Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀ ନିର୍ବାଚନ: ୭୦ ରୁ ୬୭ ଆସନରେ ଅମାନତ ହରାଇଲେ କଂଗ୍ରେସ ପ୍ରାର୍ଥୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଦିଲ୍ଲୀ ନିର୍ବାଚନ: ୭୦ ରୁ ୬୭ ଆସନରେ ଅମାନତ ହରାଇଲେ କଂଗ୍ରେସ ପ୍ରାର୍ଥୀ

Key Points

ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ଡବଲ ହ୍ୟାଟ୍ରିକ୍
୭୦ ରୁ ୬୭ ଆସନରେ ଅମାନତ ହରାଇଲେ କଂଗ୍ରେସ ପ୍ରାର୍ଥୀ
୨୦୧୪ରୁ ବିଧାନସଭା ଓ ଲୋକସଭାରେ ଖୋଲିପାରୁନି ଖାତା
ଏଥର ମଧ୍ୟ କଂଗ୍ରେସକୁ ଶୂନ ଧରାଇଦେଲେ ଦିଲ୍ଲୀ ଜନତା

ଦିଲ୍ଲୀରେ କଂଗ୍ରେସର ଖେଲ୍ ଖତମ୍। ଦେଶର ରାଜଧାନୀରେ ୧୯୯୮, ୨୦୦୩ ଓ ୨୦୦୮ରେ ଲଗାତାର ୩ ଥର ବିଜୟର ହ୍ୟାଟ୍ରିକ୍ ଲଗାଇଥିବା କଂଗ୍ରେସ ଏବେ ଲଗାତାର ଜିରୋ ଆସନ ହାସଲରେ ବନାଇଛି ହ୍ୟାଟ୍ରିକ୍। ଖାଲି ହ୍ୟାଟ୍ରିକ୍ ନୁହେଁ ଡବଲ ହ୍ୟାଟ୍ରିକ୍। ଉଭୟ ଲୋକସଭା ଓ ବିଧାନସଭାରେ ତିନି ପାଳି ହେଲା ଖାତା ଖୋଲିପାରୁନି କଂଗ୍ରେସ। ଖାଲି ସେତିକି ନୁହେଁ ଦଳର ୭୦ ପ୍ରାର୍ଥୀଙ୍କ ମଧ୍ୟରୁ ୬୭ ଜଣ ହରାଇଛନ୍ତି ଅମାନତ। ତେବେଦଳର ଭୋଟ୍ ହାର ୨୦୨୦ ବିଧାନସଭା ନିର୍ବାଚନ ତୁଳନାରେ ପ୍ରାୟ ୨ ପ୍ରତିଶତ ବୃଦ୍ଧି ପାଇଛି। ଏହାକୁ ନେଇ ନିଜକୁ ଆଶ୍ବସ୍ତ କରୁଛନ୍ତି କଂଗ୍ରେସ ନେତା। ଆଉ କହୁଛନ୍ତି ଯଦି ଆପ୍ କଂଗ୍ରେସ ସହ ମେଣ୍ଟ କରିଥାନ୍ତା ଫଳାଫଳ ଭିନ୍ନ ହୋଇଥାନ୍ତା।

୧୯୯୮ରେ ବିଜେପିକୁ ହରାଇ ଦିଲ୍ଲୀରେ କ୍ଷମତାକୁ ଆସିବା ପରଠୁ ଲଗାତାର ତିନିଥର ବିଧାନସଭା ନିର୍ବାଚନ ଜିତି ଦିଲ୍ଲୀରେ ନିଜ ସ୍ଥତିକୁ ଅଭେଦ୍ୟ କରିଥିଲା କଂଗ୍ରେସ। ତେବେ ୨୦୦୩ ନିର୍ବାଚନ ପରଠୁ ଦିଲ୍ଲୀରେ କଂଗ୍ରେସର ଭୋଟ୍ ହାର ଲଗାତାର କମି କମି ଚାଲିଲା। ୨୦୦୩ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ 48.13 % ଭୋଟହାର ସହ ୪୭ଟି ଆସନର ସାନଦାର ବିଜୟ ହାସଲ କରି ସରକାର ଗଢିଥିଲା କଂଗ୍ରେସ। ୨୦୦୮ରେ କଂଗ୍ରେସ ଲଗାତାର ତୃତୀୟ ଥର ଦିଲ୍ଲୀ ଜିତି ସରକାର ଗଢିଥିଲେ ବି ଦଳର ଆସନ ୪୩ ଓ ଭୋଟ୍ ହାର ୪୦.୩୧ ପ୍ରତିଶତକୁ ଖସିଆସିଥିଲା। ୨୦୧୩ରେ କଂଗ୍ରେସର ଘଟିଥିଲା ବିପର୍ଯ୍ୟୟ।


