କେ କବିତାଙ୍କ ନ୍ୟାୟିକ ହେପାଜତ ଅଵଧି ବଢିଲା

ଅର୍ଗସ ବ୍ୟୁରୋ: ପୂର୍ବତନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଙ୍କ ଝିଅ ଓ ବିଆରଏସ ନେତ୍ରୀ କେ କବିତାଙ୍କ ପାଇଁ ସମସ୍ୟା ଵଢିଵାରେ ଲାଗିଛି । ମଦ ଦୁର୍ନୀତି ମାମଲାରେ ଜେଲ ଜାଇଥିଵା କେ କଵିତାଙ୍କର ନ୍ୟାୟିକ ହୋପାଜତ ଅଵଧିକୁ ଵଢାଇ ଦିଆଯାଇଛି । ପ୍ରଥମେ ଏପ୍ରିଲ ୧୫ପର୍ଯ୍ୟନ୍ତ ସେ ନ୍ୟାୟିକ ହେପାଜତରେ ରହିବାର ଥିଲା। ହେଲେ ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ବିଆରଏସ ନେତ୍ରୀ କେ କବିତାଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୩ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ପ୍ରମାଣ ନଷ୍ଟ କରିବା ସହ ସାକ୍ଷୀଙ୍କ ଉପରେ ଚାପ ପକାଇବାକୁ କବିତା ଚେଷ୍ଟା କରୁଥିବା ନେଇ ଇଡି ଦାବି କରିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।
ସୋମବାର ଦିନ ଦିଲ୍ଲୀ କୋର୍ଟ ଏକ୍ସାଇଜ୍ ପଲିସି ମାମଲାରେ ବିଆରଏସ ନେତା କେ କବିତାଙ୍କ ଦ୍ବାରା ପଠାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।କିନ୍ତୁ ତାଙ୍କ ପୁଅର ପରୀକ୍ଷା ଥିବା ଦର୍ଶାଇ ସେ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲା । ଏହାକୁ କୋର୍ଟ ଖାରଜ କରି ଦେଇଛନ୍ତି