Delhi Election Results: ଆପ୍କୁ ବଡ଼ ଝଟ୍କା; ନିର୍ବାଚନ ହାରିଲେ କେଜ୍ରିୱାଲ୍ ଓ ସିସୋଦିଆ

Key Points
ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ୍ ଗଣତିର ବଡ଼ ଖବର । ହାରିଲେ ଆପ୍ ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ।
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ୍ ଗଣତିର ବଡ଼ ଖବର । ହାରିଲେ ଆପ୍ ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ । ନୂଆଦିଲ୍ଲୀ ଆସନରୁ ବିଜେପିର ପରବେଶ ସାହିବ ସିଂ ଆପ୍ ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଛନ୍ତି । ତେବେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା ହୋଇ ନାହିଁ ।
ଜଙ୍ଗପୁରା ଆସନରୁ ଲଢ଼ୁଥିବା ମନୀଷ ସିସୋଦିଆ ପରାସ୍ତ ହୋଇଛନ୍ତି । ବିଜେପିର ତରବିନ୍ଦର ସିଂ, ମନୀଷ ସିସୋଦିଆଙ୍କୁ ହରାଇ ବିଜୟୀ ହୋଇଛନ୍ତି । ତେବେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା ହୋଇ ନାହିଁ ।
#ହାରିଲେ_କେଜ୍ରିୱାଲ୍
— Argus News (@ArgusNews_in) February 8, 2025
ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ହାରିଲେ
ନୂଆଦିଲ୍ଲୀ ଆସନରୁ ପରାସ୍ତ ହେଲେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍
ବିଜେପିର ପରଭେଶ ସାହିବ ସିଂଙ୍କଠାରୁ ହାରିଲେ #DelhiElections2025 #ElectionResults2025 #ArvindKejriwal #ArgusNews pic.twitter.com/IMp8vunLvu
📱 Get Argus News App
✨ଦିନ ସାଢ଼େ ୧୨ଟା ସୁଦ୍ଧା ବିଜେପି ୪୮ ଆସନରେ ଆଗୁଆ ରହିଥିବା ବେଳେ ଆପ୍ ୨୨ ସିଟ୍ରେ ଆଗୁଆ ରହିଛି । ଦିଲ୍ଲୀର ୭୦ ଆସନରୁ ଗୋଟିଏରେ ବି କଂଗ୍ରେସ ଆଗୁଆ ନାହିଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମଧ୍ୟ କାଲକାଜୀ ଆସନରୁ ପଛୁଆ ରହିଛନ୍ତି ।
ଆସୁଥିବା ଖବର ଅନୁସାରେ, ରାଜେନ୍ଦ୍ର ନଗର ଆସନରୁ ଆପ୍ର ଦୁର୍ଗେଶ ପାଠକଙ୍କୁ ହରାଇ ବିଜେପିର ଉମଙ୍ଗ ବଜାଜ ବିଜୟୀ ହୋଇଛନ୍ତି । ତେବେ ଏନେଇ ଔପଚାରିକ ଘୋଷଣା ହୋଇ ନାହିଁ ।
ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ଲାଗି ମତଦାନ ହୋଇଥିଲା । ୬୦.୫୪ ପ୍ରତିଶତ ମତଦାତା ଭୋଟ୍ ଦେଇଥିଲେ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଢ଼ିବା ପାଇଁ ୩୬ ଆସନର ଆବଶ୍ୟକ । ତେବେ ବିଭିନ୍ନ ଏକଜିଟ୍ ପୋଲ ଆକଳନ ଅନୁସାରେ, ଏଥର ବିଜେପି ଦିଲ୍ଲୀରେ ସରକାର ଗଢ଼ିବ ।