Delhi Election Results: ଦିଲ୍ଲୀରେ ଝଡ଼ିଗଲା କେଜ୍ରି 'ଝାଡ଼ୁ', ୨୭ ବର୍ଷ ପରେ ବିଜେପି ରାଜ୍

Key Points
କେଜ୍ରିୱାଲଙ୍କ ନେତୃତ୍ଵାଧିନ ଆମ୍ ଆଦମୀ ପାର୍ଟିକୁ ଶକ୍ତ ଝଟ୍କା ଲାଗିଛି । ମଦ ଦୁର୍ନୀତି ମାମଲାରେ ଜେଲ୍ ଯାଇ ଜାମିନ୍ରେ ଥିବା କେଜ୍ରିୱାଲ୍ ନୂଆଦିଲ୍ଲୀ ଆସନରୁ ନିଜେ ହାରିବା ସହ ତାଙ୍କ ଦଳ ଆପ୍ କ୍ଷମତାରୁ ହଟିବାକୁ ଯାଉଛି ।
ନୂଆଦିଲ୍ଲୀ: ବିଜେପିକୁ ବାଛିଲେ ଦିଲ୍ଲୀବାସୀ । ମୋଦିଙ୍କ ବିକାଶରେ ଲଗାଇଲେ ମୋହର । ଏଣିକି ଦିଲ୍ଲୀରେ ଡବଲ୍ ଇଞ୍ଜିନ୍ ସରକାର । ଦିଲ୍ଲୀ ନିର୍ବାଚନରେ ବିଜେପିକୁ ବହୁମତ । ପଦ୍ମ ପ୍ରହାରରେ ଖଣ୍ଡ ଖଣ୍ଡ ହୋଇଗଲା ଝାଡ଼ୁ । ୨୭ ବର୍ଷର କ୍ଷମତା ବନବାସ ପରେ ବିଜେପି ଦିଲ୍ଲୀରେ ଗଢ଼ିବାକୁ ଯାଉଛି ସରକାର ।
ଏହା ପୂର୍ବରୁ ପ୍ରଥମଥର ୧୯୯୩ରେ ଦିଲ୍ଲୀରେ ସରକାର ଗଢ଼ିଥିଲା ବିଜେପି । ତା' ପରେ ୧୯୯୮, ୨୦୦୩ ଓ ୨୦୦୮ରେ କଂଗ୍ରେସ ଦିଲ୍ଲୀରେ କ୍ଷମତା ହାସଲ କରିଥିଲା । ୨୦୧୩, ୨୦୧୫ ଓ ୨୦୨୦ରେ ଦିଲ୍ଲୀ ଦଖଲ କରିଥିଲା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ।
📱 Get Argus News App
✨ଫେବ୍ରୁଆରୀ ୫ରେ ଦିଲ୍ଲୀରେ ଭୋଟିଂ ପରେ ଆଜି ହୋଇଥିଲା ମତ ଗଣନା । ଯେଉଁଥିରେ କେଜ୍ରିୱାଲଙ୍କ ନେତୃତ୍ଵାଧିନ ଆମ୍ ଆଦମୀ ପାର୍ଟିକୁ ଶକ୍ତ ଝଟ୍କା ଲାଗିଛି । ମଦ ଦୁର୍ନୀତି ମାମଲାରେ ଜେଲ୍ ଯାଇ ଜାମିନ୍ରେ ଥିବା କେଜ୍ରିୱାଲ୍ ନୂଆଦିଲ୍ଲୀ ଆସନରୁ ନିଜେ ହାରିବା ସହ ତାଙ୍କ ଦଳ ଆପ୍ କ୍ଷମତାରୁ ହଟିବାକୁ ଯାଉଛି ।
ଭୋଟ୍ ଗଣତି ପୂର୍ବରୁ ବିଭିନ୍ନ ଏକଜିଟ୍ ପୋଲ୍ ଆକଳନ କରିଥିଲେ, ଏଥର ବିଜେପି ପାଇଁ ଦିଲ୍ଲୀ ଦୂର ନୁହଁ । ଏବେ ଏକଜିଟ୍ ପୋଲର ଆକଳନ ସତ ହୋଇଛି, ବହୁମତ ପାଇ ସରକାର ଗଢ଼ିବାକୁ ଯାଉଛି ବିଜେପି । ଆଉ ଏହା ହିଁ ହେଉଛି ଏକ ନୂଆ ଇତିହାସ ।