Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - Delhi Election Results: ଆପ୍ ନା ବିଜେପି ଦିଲ୍ଲୀରେ କିଏ ମାରିବ ବାଜି ?

National

Delhi Election Results: ଆପ୍ ନା ବିଜେପି ଦିଲ୍ଲୀରେ କିଏ ମାରିବ ବାଜି ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
Delhi Election Results: ଆପ୍ ନା ବିଜେପି ଦିଲ୍ଲୀରେ କିଏ ମାରିବ ବାଜି ?

Key Points

କ୍ରମାଗତ ଚତୁର୍ଥ ଥର ଆପ୍ ସରକାର ଗଢ଼ିବ ନା କେଜରିୱାଲଙ୍କ ଦଳକୁ ଗାଦିଚ୍ୟୁତ କରି ୨୭ ବର୍ଷ ପରେ ବିଜେପି ଦିଲ୍ଲୀ ଦଖଲ କରିବ ? ତା ଉପରେ ସମସ୍ତଙ୍କ ନଜର । ଅଧିକାଂଶ ଏକଜିଟ୍ ପୋଲ୍ ରିପୋର୍ଟ ଦିଲ୍ଲୀ ବିଧାନସଭାରେ ବିଜେପିର ଜିତାପଟ ହେଉଥିବା ଦେଖାଉ ଥିବାବେଳେ ଦେଶର ସବୁଠୁ ପୁରୁଣା ଦଳ କଂଗ୍ରେସ ପ୍ରାୟ ନିଶ୍ଚିହ୍ନ ହୋଇଯିବ ବୋଲି ଆକଳନ କରାଯାଇଛି ।

ନୂଆଦିଲ୍ଲୀ: ବଢ଼ୁଛି କମ୍ପନ । କିଛି ସମୟ ପରେ ଆରମ୍ଭ ହେବ ଗଣତି । ଆସିବ ଦିଲ୍ଲୀ ରେଜଲ୍ଟ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ହେବାକୁ ଥିବାବେଳେ ଏକଜିଟ୍ ପୋଲ୍ ରିପୋର୍ଟ ବଢ଼ାଇଛି ଉତ୍କଣ୍ଠା ।


କ୍ରମାଗତ ଚତୁର୍ଥ ଥର ଆପ୍ ସରକାର ଗଢ଼ିବ ନା କେଜରିୱାଲଙ୍କ ଦଳକୁ ଗାଦିଚ୍ୟୁତ କରି ୨୭ ବର୍ଷ ପରେ ବିଜେପି ଦିଲ୍ଲୀ ଦଖଲ କରିବ ? ତା ଉପରେ ସମସ୍ତଙ୍କ ନଜର । ଅଧିକାଂଶ ଏକଜିଟ୍ ପୋଲ୍ ରିପୋର୍ଟ ଦିଲ୍ଲୀ ବିଧାନସଭାରେ ବିଜେପିର ଜିତାପଟ ହେଉଥିବା ଦେଖାଉ ଥିବାବେଳେ ଦେଶର ସବୁଠୁ ପୁରୁଣା ଦଳ କଂଗ୍ରେସ ପ୍ରାୟ ନିଶ୍ଚିହ୍ନ ହୋଇଯିବ ବୋଲି ଆକଳନ କରାଯାଇଛି ।


ଦିଲ୍ଲୀରେ ଏଥର ହୋଇପାରେ ପଟ୍ଟ ପରିବର୍ତ୍ତନ । କ୍ଷମତାଚ୍ୟୁତ ହୋଇପାରେ ୧୧ ବର୍ଷ ଧରି ଶାସନ ଗାଦିରେ ବସିଥିବା ଆମ୍ ଆଦମୀ ପାର୍ଟି । ବିଜେପି ପିନ୍ଧିପାରେ ବିଜୟ ମୁକୁଟ । ଏଥର ଦିଲ୍ଲୀରେ ହୋଇପାରେ ବିଜେପି ସରକାର । ଏକଜିଟ୍ ପୋଲ୍ ରିପୋର୍ଟରେ ବିଜେପିକୁ ବହୁମତ ମିଳୁଥିବା ଦେଖାଯାଇଛି । ଅଧିକାଂଶ ଏକଜିଟ୍ ପୋଲ୍ ରିପୋର୍ଟରେ ବିଜେପି ବିଜୟୀ ହେଉଥିବା ଦେଖାଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଢ଼ିବା ପାଇଁ ୩୬ ଆସନର ଆବଶ୍ୟକତା ପଡ଼ୁଥିବା ବେଳେ ବିଜେପି ମ୍ୟାଜିକ୍ ନମ୍ବର ହାସଲ କରୁଥିବା ଦେଖାଯାଇଛି । ପିପୁଲ୍ସ ପଲସ ଅନୁସାରେ ବିଜେପି ଦିଲ୍ଲୀରେ ବାଜିମାତ୍ କରିବ । ପଦ୍ମ ଦଳ ୫୧ରୁ ୬୦ଟି ଆସନରେ ବିଜୟୀ ହୋଇପାରେ, ଆପ୍ ୧୦ରୁ ୧୯ଟି ସିଟରେ ଜିତିପାରେ ।


କଂଗ୍ରେସ ଦିଲ୍ଲୀରେ ଗୋଟିଏ ବି ଆସନ ଜିତି ପାରିବ ନାହିଁ ବୋଲି ଆକଳନ କରିଛି ପିପୁଲ୍ସ ପଲସ୍ ଏକଜିଟ୍ ପୋଲ୍ । ପି-ମାର୍କ ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ବିଜେପି ୩୯ରୁ ୪୯ଟି ସିଟ୍ ଜିତିବ । ଆପ୍ ୨୧ରୁ ୩୧ଟି ଏବଂ କଂଗ୍ରେସ ମାତ୍ର ଗୋଟିଏ ଆସନ ଜିତିପାରେ । ଚାଣକ୍ୟ ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ, ବିଜେପି ୩୯ରୁ ୪୪ଟି ଆସନରେ ବିଜୟୀ ହୋଇପାରେ ।


ଆମ୍ ଆଦମୀ ପାର୍ଟିକୁ ୨୫ରୁ ୨୮ଟି ସିଟ୍ ଓ କଂଗ୍ରେସ ମାତ୍ର ୨ରୁ ୩ଟି ଆସନ ମଧ୍ୟରେ ସୀମିତ ରହିବ । ସେହିପରି JVC ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ, ବିଜେପି ୩୯ରୁ ୪୫, ଆପ୍ ୨୨ରୁ ୩୧ଟି ଆସନ ପାଇବ । କଂଗ୍ରେସ ଖାତା ଖୋଲି ପାରିବ ନାହିଁ ବୋଲି ଆକଳନ କରିଛି JVC ଏକଜିଟ୍ ପୋଲ୍ । ମ୍ୟାଟ୍ରିଜ୍ ରିପୋର୍ଟ ଅନୁସାରେ, ବିଜେପି ୩୫ରୁ ୪୦ଟି ସିଟ୍, ଆପ୍ ୩୨ରୁ ୩୭ ଏବଂ କଂଗ୍ରେସ ମାତ୍ର ଗୋଟିଏ ଆସନ ଜିତିପାରେ ।

Sponsored
Delhi Election Results Who Will Win Heart Of Delhi People | Argus News