ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା ଇଡି

ଅର୍ଗସ ବ୍ୟୁରୋ: ଆମ୍ ଆଦମୀଙ୍କ ପାଇଁ ମିଛ ମସିହା ପାଲଟି କେମିତି ଆମ ଆଦମୀର ଟୋପି ପିନ୍ଧି ଆମ୍ ଆଦମୀଙ୍କୁ ହିଁ ଟୋପି ପିନ୍ଧାଉଥିଲେ କେଜରୀୱାଲ ସାହେବ, ଆଜି ମଦ ଦୁର୍ନୀତି ମାମଲାରେ ଗିରଫ କେଜରୀୱାଲଙ୍କ ଜାମିନ ଶୁଣାଣି ବେଳେ ତା ଉପରୁ ପରସ୍ତ ପରସ୍ତ କରି ପରଦା ହଟାଇଛି ଇଡି । କେଜ୍ରିଓ୍ୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା ଇଡି। ଇଡିର ତଥ୍ୟ ପ୍ରମାଣ ଆଧାରରେ କେଜ୍ରିଓ୍ୱାଲଙ୍କୁ ୧୦ ଦିନ ପାଇଁ ଆବେଦନ କରିଥିଲା ଇଡି। ମଦ ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିଲା କେଜ୍ରିଓ୍ୱାଲ।
ମଦ ଦୁର୍ନୀତି ମାମଲାରେ 9ଥର ସମନ ପରେ ଗତକାଲି ରାତିରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। 10 ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏଥିପାଇଁ ଇଡି 11ଟି ଯୁକ୍ତି ଦର୍ଶାଇଥିଲା। ସେପଟେ କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ବିରୋଧ କରିଥିଲେ ତାଙ୍କ ଓକିଲ ଅଭିଷେକ ମନୁ ସିଙ୍ଗଭୀ। ତେବେ କୋର୍ଟ କେଜ୍ରିଓ୍ୱାଲଙ୍କୁ 6 ଦିନ ପାଇଁ ରିମାଣ୍ଡରେ ପଠାଇଛନ୍ତି। ଆସନ୍ତା 28 ତାରିଖ ଯାଏଁ ସେ ଇଡି ରିମାଣ୍ଡରେ ରହିବେ। 28 ତାରିଖ ଅପରାହ୍ଣ 2ଟାରେ କେଜ୍ରିଓ୍ୱାଲଙ୍କୁ ପୁଣି କୋର୍ଟରେ ହାଜର କରାଯିବ।
ତେବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ, କଣ ଏହି ଅବକାରୀ ଦୁର୍ନୀତି ? କାହିଁକି ଏହାକୁ ନେଇ ଏତେ ହଲ୍ଲାପଟା-ତମ୍ବିତୋଫାନ-ଆକ୍ସନ ରିଆକ୍ସନ ? ପ୍ରକୃତରେ ଦିଲ୍ଲୀର ଆମ୍ ଆଦମୀ ସରକାର ଏହି ନୀତିରେ ଏମିତି କଣ କରିଛନ୍ତି, ଯେଉଥିପାଇଁ ସିଏମ, ଡେପୁଟି ସିଏମ, ସାଂସଦ- ସମସ୍ତେ ଜେଲରେ । ଏଥିରେ କଣ ରହିଛି କେସିଆରଙ୍କ ଝିଅ କେ.କବିତାଙ୍କ ଭୂମିକା ? ଚାଲନ୍ତୁ ସାଦାସିଧା ଆଉ ସରଳ ଭାଷାରେ ଡିକୋଡ୍ କରିବାକୁ ଚେଷ୍ଟା କରିବା, ଦିଲ୍ଲୀର ଅବକାରୀ ଦୁର୍ନୀତିକୁ ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