓ୍ବାଲ୍‌। ଏଥିସହ ତାଙ୍କୁ ଟ୍ରାଏଲ୍‌ କୋର୍ଟରେ ହାଜର ହେବାକୁ ପଡ଼ିବ।କୈାଣସି ସାକ୍ଷୀ ସହିତ କଥା ହୋଇପାରିବେ ନାହିଁ...ଏବଂ ୧୦ ଲକ୍ଷ ଟଙ୍କାର ବଣ୍ଡ ଭରିବାକୁ ପଡିବ। 

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi CM Reaches Residence After Holding Roadshow Near Chandgiram Akhara | Argus News