କ୍ଷମତାରୁ ବିଦା ହେବା ସହ ମାତ୍ର ୮ ଟି ଆସନରେ ସୀମିତ ରହିଯାଇଥିଲା ହାତ। ଆଉ ଦଳକୁ ମିଳିଥିଲା ମାତ୍ର ୨୪.୫୫% ଭୋଟ୍। ୨୦୧୫ ବିଧାନସଭା ନିର୍ବାଚନରେ ଦଳ ଖାତାତ ଖୋଲିପାରିଲାନି ବରଂ କଂଗ୍ରେସର ଭୋଟ୍ ହାର ସିଙ୍ଗଲ ଡିଜିଟକୁ ଖସିଆସି ୯.୬୫%ରେ ପହଞ୍ଚିଯାଇଥିଲା। ଆଉ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବଚନରେ କଂଗ୍ରେସ ଇତିହାସର ସବୁଠୁ ଖରାପ ପ୍ରଦର୍ଶନ ଥିଲା। ଗୋଟିଏ ହେଲେ ବି ଆସନ ତ ହାତରେ ଲାଗିଲାନି ଭୋଟ୍ ହାର ମାତ୍ର ୪.୨୬%କୁ ଖାସି ଆସିଥିଲା। ଏଥର କଂଗ୍ରେସ ଲଗାଇଛି ଶୂନ୍ୟ ହାସଲରେ ହ୍ୟାଟ୍ରିକ୍। ଆଉ ଭେଟ୍ ହାର ସାମାନ୍ୟ ବୃଦ୍ଧି ପାଇ ପହଞ୍ଚିଛି ୬.୬୫ ପ୍ରତିଶତରେ। ତେବେ ଆପ ସହ କଂଗ୍ରେସ ମେଣ୍ଟ କରିଥିଲେ ଯେ ବିଜେପିକୁ ଘଟା ହୋଇଥାନ୍ତା ଏହାକୁ ରାଜନୈତିକ ବିଶେଷଜ୍ଞ ମାନିବାକୁ ନାରାଜ୍।

ଦିଲ୍ଲୀରେ କଂଗ୍ରେସ ହ୍ୟାଟ୍ରିକ ଶୂନ୍ୟ ରେକର୍ଡ ସହ ଦଳର ନେତା ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ନେଇ ଉଠିଛି ବଡ଼ ପ୍ରଶ୍ନ। ରାହୁଲ ଗାନ୍ଧି ଏଥର ଦିଲ୍ଲୀରେ ୮ଟି ରାଲି କରିବା ସହ ୩୪ଟି ବିଧାନସଭା ଆସନରେ କରିଥିଲେ ପ୍ରଚାର। ସେଥିରୁ ୩୧ଟି ଆସନରେ ଅମାନତ ହରାଇଛି କଂଗ୍ରେସ। ଦିଲ୍ଲୀରେ ଏଥର ମୋଟ୍ ୯୪ ଲକ୍ଷ ଭୋଟ୍ ପଡ଼ିଥିବା ବେଳେ କଂଗ୍ରେସକୁ ମିଳିଛି ମାତ୍ର ୬ ଲକ୍ଷ ଭୋଟ୍। ରାହୁଲଙ୍କୁ ନେଇ ସୋସିଆଲ ମିଡିଆରେ ଏବେ ମିମ୍‌ସ୍‌ର ବନ୍ୟା ଦେଖିବାକୁ ମିଳୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi election results: Cong draws blank, loses security deposits in 67 of 70 seats | Argus News