Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Election Results: ଟ୍ରେଣ୍ଡରେ ବହୁମତ ଛୁଇଁଲା ବିଜେପି, ନୂଆଦିଲ୍ଲୀ ଆସନରୁ ପଛୁଆ କେଜ୍ରିୱାଲ୍

Sushanta Sahoo
Browse all articles by Sushanta Sahoo
·1 year ago·1 min read
Delhi Election Results: ଟ୍ରେଣ୍ଡରେ ବହୁମତ ଛୁଇଁଲା ବିଜେପି, ନୂଆଦିଲ୍ଲୀ ଆସନରୁ ପଛୁଆ କେଜ୍ରିୱାଲ୍

Key Points

ବିଜେପି ୩୮ ଆସନରେ ଆଗୁଆ ରହିଥିବା ବେଳେ ଆପ୍‌ ୨୫ଟି ଆସନରେ ଆଗୁଆ ରହିଛି । କଂଗ୍ରେସ ମାତ୍ର ଗୋଟିଏ ଆସନରେ ଆଗେଇ ଚାଲିଛି ।

ନୂଆଦିଲ୍ଲୀ: ଆସିବାରେ ଲାଗିଛି ଦିଲ୍ଲୀ ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ବହୁମତ ପାର କରିଛି । ସକାଳ ୮ଟା ୫୦ର ଟ୍ରେଣ୍ଡ ଅନୁସାରେ, ବିଜେପି ୩୮ ଆସନରେ ଆଗୁଆ ରହିଥିବା ବେଳେ ଆପ୍‌ ୨୫ଟି ଆସନରେ ଆଗୁଆ ରହିଛି । କଂଗ୍ରେସ ମାତ୍ର ଗୋଟିଏ ଆସନରେ ଆଗେଇ ଚାଲିଛି ।


ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ଲାଗି ମତଦାନ ହୋଇଥିଲା । ୬୦.୫୪ ପ୍ରତିଶତ ମତଦାତା ଭୋଟ୍ ଦେଇଥିଲେ । ଆସୁଥିବା ଟ୍ରେଣ୍ଡ ଅନୁସାରେ, ନୂଆଦିଲ୍ଲୀ ଆସନରୁ ଅରବିନ୍ଦ୍ର କେଜ୍ରିୱାଲ, ଜଙ୍ଗପୁରାରୁ ମନୀଷ ସିସୋଦିଆ ଓ କାଲକାଜୀରୁ ଆତିଶୀ ପଛୁଆ ଅଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିଭଳି ପଟପଡ଼ଗଞ୍ଜରୁ ଅବଧ ଓଝା ପଛୁଆ ରହିଛନ୍ତି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଢ଼ିବା ପାଇଁ ୩୬ ଆସନର ଆବଶ୍ୟକ । ତେବେ ବିଭିନ୍ନ ଏକଜିଟ୍ ପୋଲ ଆକଳନ ଅନୁସାରେ, ଏଥର ବିଜେପି ଦିଲ୍ଲୀରେ ସରକାର ଗଢ଼ିବ ।

Sponsored
Delhi Election Results: BJP Crossed Majority In Early Trends | Argus News