ଦିଲ୍ଲୀ ନିର୍ବାଚନ; ପ୍ରଚାର ମଇଦାନରେ ବିଜେପିର ହେଭିୱେଟ୍

Key Points
ଗୋଟିଏ ଦିନରେ କ୍ୟାମ୍ପେନ କରୁଛନ୍ତି ଦଳର ହେଭିୱେଟ୍
ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଚାର ମଇଦାନରେ ବିଜେପିର ହେଭିୱେଟ୍ । ଗୋଟିଏ ଦିନରେ କ୍ୟାମ୍ପେନ କରୁଛନ୍ତି ଦଳର ହେଭିୱେଟ୍ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପ୍ରଚାରର ମଙ୍ଗ ଧରିଥିଲେ । କୃଷ୍ଣନଗର ଶାହାଦରାରେ ଜୋରଦାର୍ ପ୍ରଚାର କରିଛନ୍ତି ଜେପି ନଡ୍ଡା । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ବିଶାଳ ରୋଡ୍ ସୋ କରିବା ସହ ସାଧାରଣ ସଭା କରିଛନ୍ତି । ଦୁର୍ନୀତି ପ୍ରସଙ୍ଗ ଉଠାଇ କେଜ୍ରିୱାଲଙ୍କୁ ଶାହଙ୍କ ଆକ୍ରମଣ ।
ପରାଜୟ ହେଉଥିବା ଦେଖି ବ୍ୟତିବ୍ୟସ୍ତ AAP ମୁଖିଆ । ନେଉଛନ୍ତି କେବଳ ମିଛର ସାହାରା । ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଦିଲ୍ଲୀ କ୍ୟାଣ୍ଟ ଏବଂ ବିଶ୍ବନଗରରେ ଜନସଭାରେ ପ୍ରଚାର କରିଛନ୍ତି । ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମୁଷ୍ଟଫାବାଦ, ଗୋକଲପୁରୀ, ବାବରପୁର ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କରାବଲ୍ ନଗରଚାନ୍ଦିନୀ ଚୌକରେ ପ୍ରଚାର କରିଛନ୍ତି ।
📱 Get Argus News App
✨ଆସନ୍ତା ମାସ ୫ ତାରିଖରେ ହେବାକୁ ଯାଉଛି ସମ୍ମୁଖ ଯୁଦ୍ଧ । ୮ରେ ଆସିବ ଦିଲ୍ଲୀ ଜନତାଙ୍କ ନିର୍ଣ୍ଣୟ । ସମସ୍ତ ୭୦ ଆସନରେ ଭୋଟିଂ ପାଇଁ ୧୩ ଶହ ୩ଟି ପୋଲିଂ ଷ୍ଟେସନ ବ୍ୟବସ୍ଥା ହେବ । ୨୧୦ଟି ମଡେଲ ପୋଲିଂ ଷ୍ଟେସନ ମଧ୍ୟରୁ ୭୦ଟି ପୋଲିଂ ଷ୍ଟେସନ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୭୦ଟି ପୋଲିଂ ଷ୍ଟେସନ ବ୍ୟବସ୍ଥା କରିଛି ନିର୍ବାଚନ କମିଶନ ।