Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

vijay / ବିଜୟଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ

Rashmita Mishra
Browse all articles by Rashmita Mishra
·6 months ago·2 min read
ବିଜୟଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ
vijay

Key Points

ବିଜୟଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ ।
CBI ସାମ୍ନାରେ ସତ କହିଲେ ବିଜୟ । 

ଜାତୀୟ ରାଜଧାନୀ ଦିଲ୍ଲୀରେ, ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ବିଜୟଙ୍କୁ ଗତ ବର୍ଷର କରୁର ଦଳାଚକଟା ମାମଲା ସମ୍ପର୍କରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପଚରାଉଚରା କରିଛି । କରୁର ଦଳାଚକଟା ଘଟଣାରେ ବିଜୟ ଥଲାପତିଙ୍କୁ ସିବିଆଇ ଜେରା କରିଛି ।

ଅଭିନେତାରୁ ନେତା ପାଲଟିଥିବା ଟିଭିକେ ମୁଖ୍ୟ ଥଲାପତି ବିଜୟଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ । ସନ୍ଧ୍ୟା ୭ଟାରେ ଯାଏ ବିଜୟଙ୍କୁ ଘାଣ୍ଟିବ ସିବିଆଇ । ବିଜୟଙ୍କ ଦଳର ରାଜନୈତିକ ରାଲିର ସଂଗଠନ ବିଷୟରେ ସିବିଆଇ ପଚରାଉଚରା ଆରମ୍ଭ କରିଛି । ତଦନ୍ତରେ ରାଲିର ଯୋଜନା, ପୁଲିସ ସହ ଚୁକ୍ତିନାମା, ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ପଚାରିଛି । ଲୋକେ ବେହୋସ୍ ହେଉଥିଲେ ତୁମେ କାହିଁକି ଭାଷଣ ବନ୍ଦ କଲ ନାହିଁ ବୋଲି ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ । ଗତବର୍ଷ ସେପ୍ଚେମ୍ବରରେ ବିଜୟଙ୍କ ରାଜନୈତିକ ରାଲିରେ ଦଳାଚକଟାରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ।

​​​​​​​ରାଜଧାନୀ ଦିଲ୍ଲୀରେ ଅଭିନେତାରୁ ନେତା ହୋଇଥିବା ଥଲାପତି ବିଜୟଙ୍କୁ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିଂ ସିବିଆଇ ଗତବର୍ଷ କରୁରରେ ହୋଇଥିବା ଦଳାଚକଟା ମାମଲାରେ ପଚରାଉଚରା କରିଛି । ୨୦୨୫ ସେପ୍ଟମ୍ବର ୨୫ରେ ତାମିଲନାଡୁ କରୁର ଜିଲ୍ଲାରେ ବିଜୟଙ୍କ ପାର୍ଟି ଟିଭିକେ ଦ୍ୱାରା ଏକ ରାଲି ହୋଇଥିଲା । ଏଥିରେ ଯେବେ ବିଜୟ ଭାଷଣ ଆରମ୍ଭ କରିଥିରେ ଦଳଚକଟା ଘଟିଥିଲା । ଏଥିରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ସିବିଆଇରେ ହାଜର ହୋଇଛନ୍ତି ବିଜୟ ଥଲାପତି ।

ବିଜୟଙ୍କୁ ସିବିଆଇ ପ୍ରଶ୍ନ
ରାଲିରେ ହୋଇଥିବା ଘଟଣାକ୍ରମକୁ ନେଇ ବିଜୟଙ୍କୁ ପଚରାଉଚା କରିଛି ସିବିଆଇ । ୩ଟି ପ୍ରମୁଖ ପ୍ରଶ୍ନକୁ ଗୁରୁତ୍ୱ ଦେଇଛି । ପ୍ରଥମ ପ୍ରଶ୍ନ, ତୁମେ ଖୋଲା ଗାଡିରେ ଛିଡା ହୋଇଥିଲେ ଏବଂ ଭିଡ଼ରେ ଲୋକ ବେହୋସ୍ ହେଉଥିଲେ, ସ୍ପଷ୍ଟ ଦେଖା ଯାଉଥିଲା, ତୁମେ କାହିଁକି ଭାଷଣ ବନ୍ଦ କଲନାହିଁ ? ଦ୍ବିତୀୟ ପ୍ରଶ୍ନ, ଯେବେ ଲୋକ ଚେତାଶୂନ୍ୟ ହେଉଥିଲେ ଦେଖିବାକୁ ମିଳିଥିବା ତୁମ ପକ୍ଷରୁ ପାଣି ବୋତଲ ଦିଆଯାଉଥିଲା । ତଥାପି ତୁମେ ତୁରନ୍ତ ଆକ୍ସନ ନେଲନାହିଁ କାହିଁକି ? ସବୁଠୁ ଗମ୍ଭୀର ତୃତୀୟ ପ୍ରଶ୍ନ ଥିଲା । ତୁମେ ସଠିକ୍ ସମୟରେ ସଭାରେ କାହିଁକି ପହଞ୍ଚିଲ ନାହିଁ ? ତୁମ ବିଳମ୍ବ ପାଇଁ ଲୋକଙ୍କ ମଧ୍ୟରେ ଦଳଚକଟା ସ୍ଥିତି ଉପୁଜିଥିଲା । କଣ ଏହା ତୁମ ରାଜନୈତିକ ପ୍ରଦର୍ଶନର ଶକ୍ତି ଥିଲା ? ମାମଲାରେ ଖୁବଶୀଘ୍ର ଚାର୍ଜସିଟ୍ ଫାଇଲ୍ କରିବ ସିବିଆଇ ।

କରୁରକୁ ନେଇ ଘଟିଥିବା ଦୁଃଖଦ ଦଳାଚକଟା ମାମଲାର ତଦନ୍ତ ପାଇଁ ଏକ SIT ଗଠନ କରାଯାଇଥିଲା । ଏହା ପରେ ମାମଲାକୁ CBIକୁ ସ୍ଥାନାନ୍ତର କରାଯାଇଥିଲା । CBI ବର୍ତ୍ତମାନ ଟିଭିକେ ମୁଖ୍ୟ ବିଜୟଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଛି । ଯାହା ଦ୍ଵାରା ଯଥାଶୀଘ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ । ଆଜି ଟିଭିକେ ମୁଖ୍ୟ ବିଜୟ ଓକିଲମାନଙ୍କ ସହିତ CBI ମୁଖ୍ୟାଳୟରେ ପହଞ୍ଚିଥିଲେ । ଏହାପରେ କିଛି ଦଳର ସମର୍ଥକ ମଧ୍ୟ ବ୍ୟାନର ଏବଂ ପୋଷ୍ଟର ଧରି CBI ମୁଖ୍ୟାଳୟ ବାହାରେ ପହଞ୍ଚିଥିଲେ । ​​​​​​​

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
vijay | Delhi Crime Branch Grills Vijay With a Series of Tough Questions | Argus News