କେ କବିତାଙ୍କ ଜାମିନ ପ୍ରତ୍ୟାଖ୍ୟାନ

ଅର୍ଗସ ବ୍ୟୁରୋ: ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲା ସହ ଇଡି ଏବଂ ସିବିଆଇ ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବି ଆର ଏସ୍ ନେତ୍ରୀ କେ କବିତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ବିଆରଏସ ନେତା କେ କବିତାଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ।
ସୋମବାର ଦିନ ଦିଲ୍ଲୀର ଏକ୍ସାଇଜ୍ ପଲିସି ଗଠନ ତଥା କାର୍ଯ୍ୟକାରୀ କରିବାରେ ଅନିୟମିତତା ଅଭିଯୋଗରେ କେନ୍ଦ୍ରୀୟ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ଵାରା ପଞ୍ଜୀକୃତ ମାମଲାରେ ସୋମବାର ଦିନ ଦିଲ୍ଲୀର ରାଉସ୍ ଆଭେନ୍ୟୁ ବିଆରଏସ୍ ନେତା କେ କବିତାଙ୍କୁ ଜାମିନ ନାମଞ୍ଜୁର କରିଛିନ୍ତି ଵର୍ତ୍ତମାନ ପାଇଁ ତାଙ୍କୁ କୋଣସି ଜାମିନ ମିଳିପାରିଵ ନାହିଁ ।
ପୂର୍ବତନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତାଙ୍କ ବ୍ୟତୀତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତାଙ୍କ ଦଳର ସହଯୋଗୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ,ମଧ୍ୟ ମଦ ବ୍ୟବସାୟୀ ତଥା ଦିଲ୍ଲୀର ମଦ ନୀତିରେ ମଧ୍ୟ ଗିରଫ ହୋଇଛନ୍ତି।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର