Videos
|
National

Delhi Fake Cold Drink Raid / ଦିଲ୍ଲୀରେ ୧୪ ହଜାର ଲିଟର ନକଲି କୋଲଡ୍ରିଙ୍କସ ଜବତ: ଏକ୍ସପାଏରୀ ସତ୍ତ୍ବେ ବେବି ଫୁଡ ଏବଂ ଚକୋଲେଟରେ ବାରକୋଡ୍ ଲଗାଇ ବିକ୍ରି

Ritu Das
Browse all articles by Ritu Das
·8 months ago·2 min read
ଦିଲ୍ଲୀରେ ୧୪ ହଜାର ଲିଟର ନକଲି କୋଲଡ୍ରିଙ୍କସ ଜବତ: ଏକ୍ସପାଏରୀ ସତ୍ତ୍ବେ ବେବି ଫୁଡ  ଏବଂ ଚକୋଲେଟରେ ବାରକୋଡ୍ ଲଗାଇ ବିକ୍ରି
india

Key Points

ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୪ ହଜାର ଲିଟରର ନକଲି କୋଲ୍ଡ ଡ୍ରିଙ୍କସ, ଏକ୍ସପାଏରୀ ଖାଦ୍ୟ ସାମଗ୍ରୀ, ଚକଲେଟ୍ ଏବଂ ଶିଶୁଙ୍କ ଖାଦ୍ୟ ଜବତ କରାଯାଇଛି । ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। 
ମାଳମାଳ ନକଲି ସାମଗ୍ରୀ । ଗୋଟିଏ ପଟେ ବିଷ ବଳୟରେ ଘାଣ୍ଟି ହେଉଛନ୍ତି ଦିଲ୍ଲୀବାସୀ । ଅନ୍ୟ ଦିଗରେ ଏବେ ଏଠାରେ ମାଳମାଳ ନକଲି ଖାଦ୍ୟ ସାମଗ୍ରୀ ଜବତ ହୋଇଛି । ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୪ ହଜାର ଲିଟରର ନକଲି କୋଲ୍ଡ ଡ୍ରିଙ୍କସ, ଏକ୍ସପାଏରୀ ଖାଦ୍ୟ ସାମଗ୍ରୀ, ଚକଲେଟ୍ ଏବଂ ଶିଶୁଙ୍କ ଖାଦ୍ୟ ଜବତ କରାଯାଇଛି । ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। 

ଏହାସହ ପଢ଼ନ୍ତୁ: ପ୍ରେମିକ ସହ ମିଶି ସ୍ବାମୀକୁ ଗ୍ରାଇଣ୍ଡରରେ କାଟି ଖଣ୍ଡ ଖଣ୍ଡ କରିଦେଲା ସ୍ତ୍ରୀ, ପୋଲିସକୁ ସବୁ ସତ କହିଦେଲା ୧୦ ବର୍ଷର ଝିଅ

ରିପୋର୍ଟ ଅନୁସାରେ, ପୋଲିସକୁ ଦୀର୍ଘ ଦିନ ହେବ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ନକଲି ଖାଦ୍ୟ ସାମଗ୍ରୀ ତିଆରି ନେଇ ଖବର ମିଳୁଥିଲା । ଯାହା ପରେ ଚଢାଉ ପାଇଁ ପ୍ଲାନ୍ ହୋଇଥିଲା । ଅନେକ ଗୁଇନ୍ଦା ତଥ୍ୟ ଆଧାରରେ ଏକ ସନ୍ଦିଗ୍ଧ କାରଖାନାରେ ମଙ୍ଗଳବାର ରେଡ୍ କରାଯାଇଥିଲା । କାରଖାନାରେ ପ୍ରବେଶ କରିବା ପରେ ସେଠାକାର ଦୃଶ୍ୟ ସୁରକ୍ଷାକର୍ମୀଙ୍କୁ ଆଶ୍ଚର୍ଯ୍ୟ କରିପକାଇଥିଲା ।
ବାରକୋଡ ବି ନକଲି ପ୍ରିଣ୍ଟ କରାଯାଉଥିଲା

କାରଖାନାରେ ବିପୁଳ ମାତ୍ରାରେ ଏକ୍ସପାୟାରୀ ହୋଇଥିବା କୋଲ୍ଡ ଡ୍ରିଙ୍କସ ରଖାଯାଇଥିଲା । କିନ୍ତୁ ଏସବୁରେ ମେସିନ ସାହାଯ୍ୟରେ ପୁରୁଣା ତାରିଖ ହଟାଯାଇ ନୂଆ ତାରିଖ ଲେଖାଯାଉଥିଲା ।ଫେକ୍ ବାରକୋଡ୍ ପ୍ରସ୍ତୁତ କରାଯାଇ ବୋତଲରେ ଲଗାଯାଉଥିଲା । ଯାହା ଦ୍ୱାରା ଏହା ଅସଲି ଲାଗିବ ଏବଂ ସହଜରେ ବଜାରରେ ବିକ୍ରି ହୋଇଯିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ରୋଗ ଦେଖାଇବାକୁ ହସ୍ପିଟାଲ ଆସିଥିଲେ: ଡାକ୍ତର କିନ୍ତୁ କିଛି ନ ଶୁଣି ରୋଗୀଙ୍କୁ ପିଟିବାକୁ ଲାଗିଲେ

ଶିଶୁଙ୍କ ଖାଦ୍ୟ ସାମଗ୍ରୀ ସାମିଲ

ନକଲି ସାମଗ୍ରୀ ତିଆରି କରୁଥିବା ଅଭିଯୁକ୍ତମାନେ ଶିଶୁଙ୍କୁ ଅଧିକରୁ ଅଧିକ ଟାର୍ଗେଟ୍ କରୁଥିଲେ । ଯାହା ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । ବେବି ଫୁଡ୍ ବା ଶିଶୁ ସାମଗ୍ରୀରେ ଚକଲେଟ୍ ରହିଛି । ଯାହା ସେମାନଙ୍କ ଶରୀରରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ ।

ଦିଲ୍ଲୀ ବ୍ୟତୀତ ଆଉ କେଉଁ ସ୍ଥାନକୁ ହେଉଥିଲା ସପ୍ଲାଇ?

ନକଲି ସାମଗ୍ରୀ ପ୍ରସ୍ତୁତି ମାମଲାରେ ୭ ଜଣଙ୍କୁ ଗିରଫ କରି ଜେରା କରୁଛି ପୋଲିସ । ସେମାନଙ୍କଠୁ ମିଳୁଥିବା ତଥ୍ୟ ଆଧାରରେ ତଦନ୍ତ ଚାଲିଛି । ଏହି କାରବାରର ନେଟଓ୍ୱର୍କ କେଉଁ ଆଡେ ଲମ୍ବିଛି ସେନେଇ ମଧ୍ୟ ଖୋଳତାଡ ଆରମ୍ଭ ହେଉଛି । ଦିଲ୍ଲୀ ଏନସିଆର ବ୍ୟତୀତ ଅନ୍ୟ କିଛି ରାଜ୍ୟକୁ ଚେର ଲମ୍ବିଥିବା ଅନୁମାନ କରାଯାଉଛି।