Videos
|
National

'ତିନୋଟି ବୋମା ରଖିଛୁ, କିଛି ସମୟରେ ଫାଟିବ...' ଇମେଲ୍‌କୁ ନେଇ ଦିଲ୍ଲୀ ହାଇକୋର୍ଟରେ ଆଲର୍ଟ

Sushanta Sahoo
Browse all articles by Sushanta Sahoo
·1 year ago·2 min read
'ତିନୋଟି ବୋମା ରଖିଛୁ, କିଛି ସମୟରେ ଫାଟିବ...' ଇମେଲ୍‌କୁ ନେଇ ଦିଲ୍ଲୀ ହାଇକୋର୍ଟରେ ଆଲର୍ଟ

Key Points

ବୋମା ଧମକ ମିଳିବା ପରେ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟକୁ ଖାଲି କରି ଦିଆଯାଇଛି । ଫଳରେ ଦିଲ୍ଲୀ ହାଇକୋର୍ଟରେ ବାଧାପ୍ରାପ୍ତ ହୋଇଛି ଆଜି ହେବାକୁ ଥିବା ବିଭିନ୍ନ ମାମଲାର ଶୁଣାଣି ।

ନୂଆଦିଲ୍ଲୀ: ଅଧାରୁ ବନ୍ଦ ହେଲା ଶୁଣାଣି, ଖାଲି ହେଲା ହାଇକୋର୍ଟ । ବୋମା ଧମକ ମିଳିବା ପରେ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟକୁ ଖାଲି କରି ଦିଆଯାଇଛି । ଫଳରେ ଦିଲ୍ଲୀ ହାଇକୋର୍ଟରେ ବାଧାପ୍ରାପ୍ତ ହୋଇଛି ଆଜି ହେବାକୁ ଥିବା ବିଭିନ୍ନ ମାମଲାର ଶୁଣାଣି ।


ସୂଚନା ଦିଲ୍ଲୀ ହାଇକୋର୍ଟକୁ ଉଡ଼ାଇ ଦେବାକୁ ଏକ ଇମେଲ୍ ଆସିଥିଲା । ବିଜୟ ଶର୍ମା ନାମକ କେହି ଜଣେ ବ୍ୟକ୍ତି ଓକିଲ ଆରଜି ଅରୁଣ ଭରଦ୍ଵାଜଙ୍କୁ ଧମକ ପୂର୍ଣ୍ଣ ଇମେଲ୍ ପଠାଇଥିଲେ । ଯେଉଁଥିରେ ଲେଖାଥିଲା, ହାଇକୋର୍ଟ କମ୍ପ୍ଲେକ୍ସରେ ୩ଟି ବୋମା ରଖାଯାଇଛି, କିଛି ସମୟରେ ଫାଟିବ ।


ଆଉ ଏହି ଧମକପୂର୍ଣ୍ଣ ଇମେଲ୍ ପରେ ହାଇକୋର୍ଟକୁ ଆଲର୍ଟରେ ରଖାଯାଇଛି । ଧମକ ପରେ କୋର୍ଟରୁମ୍‌ରେ ଭିଡ଼ ବଢ଼ି ଯାଇଥିବା ବେଳେ ସୁରକ୍ଷାକର୍ମୀ ଲୋକଙ୍କୁ ହାଇକୋର୍ଟ ପରିସର ବାହାରକୁ ଯିବାକୁ ନିବେଦନ କରିଛନ୍ତି । ଦିଲ୍ଲୀ ପୋଲିସ ସହ ବୋମା ନିଷ୍କ୍ରିୟକାରୀ ଟିମ୍ ଛାନଭିନ୍ କରୁଛି । ତେବେ ଏବେ ପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ସାମଗ୍ରୀ କୋର୍ଟ ପରିସରରୁ ମିଳିନାହିଁ ।


ସୂଚନା ଯୋଗ୍ୟ, ଦିଲ୍ଲୀରେ ଏଭଳି ବୋମା ଧମକ ନୂଆ ନୁହେଁ । ବିଗତ ମାସ ଗୁଡ଼ିକରେ ମଧ୍ୟ ଦିଲ୍ଲୀ-ଏନସିଆର ସହ ଦେଶର ଅନେକ ସହରରେ ଥିବା ସ୍କୁଲ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା । ଇମେଲ୍‌ରେ ଧମକ ପରେ ସ୍କୁଲରେ ଯାଞ୍ଚ କରାଯାଇଥିବା ବେଳେ କିଛି ମିଳି ନଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏବେ ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ ମିଳିବା ପରେ କୋର୍ଟ କାର୍ଯ୍ୟକୁ ସ୍ଥଗତି ରଖାଯାଇଛି । ଦିନ ୨ଟା ୩୦ ପରେ କୋର୍ଟ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏବେ କୋର୍ଟ ପରିସରରେ ସୁରକ୍ଷାକର୍ମୀ ଛାନଭିନ୍ କରୁଥିବା ବେଳେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳି ନାହିଁ ।