Delhi Election Results: ଟ୍ରେଣ୍ଡରେ ପଛୁଆ ଆପ୍ର ଟପ୍ ନେତା, ଭାରି ପଡ଼ୁଛି ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ଦିଲ୍ରେ କିଏ ? ଚାଲିଛି ଗଣତି, ଆସିବାରେ ଲାଗିଛି ରେଜଲ୍ଟ । ଦିନ ୧୦ଟା ୧୫ ସୁଦ୍ଧା ଦିଲ୍ଲୀର ୭୦ ବିଧାନସଭା ଆସନରୁ ୪୧ଟିରେ ବିଜେପି ଆଗୁଆ ରହିଥିବା ବେଳେ ୨୮ ଆସନରେ ଆଗୁଆ ରହିଛି ଆମ୍ ଆଦମୀ ପାର୍ଟି । ପ୍ରାରମ୍ଭିକ ଟ୍ରେଣ୍ଡରେ ଗୋଟିଏ ଆସନରେ ଆଗୁଆ ରହିଥିବା କଂଗ୍ରେସ ଏବେ ସମସ୍ତ ୭୦ ଆସନରେ ପଛେଇ ଚାଲିଛି ।
କାଲକାଜୀରୁ ମୁଖ୍ୟମନ୍ତ୍ରୀ ଆତିଶୀ ପଛୁଆ ରହିଥିବା ବେଳେ ବିଜେପିର ରମେଶ ବିଧୁରୀ ଆଗୁଆ ରହିଛନ୍ତି । ସେହିଭଳି ଓଖଲା ଆସନରେ ଆପ୍ର ଅମନତୁଲ୍ଲାଙ୍କ ଠାରୁ ଆଗୁଆ ଅଛନ୍ତି ବିଜେପିର ମନୀଷ ଚୌଧୁରୀ । ଜଙ୍ଗପୁରା ଆସନରୁ ଆପ୍ର ମନୀଷ ସିସୋଦିଆଙ୍କୁ ପଛରେ ପକାଇ ଆଗେଇ ଚାଲିଛନ୍ତି ବିଜେପିର ତର୍ଭିନ୍ଦର ସିଂ ମରୱା ।
କେଉଁଠୁ କିଏ ଆଗୁଆ ?
📱 Get Argus News App
✨ମଙ୍ଗଲପୁରୀ ଆସନରୁ ବିଜେପିର ରାଜ କୁମାର ଚୌହାନ ଆଗରେ ରହିଥିବା ବେଳେ ରୋହିଣୀରୁ ବିଜେନ୍ଦ୍ର ଗୁପ୍ତା, ମଡେଲ୍ ଟାଉନରୁ ଅଶୋକ ଗୋଏଲ୍, ରାଜୌରୀ ଗାର୍ଡେନରୁ ମଞ୍ଜିନ୍ଦର ସିଂ ସିର୍ସା । ବିକାଶପୁରୀରୁ ପଙ୍କଜ କୁମାର ସିଂ, ବିଜୱାସନରୁ କୈଳାସ ଗେହଲଟ, ବିଶ୍ଵାସ ନଗରରୁ ଓମ୍ ପ୍ରକାଶ ଶର୍ମା ଆଗୁଆ ରହିଛନ୍ତି । ସେହିଭଳି ବୁରାରିରେ ଆପ୍ ନେତା ସଞ୍ଜୀବ ଝା ଆଗୁଆ ଅଛନ୍ତି ।
ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ଲାଗି ମତଦାନ ହୋଇଥିଲା । ୬୦.୫୪ ପ୍ରତିଶତ ମତଦାତା ଭୋଟ୍ ଦେଇଥିଲେ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଢ଼ିବା ପାଇଁ ୩୬ ଆସନର ଆବଶ୍ୟକ । ତେବେ ବିଭିନ୍ନ ଏକଜିଟ୍ ପୋଲ ଆକଳନ ଅନୁସାରେ, ଏଥର ବିଜେପି ଦିଲ୍ଲୀରେ ସରକାର ଗଢ଼ିବ ।