Delhi Blast / ଦିଲ୍ଲୀରେ ବିସ୍ଫୋରଣ ପରେ ସବୁଆଡ଼େ ହାଇଆଲର୍ଟ

Key Points
ଲାଲକିଲ୍ଲା ନିକଟରେ ଘଟିଥିବା ଭୟଙ୍କର ବିସ୍ଫୋରଣକୁ ନେଇ ସାରା ଦେଶରେ ଆତଙ୍କର ମାହୋଲ ଖେଳିଯାଇଛି। ଲାଲକିଲ୍ଲା ନିକଟରେ ଏକ କାର୍ରେ ବିସ୍ଫୋରଣରେ ୮ ଜଣକ ମୃତ୍ୟୁ ହୋଇଥିବାବେଳେ, ୨୫ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସେପଟେ ଏହି ଘଟଣା ପରେ ଦେଶର ବିଭିନ୍ନ ସ୍ଥାନ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ଏହିକ୍ରମରେ ପୁରୀ ପାଇଁ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି। ଶ୍ରୀମନ୍ଦିର, ବଡ଼ଦାଣ୍ଡରେ ସୁରକ୍ଷା କଡ଼ାକଡ଼ି କରିଛି ପୋଲିସ।
ସେପଟେ ଦିଲ୍ଲୀ ବିସ୍ଫୋରଣ ଘଟଣା ପରେ ଭୁବନେଶ୍ୱରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କଲା କମିଶନରେଟ ପୋଲିସ. କଡାକଡି ଚାଲିଛି କନଭେ ପେଟ୍ରୋଲିଙ୍ଗ । ପେଟ୍ରୋଲିଙ୍ଗ କଡାକଡି ମଧ୍ୟ କଲା ପୋଲିସ । ହୋଟେଲ ଗୁଡିକ ଯାଞ୍ଚ ପାଇଁ ସବୁ ଥାନା ଅଧିକାରୀଙ୍କୁ ନିର୍ଦେଶ । ହୋଟେଲରେ ରହୁଥିବା ସମସ୍ତ ଲୋକଙ୍କ ତଥ୍ୟ ଯାଞ୍ଚ କରିବାକୁ ନିର୍ଦେଶ ।
ସମ୍ବଲପୁରରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି ହୀରାକୁଦ ଡ୍ୟାମ, ମା ସମଲେଶ୍ଵରୀ ମନ୍ଦିରରେ ବଢିଲା ସୁରକ୍ଷା ବ୍ୟବସ୍ଥା । ସହରର ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ କଡାକଡି ଯାଞ୍ଚ ସହ ପେଟ୍ରୋଲିଙ୍ଗ ହେବ । ସମ୍ବଲପୁର ଏସପି ମୁକେଶ କୁମାର ଭାମୁଙ୍କ ସୂଚନା ।
ସୂଚନାଅନୁଯାୟୀ, ସୋମବାର ସନ୍ଧ୍ୟା ପ୍ରାୟ ୬ଟା ୫୨ରେ ଲାଲକିଲ୍ଲା ନିକଟରେ ଏକ କାର୍ରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ଭୟଙ୍କର ବିସ୍ଫୋରଣ ପରେ କାର୍ଟି ସଂପୂର୍ଣ୍ଣ ଛିନ୍ଛତ୍ର ହୋଇଯାଇଛି। ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ, ଏଥିରେ ଆଉ ୮ ଗାଡ଼ି ସଂପୂର୍ଣ୍ଣ ପୋଡ଼ି ଯାଇଛି।
ତେବେ ଖବର ପାଇ ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଗ୍ନଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଘଟଣାସ୍ଥଳରେ ଫରେନସିକ୍ ଟିମ୍ ଯାଞ୍ଚ୍ ଆରମ୍ଭ କରିଛି। ସିଆରପିଏଫ ଡିଜି ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି। ଘଟଣାପରେ ଦିଲ୍ଲୀ, ମୁମ୍ବାଇ, ଉତ୍ତରପ୍ରଦେଶକୁ ହାଇ ଆଲର୍ଟ ଜାରି କରାଯାଇଛି। ସେପଟେ ଘଟଣାକୁ ନେଇ ଦିଲ୍ଲୀ ସିପି, ଆଇବି ମୁଖ୍ୟଙ୍କ ସହ କଥା ହୋଇଛନ୍ତି ଗୃହମନ୍ତ୍ରୀ ଶାହ ଅମିତ ଶାହ। ଏହା ସହ ଏନଆଇ ଡିଜିଙ୍କୁ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି ଗୃହମନ୍ତ୍ରୀ।
ଏଥିସହ ପଢ଼ନ୍ତୁ ଭାରତ ଖବର...
📱 Get Argus News App
✨Related Topics
Explore more stories