Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବୁଥ ବାହୁଡ଼ା ମତରେ ଆପ୍ ସରକାର କ୍ଷମତାଚ୍ୟୁତ ହେବାର ବଡ଼ ସଂକେତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବୁଥ ବାହୁଡ଼ା ମତରେ ଆପ୍ ସରକାର କ୍ଷମତାଚ୍ୟୁତ ହେବାର ବଡ଼ ସଂକେତ

କାହା କବଜାରେ ଦିଲ୍ଲୀ ସିଂହାସନ ....ଶୁକ୍ରବାର ସାମ୍ନାକୁ ଆସିବ ରେଜଲ୍ଟ । ଅଧିକାଂଶ ଏକଜିଟ ପୋଲ୍ ରେ ମିଳିଛି ପଟ୍ଟ ପରିବର୍ତ୍ତନର ସଂକେତ । 11 ବର୍ଷ ଧରି ଦିଲ୍ଲୀରେ ଶାସନ ଗାଦିରେ ବସିଥିବା ଆପ୍ କୁ ଏଥର ମିଳିପାରେ ବଡ଼ ଧକ୍କା । ଦୀର୍ଘ 27 ବର୍ଷ ଧରି ଦିଲ୍ଲୀ ଗାଦିରୁ ଦୂରରେ ଥିବା ବିଜେପି କ୍ୟାମ୍ପ ଉତ୍ସାହିତ ଥିବାବେଳେ ଦୌଡ଼ରେ ବହୁ ପଛରେ ପଡ଼ିଛି କଂଗ୍ରେସ । ଦେଶର ସବୁଠାରୁ ପୁରୁଣା ଦଳ ଦିଲ୍ଲୀରେ ଖାତା ବି ଖୋଲିପାରିବ ନାହିଁ ବି ଆକଳନ କରିଛନ୍ତି ବହୁ ଏକଜିଟ୍ ପୋଲ୍। 

ଗତ ଲୋକସଭା ନିର୍ବାଚନରେ ସାରା ଦେଶରେ 100ଟି ବି ଆସନ ଛୁଇଁ ପାରିନଥିଲା ହାତ ଦଳ। 2024 ଲୋକସଭା ନିର୍ବାଚନରେ ବିଜେପି ଯେତିକି ଆସନ ପାଇଛି ଗତ ତିନିଟି ଲୋକସଭା ନିର୍ବାଚନରେ ମିଶି କରି ବି ସେତିକି ଆସନ ପାଇପାରିନାହିଁ କଂଗ୍ରେସ । ପୁଣି ଗତ ଲୋକସଭା ନିର୍ବାଚନରେ ଯେଉଁ କେତେକ ରାଜ୍ୟରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା ସେସବୁ ରାଜ୍ୟରେ ବିଧାନସଭା ନିର୍ବାଚନରେ ଦଳ ମାଟି କାମୁଡୁଥିବା ଦେଖାଯାଉଛି। ଏହାର ବଡ଼ ଉଦାହରଣ ହେଉଛନ୍ତି ମହାରାଷ୍ଟ୍ର ଓ ହରିୟାଣା।

ଦିଲ୍ଲୀ ନିର୍ବାଚନ, ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ପାଇଁ ଅସ୍ଥିତ୍ବର ପ୍ରଶ୍ନ । ଗତ ନିର୍ବାଚନରେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିକୁ 53.6 ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପିକୁ ମିଳିଥିଲା 38.5 ପ୍ରତିଶତ । କଂଗ୍ରେସର ଭୋଟ୍ ସେୟାର୍ ଥିବା ମାତ୍ର 4.26 ପ୍ରତିଶତ । 2015 ଥିଲା ଆପ୍ ପାଇଁ ବେଶ୍ ସହଜ, 2020 ହୋଇଥିଲା ତାଠାରୁ ସହଜ । କିନ୍ତୁ 2025ରେ ଆପ୍ କୁ ଚେକ୍ ଦେବାକୁ ଅଣ୍ଟା ଭିଡ଼ିଥିଲା ବିଜେପି । 11 ବର୍ଷ ଧରି କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି ପାଇଁ ସରକାର ବିରୋଧୀ ହାୱା ବଢ଼ାଇଛି ଚିନ୍ତା ।


ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi Elections 2025: Can exit polls accurately predict the winner? Read more at: https://economictimes.indiatimes.com/news/elections/assembly-elections/delhi/ | Argus News