Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦିଲ୍ଲୀ କୋଚିଂ ସେଣ୍ଟର ମାମଲା; ନିଜ ଆଡୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

National

ଦିଲ୍ଲୀ କୋଚିଂ ସେଣ୍ଟର ମାମଲା; ନିଜ ଆଡୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

Smruti Parija
Browse all articles by Smruti Parija
·1 year ago·1 min read
ଦିଲ୍ଲୀ କୋଚିଂ ସେଣ୍ଟର ମାମଲା; ନିଜ ଆଡୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ଅର୍ଗସ ବ୍ୟୁରୋ: ଦିଲ୍ଲୀରେ କୋଚିଂ ସେଣ୍ଟରରେ ତିନି ପରୀକ୍ଷାର୍ଥୀଙ୍କ ମୃତ୍ୟୁକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ । ଏନେଇ ସୁପ୍ରିମକୋର୍ଟ ନିଜ ଆଡୁ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କୁ ଜାରି କରିଛନ୍ତି ନୋଟିସ । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀଙ୍କ ଜୀବନ ସହ କୋଚିଂ ସେଣ୍ଟର ଗୁଡିକ ଖେଳୁଛନ୍ତି । ଦିଲ୍ଲୀରେ ହୋଇଥିବା ମର୍ମନ୍ତୁଦ ଘଟଣା ସମସ୍ତଙ୍କର ଆଖି ଖୋଲି ଦେଇଛି । 

ବିନା ସୁରକ୍ଷା ବ୍ୟବସ୍ଥାରେ କୌଣସି କୋଚିଂ ସେଣ୍ଟର ଗୁଡିକୁ ଚାଲିବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ । କୋଚିଂ ସେଣ୍ଟର ଗୁଡିକ ମୃତ୍ୟୁର ଯନ୍ତା ପାଲଟିଛି । ସେପଟେ ରାଜେନ୍ଦ୍ର ନଗର କୋଚିଂ ସେଣ୍ଟର ମୃତ୍ୟୁ ଘଟଣାର ତଦନ୍ତ ସିବିଆଇକୁ ଦିଆଯାଇଛି । ପୂର୍ବରୁ ଏହାର ତଦନ୍ତ ଦିଲ୍ଲୀ ପୋଲିସ କରୁଥିଲା । ଦିଲ୍ଲୀ ରାଜେନ୍ଦ୍ର ନଗର କୋଚିଂ ସେଣ୍ଟରର ଗ୍ରାଉଣ୍ଡ ଫ୍ଲୋରରେ ପାଣି ପଶି ତିନି ୟୁପିଏସସି ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । 

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
delhi- coaching center-issue - Supreme Court-has taken -the-issue-seriously | Argus News