ମାର୍ଚ୍ଚ ୧୬ରେ ହାଜର ହେବାକୁ କେଜ୍ରିୱାଲ୍ଙ୍କୁ ସମନ ପଠାଇଲେ ଦିଲ୍ଲୀ କୋର୍ଟ

ଅର୍ଗସ ବ୍ୟୁରୋ: ଅର୍ଥ ହେରଫେର୍ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ବଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବାରମ୍ବାର ସମନ ପଠାଇଥିଲେ ବି କାର୍ଯ୍ୟାଳୟରେ ସେ ହାଜର ହୋଇ ନ ଥିଲେ। ଏକାଧିକ ଡାକରାକୁ ଏଡ଼ାଇବା ଅଭିଯୋଗରେ ଇଡି ଏକ ନୂତନ ଅଭିଯୋଗ ଦାଖଲ କରିଥିଲା। ନୂତନ ଅଭିଯୋଗ ଦାଖଲ କରିବା ପରେ ଦିଲ୍ଲୀ କୋର୍ଟ ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଡକାଇଛନ୍ତି। ମାର୍ଚ ୧୬ ତାରିଖରେ କେଜ୍ରିୱାଲଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ବେଆଇନ ବୋଲି କହି ପୂର୍ବରୁ ୭ଟି ଡାକରାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏଡ଼ାଇ ଯାଇ ସାରିଛନ୍ତି। ଶେଷ ଥର ଏକ ବିବୃତିରେ ଆପ୍ ଦୋହରାଇଥିଲା ଯେ କେଜ୍ରିୱାଲଙ୍କ ନିକଟକୁ ପଠାଯାଇଥିବା ସମନ ବେଆଇନ ଏବଂ ଏହି ମାମଲା ବର୍ତ୍ତମାନ କୋର୍ଟରେ ଅଛି। କେଜ୍ରିୱାଲ୍ଙ୍କ ଦଳ ପକ୍ଷରୁ କୁହାଯାଇଥିଲା ଯେ “ଇଡି ନିଜେ କୋର୍ଟ ନିକଟକୁ ଯାଇଥିଲେ। ବାରମ୍ବାର ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ।
ଅଧିକ ପଢ଼ନ୍ତୁ ଭାରତ ଖବର