IRCTC / IRCTC ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ପୁରୀ ଲିଙ୍କ !

Key Points
ବିହାର ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଏବେ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ଲାଗିଛି ଶକ୍ତ ଝଟ୍କା ।
IRCTC ହୋଟେଲ ଦୁର୍ନୀତି ମାମଲାରେ ଲାଲୁ ଯାଦବ, ପତ୍ନୀ ରାବଡ଼ି ଦେବୀ ଓ ପୁଅ ତେଜସ୍ୱୀ ଯାଦବଙ୍କ ନାଁରେ ଦିଲ୍ଲୀର ଏକ ଅଦାଲତରେ ଚାର୍ଜଫ୍ରେମ୍ ହୋଇଛି ।
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଓ ତାଙ୍କ ପରିବାରର ଦୁର୍ନୀତି ମାମଲାର ସାମ୍ନାକୁ ଆସିଛି ପୁରୀ ଲିଙ୍କ। ବିହାର ରାଜଧାନୀ ପାଟନାରେ ପ୍ରିମିୟମ ଜମି ହାତେଇବାକୁ ଏକ ଘରୋଇ କମ୍ପାନୀକୁ ଲାଲୁଙ୍କ ପରିବାର ଟେକି ଦେଇଥିଲେ ପୁରୀ ଓ ରାଞ୍ଚିର BNR ହୋଟେଲ୍। ରେଳମନ୍ତ୍ରୀ ଥିବାବେଳେ ଲାଲୁ ନିଜ ପଦର ଅପବ୍ୟବହାର କରି ବେନାମୀ କମ୍ପାନୀ ମାଧ୍ୟମରେ କରିଥିଲେ ଘୋଟାଲା। ଏବେ ବିହାର ନିର୍ବାଚନ ବେଳେ ଲାଲୁଙ୍କ ପରିବାରକୁ ଦିଲ୍ଲୀର ଏକ କୋର୍ଟ ଚାର୍ଜଫ୍ରେମ୍ କରିବା ପରେ ତାଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିବା ତାଙ୍କ ପୁଅ ତେଜସ୍ବୀ ଯାଦବଙ୍କ ପାଇଁ ବଢ଼ିଛି ଅଡୁଆ।
ବିହାର ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଏବେ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ଲାଗିଛି ଶକ୍ତ ଝଟ୍କା । IRCTC ହୋଟେଲ ଦୁର୍ନୀତି ମାମଲାରେ ଲାଲୁ ଯାଦବ, ପତ୍ନୀ ରାବଡ଼ି ଦେବୀ ଓ ପୁଅ ତେଜସ୍ୱୀ ଯାଦବଙ୍କ ନାଁରେ ଦିଲ୍ଲୀର ଏକ ଅଦାଲତରେ ଚାର୍ଜଫ୍ରେମ୍ ହୋଇଛି । ପାଟନାର ଏକ ପ୍ରମୁଖ ଜମି ବଦଳରେ ଲାଲୁ ଦୁଇ ଦୁଇଟି IRCTC ହୋଟେଲର ପରିଚାଳନା ଓ ରକ୍ଷଣାବେକ୍ଷଣ ଚୁକ୍ତିନାମା ପ୍ରଦାନ କରିବା ପାଇଁ ଏକ ଘରୋଇ କମ୍ପାନିକୁ ସମର୍ଥନ କରିଥିବା ଅଭିଯୋଗ ରହିଛି । ଯାହାମଧ୍ୟରୁ ଗୋଟିଏ ରାଞ୍ଚିରେ ଥିବାବେଳେ ଅନ୍ୟଟି ପୁରୀରେ BNR ହୋଟେଲ ନାମରେ ରହିଛି ।
ତେବେ ଏହି ହୋଟେଲର ବିକାଶ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ସୁଜାତା ହୋଟେଲକୁ ଟେଣ୍ଡର ଦେଇଥିଲେ ଲାଲୁ । ରେଳମନ୍ତ୍ରୀ ଥିବା ବେଳେ ନିଜ ପଦର ଅପବ୍ୟବହାର କରି ଏକ ବେନାମୀ କମ୍ପାନୀ ମାଧ୍ୟମରେ ମାତ୍ର ଦେଢ଼ କୋଟି ଟଙ୍କାରେ ପଟନାର ଏକ ଉଚ୍ଚ ମୂଲ୍ୟର ପ୍ରିମିୟମ ଜମି ତେଇଥିଲେ । ୨୦୧୦ରୁ ୨୦୧୪ ମଧ୍ୟରେ କମ୍ପାନୀର ମାଲିକାନା ରାବଡ଼ି ଓ ତେଜସ୍ୱୀଙ୍କୁ ଧୀରେ ଧୀରେ ହସ୍ତାନ୍ତର କରାଯାଇଥିଲା । ତେବେ ଏହି ମାମଲାରେ ଲାଲୁଙ୍କ ପରିବାରକୁ ଦୁର୍ନୀତି, ଆପରାଧିକ ଷଡ଼ଯନ୍ତ୍ର ଓ ଠକେଇ ଅଭିଯୋଗରେ ଚାର୍ଜଫ୍ରେମ୍ ହୋଇଛି ।
୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲାଲୁ ଯାଦବ ରେଳମନ୍ତ୍ରୀ ଥିବା ବେଳେ ବିଏନଆର୍ ପୁରୀ ଓ ବିଏନଆର୍ ରାଞ୍ଚିରେ ଥିବା IRCTC ହୋଟେଲକୁ ସୁଜାତା ହୋଟେଲ୍ସ ନାମକ ସଂସ୍ଥାକୁ ଠିକା ଦିଆଯାଇଥିଲା । ଏଥିପାଇଁ ଲାଲୁ, ରାବଡ଼ି ଦେବୀ, ତେଜସ୍ୱୀ ଯାଦବ ଓ IRCTC ହୋଟେଲ ସହିତ କିଛି ଅଧିକାରୀ କୋଟି କୋଟି ଟଙ୍କା ମୂଲ୍ୟର ଜମି ଲାଞ୍ଚ ନେଇଥିବା ଅଭିଯୋଗ ହେଇଥିଲା । ତେବେ ମାମଲାରେ ୨୦୧୭ରେ ତଦନ୍ତ ଆରମ୍ଭ କରିଥିଲା ସିବିଆଇ । ଏବେ ସିବିଇଆଇର ତଥ୍ୟ ପ୍ରମାଣ ଆଧାରରେ ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟ ଚାର୍ଜଫ୍ରେମ୍ କରିଛନ୍ତି ।
ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡିର ସଭାପତି ଲାଲୁ ଯାଦବ ଓ ତାଙ୍କ ପରିବାର ବିରୋଧରେ ‘ଚାକିରି ପାଇଁ ଜମି ଦୁର୍ନୀତି’ ଘଟଣାର ମଧ୍ୟ ତଦନ୍ତ କରୁଛନ୍ତି CBI ଓ ED । ରେଳବାଇରେ ଗ୍ରୁପ୍-ଡି ଚାକିରିରେ ନିଯୁକ୍ତି ବଦଳରେ ଶସ୍ତା ଦରରେ ଅନେକ ଜମି ହାତେଇଥିବା ଅଭିଯୋଗ ହୋଇଥିଲା । ଏବେ ବିହାର ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଏବେ IRCTC ମାମଲାରେ ଚାର୍ଜଫ୍ରେମ ବଢ଼ାଇଛି ଲାଲୁଙ୍କ ଟେନସନ୍ ।
📱 Get Argus News App
✨Related Topics
Explore more stories