ଦିଲ୍ଲୀ ଦିଲ୍ ସେ ଭୋଟ୍ କରେଗୀ; ମୁଖ୍ୟ ନିର୍ବାଚନ କମିଶନର
Key Points
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ ।
ଅର୍ଗସ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ପ୍ରେସ୍ କନଫରେନ୍ସରେ ଦିଲ୍ଲୀ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଦିଲ୍ଲୀରେ ୭୦ଟି ବିଧାନସଭା ଆସନ ରହିଛି । ଆତିଶୀଙ୍କ ନେତୃତ୍ବରେ ଆମ ଆଦମୀ ପାର୍ଟି ପକ୍ଷରୁ ସେଠାରେ ଶାସନ ଚାଲିଛି । ୨୦୨୦ ନିର୍ବାଚନରେ ଆମ ଆଦମୀ ପାର୍ଟି ୬୨ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୮ଟି ସିଟ୍ ପାଇଥିଲା ।
ତାରିଖ ଘୋଷଣା ପୂର୍ବରୁ ୨୦୨୪ରେ ଆସିଥିବା ଅଭିଯୋଗ କଥା କହିଲେ ମୁଖ୍ୟ ନିର୍ବାଚନ କମିଶନର । EVM, ସନ୍ଧ୍ୟାରେ ଭୋଟ ପ୍ରତିଶତ ବଢ଼ିବା ଆଦି ଅଭିଯୋଗ କଥା କହିଲେ ରାଜୀବ କୁମାର । ସବୁର ଜବାବ ଦେବାକୁ ପ୍ରସ୍ତୁତ ବୋଲି କହିଲେ ରାଜୀବ କୁମାର । ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନିରପକ୍ଷ ଥିଲା, ପ୍ରମାଣ ମିଳି ସାରିଛି । ଏଥିପାଇଁ ଭିନ୍ନ ଭିନ୍ନ ନିର୍ବାଚନରେ ଭିନ୍ନ ଦଳକୁ ସଫଳତା ମିଳିଛି । ଏହି ବିବିଧତା ରେଜଲ୍ଟ ପ୍ରମାଣ କରୁଛି ଯେ ନିର୍ବାଚନ ପ୍ରକ୍ରିୟା ସ୍ବଚ୍ଛ ଥିଲା । ସେହିପରି ଦିଲ୍ଲୀ ଦିଲ୍ ସେ ଭୋଟ୍ କରେଗୀ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ।