Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Blast / ଦିଲ୍ଲୀ ବିସ୍ଫୋରଣ ପରେ ସାରା ଦେଶରେ କଡ଼ା ସୁରକ୍ଷା

Rashmita Mishra
Browse all articles by Rashmita Mishra
·8 months ago·2 min read
ଦିଲ୍ଲୀ ବିସ୍ଫୋରଣ ପରେ ସାରା ଦେଶରେ କଡ଼ା ସୁରକ୍ଷା

Key Points

ଦିଲ୍ଲୀ ବିସ୍ଫୋରଣ ପରେ ସାରା ଦେଶରେ ହାଇଆଲର୍ଟ ।
ପୁରୀ ଶ୍ରୀମନ୍ଦିର ସମେତ ଭୁବନେଶ୍ବର,ରାଉକରକେଲା ସମ୍ବଲରପୁରରେ ବାଲେଶ୍ବରରେ ତନ୍ନ ତନ୍ନ ଯାଞ୍ଚ ଚାଲିଛି ।

ଦିଲ୍ଲୀ ବିସ୍ଫୋରଣ ପରେ ସାରା ଦେଶରେ ହାଇଆଲର୍ଟ । ମୁମ୍ବାଇ, ହରିୟାଣା ଉତ୍ତରପ୍ରଦେଶ ସମେତ ଓଡିଶାରେ ବଢିଲା ସୁରକ୍ଷା । ଓଡ଼ିଶାର ସମସ୍ତ ଗତିବିଧି ଉପରେ କଡା ନଜର ରଖାଯାଇଛି । ଧାର୍ମିକ ସ୍ଥଳ ଓ ସମ୍ବେଦନଶୀଳ ଅଞ୍ଚଳରେ ଚେକିଂ କଡାକଡି କରାଯାଇଛି । ପୁରୀ ଶ୍ରୀମନ୍ଦିର ସମେତ ଭୁବନେଶ୍ବର,ରାଉକରକେଲା ସମ୍ବଲରପୁରରେ ବାଲେଶ୍ବରରେ ତନ୍ନ ତନ୍ନ ଯାଞ୍ଚ ଚାଲିଛି ।

ବିଶେଷ କରି କଟକରେ ବାଲିଯାତ୍ରା ଚାଲିଥିବାରୁ ହଜାର ହଜାର ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ବାଲିଯାତ୍ରା କୁ ହାଇ ଆଲର୍ଟରେ ରଖା ଯାଇଛି । ଷଷ୍ଠ ଦିନର ବାଲିଯାତ୍ରାରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି DGP ୱାଇ. ବି. ଖୁରାନିଆ । ବାଲିଯାତ୍ରା ଇଲେକ୍ଟ୍ରୋନିକ୍ସ ସର୍ଭେଲାନ୍ସ ଭିତରେ ରହିଛି । ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ବସ୍ ଷ୍ଟାଣ୍ଡ ଓ ରେଲୱେ ଷ୍ଟେସନ ରେ ନଜର ରଖାଯାଇଛି।ଜନ ସାଧାରଣ ଙ୍କ ସହଯୋଗ ରେ ବାଲିଯାତ୍ରା ସୁରୂଖୁରୁରେ ଚାଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି DGP ଖୁରାନିଆ।

ଓଡ଼ିଶାକୁ ହାଇ ଆଲର୍ଟ ପରେ ବାଲେଶ୍ଵର ସହର ବିଭିନ୍ନ ଛକରେ ବ୍ଲକିଂ ଟେକିଂ କରାଯିବା ସହ ସମ୍ବେଦନଶୀଳ ଅଞ୍ଚଳ ତଥା ଆଇ ଟି ଆର୍ ଓ ଡି ଆର୍ ଡି ଓ ଆଦି ଅଞ୍ଚଳ ଗୁଡିକରେ ପୋଲିସ ରଖିଛି ତୀକ୍ଷ୍ଣ ନଜର । ଏହା ସହ ପୂର୍ବାଞ୍ଚଳ ପୋଲିସ ଅଧୀନରେ ଥିବା ୫ ସାମୁଦ୍ରିକ ଥାନା ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ସାମୁଦ୍ରିକ ଥାନାର ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର । ବାଲେଶ୍ବରରୁ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ବ୍ୟସ୍ତ ବହୁଳ ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକରେ ବସ୍ତା ଥାନା ଏବଂ ଜାତୀୟ ରାଜପଥ ପାଟ୍ରୋଲିଂ ପୋଲିସ ପକ୍ଷରୁ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ବିଳମ୍ବିତ ରାତିରେ ଯାତାୟତ କରୁଥିବା ସମସ୍ତ ଯାନବାହାନକୁ ଅଟକାଇ ଯାଞ୍ଚ କରିବା ସହ ପରିଚୟ ପତ୍ର ମଧ୍ୟ ଯାଞ୍ଚ କରାଯାଇଥିଲା ।

ସେହିପରି ଆରପିଏଫ ପକ୍ଷରୁ କଟକ ରେଳ ଷ୍ଟେସନରେ କଡ଼ାକଡ଼ି ଚେକିଙ୍ଗ କରାଯାଉଛି । ଯାତ୍ରୀମାନଙ୍କ ସମସ୍ତ ଲଗେଜ କଡାକଡି ଯାଞ୍ଚ କରୁଛନ୍ତି ଟିମ୍ । ଦିଲ୍ଲୀ ବିସ୍ପୋରଣ ପରେ ଗତକାଲି ରାତି ଠାରୁ ଯାଞ୍ଚ ପ୍ରକ୍ରିୟା ଜୋରଦାର କରିଛି ଆର୍ ପି ଏଫ୍ । ଲଗେଜ୍ ସ୍କାନର, ଡଗ୍ ସ୍କ୍ବାର୍ଟ ଧରି ପଇଁତରା ମାରୁଛନ୍ତି ଆର୍ ପି ଏଫ୍ ଯବାନ।

ପୁରୀ ଜଗନ୍ନାଥ ମନ୍ଦିର କୋଣାର୍କ ମନ୍ଦିରକୁ କଡାକଡ଼ି ସୁରକ୍ଷା ବଳୟ ଭିତରେ ରଖାଯାଇଛି । ସେହିପରି ପୁରୀର ପ୍ରବେଶ ପଥ ପିପିଲି ଟୋଲ ଗେଟ ନିକଟରେ କଡାକଡ଼ି ଚେକିଂ କରୁଛି ପିପିଲି ପୋଲିସ । ପିପିଲି ଥାନା ଅଧିକାରୀ ସୋମେନ୍ଦ୍ର ଶେଖର ତ୍ରିପାଠୀଙ୍କ ନେତୃତ୍ୱରେ ଥିବା ଟିମ୍ ପୁରୀକୁ ଆସୁଥିବା କାର ଓ ଯାନବାହାନକୁ କଡାକଡ଼ି ଚେକିଙ୍ଗ କରିବା ସହ ପଚାରଉଚରା କରୁଛି ।

ରାଜନଗର ସାମୁଦ୍ରିକ ଥାନା ମଧ୍ୟ ହାଇ ଆଲର୍ଟରେ ରହିଛି । ଥାନା ଅଧିକାରୀଙ୍କ ନେତୃତ୍ୱରେ ତାଳଚୁଆ ଫେରି ଘାଟରେ ଚେକିଂ କରାଯାଉଛି । ଏହି ଫେରିଘାଟ ମଧ୍ୟ ଦେଇ ଅନେକ ସମୟରେ ଅନୁପ୍ରବେଶକାରିମାନେ ପ୍ରବେଶ କରିବାର ନଜିର ରହିଛି । ଏହି ସ୍ଥାନଟି ଉପକୂଳବର୍ତ୍ତି ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ବାହାର ରାଜ୍ୟର ସାନ୍ଦିଗ୍ଧ ପଶି ଆସିବାର ଆଶଙ୍କା ରହିଥାଏ । ଏହାକୁ ଦୃଷ୍ଟିରେ ରଖି ମେରାଇନ ପୋଲିସ ତତ୍ପରତା ଦେଖାଇଛି ।

ଅଧିକ ପଢ଼ନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi Blast | Delhi Explosion: Tight Security Across India After Blast | Argus News | Argus News